ଆମ୍ବ ଟାକୁଆ ଖାଇ ମୃତ ଘଟଣା: ସାଧାରଣ ଚାଉଳ ବଣ୍ଟନ ଆରମ୍ଭ, ୨ ମୃତକଙ୍କ ଚାଉଳ ପାଇବା ପାଇଁ…
ଦାରିଙ୍ଗବାଡି, ୧।୧୧ (ଅରୁଣ ସାହୁ ): ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣା ପରେ ପ୍ରଶାସନ ତତ୍ପର ହୋଇପଡିଛି । ଅକ୍ଟୋବର ମାସ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ତିନିମାସର ଚାଉଳ ବଣ୍ଟନ କାର୍ଯ୍ୟ ବ୍ରାହ୍ମଣୀଗାଁ ବହୁ ମୁଖି ସମବାୟ ସମିତି ପରିସର ମଧ୍ୟରେ ଶୁକ୍ରବାର ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି। ତେବେ ମାଣ୍ଡିପଙ୍କାରେ ଘଟଣା ପରେ ଚାଉଳ ବଣ୍ଟନ କରାଯାଇଥିଲେ ମଧ୍ୟ ମାଣ୍ଡିପଙ୍କା ଲୋକଙ୍କୁ ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଶନିବାର ଚାଉଳ ମିଳିବା ପାଇଁ […] The post ଆମ୍ବ ଟାକୁଆ ଖାଇ ମୃତ ଘଟଣା: ସାଧାରଣ ଚାଉଳ ବଣ୍ଟନ ଆରମ୍ଭ, ୨ ମୃତକଙ୍କ ଚାଉଳ ପାଇବା ପାଇଁ… appeared first on Dharitri Odia News.
ଦାରିଙ୍ଗବାଡି, ୧।୧୧ (ଅରୁଣ ସାହୁ ): ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣା ପରେ ପ୍ରଶାସନ ତତ୍ପର ହୋଇପଡିଛି । ଅକ୍ଟୋବର ମାସ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ତିନିମାସର ଚାଉଳ ବଣ୍ଟନ କାର୍ଯ୍ୟ ବ୍ରାହ୍ମଣୀଗାଁ ବହୁ ମୁଖି ସମବାୟ ସମିତି ପରିସର ମଧ୍ୟରେ ଶୁକ୍ରବାର ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି। ତେବେ ମାଣ୍ଡିପଙ୍କାରେ ଘଟଣା ପରେ ଚାଉଳ ବଣ୍ଟନ କରାଯାଇଥିଲେ ମଧ୍ୟ ମାଣ୍ଡିପଙ୍କା ଲୋକଙ୍କୁ ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଶନିବାର ଚାଉଳ ମିଳିବା ପାଇଁ ସ୍ଥିର ହୋଇଛି।
ଆଜି ବ୍ରାହ୍ମଣୀଗାଁ ପଞ୍ଚାୟତର ଅଲାଞ୍ଜୁରୀ ଏବଂ ଡାଙ୍ଗେସି ଗ୍ରାମର ହିତାଧିକାରୀଙ୍କୁ ଦିଆଯାଇଥିବା କୁହାଯାଇଛି। ସୂଚନାଥାଉ କି, ଲୋକଙ୍କ ଅଭିଯୋଗ ଅନୁସାରେ ମାଣ୍ଡିପଙ୍କା ଲୋକଙ୍କୁ ଚାଉଳ ମିଳିନଥିଲା। ଯାହାକି ଖବର ନେବାରୁ ଜଣାପଡିଛି ଯେ, ଜୁଲାଇ ମାସ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ମାସର ଚାଉଳ ମିଳିସାରିଥିଲା। କିନ୍ତୁ ଅକ୍ଟୋବର ଠାରୁ ମିଳିନଥିଲା। ଗଦାପୁରର ମାଣ୍ଡିପଙ୍କାର ହିତାଧିକାରୀଙ୍କୁ କିଛି ଜଣଙ୍କୁ ବ୍ରାହ୍ମଣୀଗାଁ ଓ ଆଉ କିଛି ହିତାଧିକାରୀଙ୍କୁ ଗଦାପୁରରେ ଏହି ସାଧାରଣ ବଣ୍ଟନ ଚାଉଳ ମିଳୁଛି। ବ୍ରାହ୍ମଣୀଗାଁରେ ମୃତ ରୁନୁ ମାଝୀ ଓ ରମିତା ପାଟମାଝିଙ୍କ ନାମ ରହିଥିବା ବେଳେ ଏବେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ଟୁନି ମାଝୀ ଏବଂ ଜୀବନ୍ତି ମାଝୀଙ୍କ ନାମ ମଧ୍ୟ ରହିଛି ଯେଉଁମାନେ ଏବେ ପର୍ଯ୍ୟନ୍ତ ଅକ୍ଟୋବର ମାସର ଚାଉଳ ମିଳିନଥିବା ଜଣାପଡିଛି
The post ଆମ୍ବ ଟାକୁଆ ଖାଇ ମୃତ ଘଟଣା: ସାଧାରଣ ଚାଉଳ ବଣ୍ଟନ ଆରମ୍ଭ, ୨ ମୃତକଙ୍କ ଚାଉଳ ପାଇବା ପାଇଁ… appeared first on Dharitri Odia News.