ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଯାଇ ଷଣ୍ଢ ଆକ୍ରମଣରେ ସ୍ବାମୀଙ୍କ ଜୀବନ ଗଲା

ବାସୁଦେବପୁର,୧୧ା୭(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବ୍ରାହ୍ମଣ ଗାଁ ପଞ୍ଚାୟତର ପାଢ଼ୀ ସାହିରେ ଶୁକ୍ରବାର ସକାଳେ ଷଣ୍ଢ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ସେ ହେଲେ ନେପାଳ କୁମାର ଜେନା(୫୫), ତାଙ୍କ ସ୍ତ୍ରୀ ବାସନ୍ତୀ ଶୌଚ ହେବା ପାଇଁ ବିଲକୁ ଯାଇଥିବା ବେଳେ ଷଣ୍ଢ ଗୋଡ଼ାଇ ଆକ୍ରମଣ କରିଥିଲା। ବାସନ୍ତୀ ଜୀବନ ବିକଳରେ ଘରକୁ ଦୌଡ଼ି ପଳାଇଥିଲେ। ଷଣ୍ଢଟି ତାଙ୍କ ପଛେ ଗୋଡ଼ାଇ ଆସିଥିଲା। ବାସନ୍ତୀଙ୍କ ସ୍ବାମୀ ନେପାଳ ଓ ଗ୍ରାମବାସୀ ଷଣ୍ଢକୁ […] The post ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଯାଇ ଷଣ୍ଢ ଆକ୍ରମଣରେ ସ୍ବାମୀଙ୍କ ଜୀବନ ଗଲା appeared first on Dharitri Odia News.

ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଯାଇ ଷଣ୍ଢ ଆକ୍ରମଣରେ ସ୍ବାମୀଙ୍କ ଜୀବନ ଗଲା

ବାସୁଦେବପୁର,୧୧ା୭(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବ୍ରାହ୍ମଣ ଗାଁ ପଞ୍ଚାୟତର ପାଢ଼ୀ ସାହିରେ ଶୁକ୍ରବାର ସକାଳେ ଷଣ୍ଢ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ସେ ହେଲେ ନେପାଳ କୁମାର ଜେନା(୫୫), ତାଙ୍କ ସ୍ତ୍ରୀ ବାସନ୍ତୀ ଶୌଚ ହେବା ପାଇଁ ବିଲକୁ ଯାଇଥିବା ବେଳେ ଷଣ୍ଢ ଗୋଡ଼ାଇ ଆକ୍ରମଣ କରିଥିଲା। ବାସନ୍ତୀ ଜୀବନ ବିକଳରେ ଘରକୁ ଦୌଡ଼ି ପଳାଇଥିଲେ। ଷଣ୍ଢଟି ତାଙ୍କ ପଛେ ଗୋଡ଼ାଇ ଆସିଥିଲା। ବାସନ୍ତୀଙ୍କ ସ୍ବାମୀ ନେପାଳ ଓ ଗ୍ରାମବାସୀ ଷଣ୍ଢକୁ ତଡ଼ିବା ପାଇଁ ଉଦ୍ୟମ କରିଥିଲେ। ଷଣ୍ଢ ଆକ୍ରମଣରେ ନେପାଳଙ୍କର ମୃତ୍ୟୁ ଘଟିଛି। ତାଙ୍କ ସ୍ତ୍ରୀ ବାସନ୍ତୀ ଜେନା, ଗ୍ରାମବାସୀ ମାନସ ଜେନା, କମଳା ଜେନା, ବାସନ୍ତୀ ପାଢ଼ୀ, ପ୍ରମୋଦ ପାଢ଼ୀ, ବାପି ପାଣି ଷଣ୍ଢ ଆକ୍ରମଣରେ ଆହତ ହୋଇ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଷଣ୍ଢଟି ଆକ୍ରମଣ ପରେ ମରିଯାଇଛି। ତାକୁ ବିଷଧର ସାପ କାମୁଡ଼ିଥିବାର ଅନୁମାନ କରାଯାଉଛି।

The post ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଯାଇ ଷଣ୍ଢ ଆକ୍ରମଣରେ ସ୍ବାମୀଙ୍କ ଜୀବନ ଗଲା appeared first on Dharitri Odia News.