ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ ଫଟୋକୁ ନେଇ ଦିନତମାମ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା। ଭାଜପା, ବିଜେଡି ପ୍ରାର୍ଥୀ ଘୋଷଣା କରିସାରି ଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ପ୍ରାର୍ଥୀ ଘୋଷଣା ବିଳମ୍ବ ହଁି ଚର୍ଚ୍ଚା ପାଇଁ ଖୋରାକ ଯୋଗାଉଛି। ବର୍ତ୍ତମାନ ଫଟୋଟି ମୋବାଇଲରୁ ମୋବାଇଲକୁ ବାରମ୍ବାର ଶେୟାର କରାଯାଉଥିବା ଦେଖିବାକୁ ମିଳିଥିଲା। […] The post ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ appeared first on Dharitri Odia News.

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ ଫଟୋକୁ ନେଇ ଦିନତମାମ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା। ଭାଜପା, ବିଜେଡି ପ୍ରାର୍ଥୀ ଘୋଷଣା କରିସାରି ଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ପ୍ରାର୍ଥୀ ଘୋଷଣା ବିଳମ୍ବ ହଁି ଚର୍ଚ୍ଚା ପାଇଁ ଖୋରାକ ଯୋଗାଉଛି। ବର୍ତ୍ତମାନ ଫଟୋଟି ମୋବାଇଲରୁ ମୋବାଇଲକୁ ବାରମ୍ବାର ଶେୟାର କରାଯାଉଥିବା ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ସିଧାସଳଖ ସମୀରଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ। ହେଲେ ରାଜନୀତିରେ ଅସମ୍ଭବ ଶବ୍ଦ ନାହିଁ ବୋଲି ଭୋଟରମାନେ କହୁଛନ୍ତି। ସମୀର ଦାଶ କଂଗ୍ରେସକୁ ଯାଉନାହାନ୍ତି କି ଦଳର ଉଚ୍ଚ ସ୍ତରୀୟ ନେତୃତ୍ୱ ତାଙ୍କୁ ଗ୍ରହଣ କରିବା ମାନସିକତାରେ ନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ଆଶାୟୀ ନିରୋଦ ବରଣ ଖୁଣ୍ଟିଆ।

ବ୍ଲକ ଅଧ୍ୟକ୍ଷଙ୍କ ଘରେ ଗୁପ୍ତ ବୈଠକ
ନିମାପଡ଼ା,୧୮।୪(ରଞ୍ଜନ ପଟ୍ଟନାୟକ): ବିଜେଡି ଟିକେଟ ଘୋଷଣା ପରେ ବିଧାୟକ ସମୀର ଦାଶଙ୍କ ସମର୍ଥକ ହତୋତ୍ସାହିତ ହୋଇପଡ଼ିଛନ୍ତି। ଦଳ ଦିଲିପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସମୀରଙ୍କ ସମର୍ଥକ ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି। ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଏଭଳି ନିଷ୍ପତି ସେମାନଙ୍କ ମଧ୍ୟରେ ନୈରାଶ୍ୟର ଭାବ ଖେଳାଇ ଦେଇଛି। ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ବୁଧବାର ମଧ୍ୟାହ୍ନରେ ବ୍ଲକ ଅଧ୍ୟକ୍ଷଙ୍କ ବାସଭବନରେ ଆୟୋଜିତ ଗୁପ୍ତ ବୈଠକରେ ନିଜେ ସମୀର ଦାଶ ଉପସ୍ଥିତ ରହି ସମର୍ଥକଙ୍କ ସହିତ ଆଲୋଚନା କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଏହି ବୈଠକ ଅନ୍ୟ ଏକ ଦିଗ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

The post ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ appeared first on Dharitri Odia News.