ବଦ୍ରିନାଥ ଯାଉଥିବା ବେଳେ ଅଳକାନନ୍ଦା ନଦୀକୁ ଖସିଲା ଟାଭେଲର୍‌; ୧୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୮ ଗୁରୁତର

ଡେରାଡୁନ,୧୫।୬: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍‌ ଅଳକାନନ୍ଦା ନଦୀକୁ ଖସି ପଡ଼ିବା ଯୋଗୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁଯାୟୀ,ତେବେ ଦୁର୍ଘଟଣା ସମୟରେ ଗାଡ଼ିରେ ପ୍ରାୟ ୨୩ଜଣ ଯାତ୍ରୀ ଥିଲେ। ଗାଡ଼ିଟି ନୋଏଡାରୁ ଯାତ୍ରୀଙ୍କୁ ନେଇ ବଦ୍ରିନାଥ ଯାଉଥିଲା। ଏହି ସମୟରେ ରୁଦ୍ରପ୍ରୟାଗଠାରେ ରାସ୍ତାକଡ଼ରେ ଥିବା ଏକ ଗଭୀର ଖାଲକୁ ଖସିପଡ଼ି ନଦୀରେ ପଡ଼ିଥିଲା। ତେବେ ଦୁର୍ଘଟଣା ଏତେ ଭୟଙ୍କର […] The post ବଦ୍ରିନାଥ ଯାଉଥିବା ବେଳେ ଅଳକାନନ୍ଦା ନଦୀକୁ ଖସିଲା ଟାଭେଲର୍‌; ୧୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୮ ଗୁରୁତର appeared first on Dharitri Odia News.

ବଦ୍ରିନାଥ ଯାଉଥିବା ବେଳେ ଅଳକାନନ୍ଦା ନଦୀକୁ ଖସିଲା ଟାଭେଲର୍‌; ୧୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୮ ଗୁରୁତର

ଡେରାଡୁନ,୧୫।୬: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍‌ ଅଳକାନନ୍ଦା ନଦୀକୁ ଖସି ପଡ଼ିବା ଯୋଗୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଗୁରୁତର ଆହତ ହୋଇଛନ୍ତି।
ସୂଚନାନୁଯାୟୀ,ତେବେ ଦୁର୍ଘଟଣା ସମୟରେ ଗାଡ଼ିରେ ପ୍ରାୟ ୨୩ଜଣ ଯାତ୍ରୀ ଥିଲେ। ଗାଡ଼ିଟି ନୋଏଡାରୁ ଯାତ୍ରୀଙ୍କୁ ନେଇ ବଦ୍ରିନାଥ ଯାଉଥିଲା। ଏହି ସମୟରେ ରୁଦ୍ରପ୍ରୟାଗଠାରେ ରାସ୍ତାକଡ଼ରେ ଥିବା ଏକ ଗଭୀର ଖାଲକୁ ଖସିପଡ଼ି ନଦୀରେ ପଡ଼ିଥିଲା।

ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତଦେହଗୁଡ଼ିକ ଫସି ରହିଥିଲା। ଅନ୍ୟମାନଙ୍କ ଚିତ୍କାର ଶବ୍ଦରେ ଆଖପାଖ ଅଞ୍ଚଳ କମ୍ପିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ପ୍ରଶାସନ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌ର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଲୋକଙ୍କୁ ବାହାର କରିବା ଲାଗି ପ୍ରୟାସ କରାଯାଉଛି। ଏହାଛଡ଼ା ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି। ଏଥିସହ ମୃତକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ଏହାର ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

The post ବଦ୍ରିନାଥ ଯାଉଥିବା ବେଳେ ଅଳକାନନ୍ଦା ନଦୀକୁ ଖସିଲା ଟାଭେଲର୍‌; ୧୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୮ ଗୁରୁତର appeared first on Dharitri Odia News.