ଆମ୍ବଟାକୁଆ ଜାଉ ଖାଇ ଗୁରୁତରଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଲେ ୩

ଦାରିଙ୍ଗବାଡ଼ି,୯ା୧୧(ଅରୁଣ ସାହୁ): ରାଜ୍ୟରେ ଚହଳ ପକାଇଥିବା ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ ବ୍ରହ୍ମପୁର ଓ କଟକରେ ଚିକିତ୍ସାଧୀନ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ସୁଷମା ପାଟମାଝୀ ଜୀବନ୍ତି ମାଝୀ ଏବଂ ପ୍ରଭାତୀ ପାଟମାଝୀ ବୋଲି ଜଣାପଡ଼ିଛି। ସେମାନେ ବ୍ରହ୍ମପୁରରେ ଚିକିତ୍ସା ହୋଇ ସୁସ୍ଥ ହୋଇଫେରିଛନ୍ତି। ଏବେ ମଧ୍ୟ ଜଣେ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସାଧୀନ ରହିଥିବା […] The post ଆମ୍ବଟାକୁଆ ଜାଉ ଖାଇ ଗୁରୁତରଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଲେ ୩ appeared first on Dharitri Odia News.

ଆମ୍ବଟାକୁଆ ଜାଉ ଖାଇ ଗୁରୁତରଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଲେ ୩

ଦାରିଙ୍ଗବାଡ଼ି,୯ା୧୧(ଅରୁଣ ସାହୁ): ରାଜ୍ୟରେ ଚହଳ ପକାଇଥିବା ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ ବ୍ରହ୍ମପୁର ଓ କଟକରେ ଚିକିତ୍ସାଧୀନ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ସୁଷମା ପାଟମାଝୀ ଜୀବନ୍ତି ମାଝୀ ଏବଂ ପ୍ରଭାତୀ ପାଟମାଝୀ ବୋଲି ଜଣାପଡ଼ିଛି। ସେମାନେ ବ୍ରହ୍ମପୁରରେ ଚିକିତ୍ସା ହୋଇ ସୁସ୍ଥ ହୋଇଫେରିଛନ୍ତି। ଏବେ ମଧ୍ୟ ଜଣେ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସାଧୀନ ରହିଥିବା ବେଳେ କଟକ ଏସ୍‌ସିବିରେ ୨ ଜଣ ଚିକିତ୍ସାଧୀନ ରହିଥିବା ପରିବାର ପକ୍ଷରୁ ଜଣାପଡ଼ିଛି। ୩ ଜଣ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଦେଖିବା ପାଇଁ ବନ୍ଧୁ ପରିଜନ ଓ ଘଟଣା ସମ୍ପର୍କରେ ଶୁଣିଥିବା ବ୍ୟକ୍ତିମାନେ ମାଣ୍ଡିପଙ୍କାରେ ଭିଡ଼ ଜମାଇଛନ୍ତି।

The post ଆମ୍ବଟାକୁଆ ଜାଉ ଖାଇ ଗୁରୁତରଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଲେ ୩ appeared first on Dharitri Odia News.