ମୁମ୍ବାଇ ସମୁଦ୍ରରେ ବୋଟ୍ ଓଲଟି ୧୩ ମୃତ
ମୁମ୍ବାଇ, ୧୯।୧୨:ମୁମ୍ବାଇର ଗେଟ୍ଓ୍ବେ ଅଫ୍ ଇଣ୍ଡିଆରୁ ଏଲିଫାଣ୍ଟା ଦ୍ୱୀପ ଯାଉଥିବା ନୀଲକମଲ ନାମକ ଏକ ଯାତ୍ରୀବାହୀ ମୋଟର ବୋଟ୍ ସହ ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଭାରତୀୟ ନୌସେନାର ଏକ ସ୍ପିଡ୍ ବୋଟ୍ର ଧକ୍କା ହୋଇଛି। ଫଳରେ ଯାତ୍ରୀବାହୀ ବୋଟ୍ଟି ଓଲଟି ପଡ଼ିବାରୁ ସେଥିରେ ଥିବା ୧୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଉ କେତେଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଖୋଜାଚାଲିଛି। ଘଟଣାସ୍ଥଳରେ ତୁରନ୍ତ […] The post ମୁମ୍ବାଇ ସମୁଦ୍ରରେ ବୋଟ୍ ଓଲଟି ୧୩ ମୃତ appeared first on Dharitri Odia News.
ମୁମ୍ବାଇ, ୧୯।୧୨:ମୁମ୍ବାଇର ଗେଟ୍ଓ୍ବେ ଅଫ୍ ଇଣ୍ଡିଆରୁ ଏଲିଫାଣ୍ଟା ଦ୍ୱୀପ ଯାଉଥିବା ନୀଲକମଲ ନାମକ ଏକ ଯାତ୍ରୀବାହୀ ମୋଟର ବୋଟ୍ ସହ ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଭାରତୀୟ ନୌସେନାର ଏକ ସ୍ପିଡ୍ ବୋଟ୍ର ଧକ୍କା ହୋଇଛି। ଫଳରେ ଯାତ୍ରୀବାହୀ ବୋଟ୍ଟି ଓଲଟି ପଡ଼ିବାରୁ ସେଥିରେ ଥିବା ୧୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଉ କେତେଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଖୋଜାଚାଲିଛି। ଘଟଣାସ୍ଥଳରେ ତୁରନ୍ତ ନୌସେନାର ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ ପହଞ୍ଚି ରେସ୍କ୍ୟୁ ଅପରେଶନ ଚଳାଇଛନ୍ତି। ନୌସେନାର ୧୧ ବୋଟ୍ ଓ ୪ ହେଲିକପ୍ଟର, ସାମୁଦ୍ରିକ ପୋଲିସର ୩ ବୋଟ୍ ଏବଂ ତଟରକ୍ଷୀ ବାହିନୀର ଗୋଟିଏ ବୋଟ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଦୁର୍ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୧୦ ଜଣ ସାଧାରଣ ନାଗରିକ ରହିଥିବାବେଳେ ୩ ଜଣ ନୌସେନା କର୍ମଚାରୀ ଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ନୌସେନା ସ୍ପିଡ୍ ବୋଟ୍ ଡ୍ରାଇଭରଙ୍କ ବିରୋଧରେ ପୋଲିସ ଏଫ୍ଆଇଆର୍ ରୁଜୁ କରିଛି।
The post ମୁମ୍ବାଇ ସମୁଦ୍ରରେ ବୋଟ୍ ଓଲଟି ୧୩ ମୃତ appeared first on Dharitri Odia News.