୨୫ଦିନରେ ହାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ

ଭୁବନେଶ୍ୱର,୧୮।୩: କାମଧେନୁ ଖଦି ଉଲ ପାନିପଥ ହରିୟାଣା ପକ୍ଷରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଏକ ଆନ୍ତଃରାଜ୍ୟ ହାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ମେଳାରେ ୭୫ରୁ ଅଧିକ ଷ୍ଟଲରେ ଉଭୟ ହାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ଉତ୍ପାଦ ମିଳୁଛି। ପ୍ରତିଦିନ ସନ୍ଧ୍ୟା ୭.୩୦ରୁ ୯.୩୦ ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶନୀରେ ଭିଡ ହେଉଛି। ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ଶାଢି, ଫୋଷାକ, ଡ୍ରେସ୍‌ ଏବଂ ହାଣ୍ଡିକ୍ରାଫ୍ଟ ଉତ୍ପାଦ ନିକଟରେ ଗ୍ରାହକଙ୍କ ଭିଡ ଲାଗୁଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଦର୍ଶନୀରେ […] The post ୨୫ଦିନରେ ହାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ appeared first on Dharitri Odia News.

୨୫ଦିନରେ ହାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ

ଭୁବନେଶ୍ୱର,୧୮।୩: କାମଧେନୁ ଖଦି ଉଲ ପାନିପଥ ହରିୟାଣା ପକ୍ଷରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଏକ ଆନ୍ତଃରାଜ୍ୟ ହାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ମେଳାରେ ୭୫ରୁ ଅଧିକ ଷ୍ଟଲରେ ଉଭୟ ହାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ଉତ୍ପାଦ ମିଳୁଛି। ପ୍ରତିଦିନ ସନ୍ଧ୍ୟା ୭.୩୦ରୁ ୯.୩୦ ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶନୀରେ ଭିଡ ହେଉଛି। ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ଶାଢି, ଫୋଷାକ, ଡ୍ରେସ୍‌ ଏବଂ ହାଣ୍ଡିକ୍ରାଫ୍ଟ ଉତ୍ପାଦ ନିକଟରେ ଗ୍ରାହକଙ୍କ ଭିଡ ଲାଗୁଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଦର୍ଶନୀରେ ବୁଲିବା ସହିତ ଖାଇବା ଓ ଘର ସାଜସଜ୍ଜା ସାମଗ୍ରୀ ସାଙ୍ଗକୁ ମନ ପସନ୍ଦର ପୋଷାକ ପାଇପାରୁଛନ୍ତି। ପ୍ରଦର୍ଶନୀରେ ଓଡ଼ିଶାର ବୟନିକା ସମେତ ପଶ୍ଚିମବଙ୍ଗ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ହରିୟାଣା, ତାମିଲନାଡୁ, ବିହାର, ପୁଡୁଚେରୀ, ଆସାମ, କର୍ନାଟକ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କଶ୍ମୀର ଭଳି ରାଜ୍ୟର ବ୍ୟବସାୟୀମାନେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ ସହିତ ବିକ୍ରି କରୁଛନ୍ତି। ଏହି ପ୍ରଦର୍ଶନୀ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ।

The post ୨୫ଦିନରେ ହାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ appeared first on Dharitri Odia News.