ସୈଫଙ୍କ ଉପରେ ଆକ୍ରମଣ କରିଥିଲେ କି ‘ଶାହିଦ୍‌’? ହେଲା ବଡ଼ ଖୁଲାସା…

ମୁମ୍ବାଇ,୧୭।୧: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଗୋଟିଏ ପରେ ଗୋଟିଏ ଅପ୍‌ଡେଟ୍‌ ସାମ୍ନାକୁ ଆସୁଛି। ପୋଲିସ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରି ପଚରାଉଚରା କରୁଛି। ତାଙ୍କ ନାମ ‘ଶାହିଦ୍‌’ ବୋଲି ଜଣାପଡ଼ିଛି। ଫକ୍‌ଲ୍ୟାଣ୍ଡ ରୋଡ୍‌ ଗିରଗାଓଁରୁ ତାଙ୍କୁ ହେପାଜତକୁ ନିଆଯାଇଛି। ଅଟକ ଥିବା ଶାହିଦ୍‌ଙ୍କ ଉପରେ ପୂର୍ବରୁ ୪-୫ ଚୋରିର ମାମଲା ରହିଛି। ହେଲେ ସେ ହିଁ ସୈଫଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ସ୍ପଷ୍ଟ ହୋଇନାହିଁ। ତେବେ […] The post ସୈଫଙ୍କ ଉପରେ ଆକ୍ରମଣ କରିଥିଲେ କି ‘ଶାହିଦ୍‌’? ହେଲା ବଡ଼ ଖୁଲାସା… appeared first on Dharitri Odia News.

ସୈଫଙ୍କ ଉପରେ ଆକ୍ରମଣ କରିଥିଲେ କି ‘ଶାହିଦ୍‌’? ହେଲା ବଡ଼ ଖୁଲାସା…

ମୁମ୍ବାଇ,୧୭।୧: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଗୋଟିଏ ପରେ ଗୋଟିଏ ଅପ୍‌ଡେଟ୍‌ ସାମ୍ନାକୁ ଆସୁଛି। ପୋଲିସ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରି ପଚରାଉଚରା କରୁଛି। ତାଙ୍କ ନାମ ‘ଶାହିଦ୍‌’ ବୋଲି ଜଣାପଡ଼ିଛି। ଫକ୍‌ଲ୍ୟାଣ୍ଡ ରୋଡ୍‌ ଗିରଗାଓଁରୁ ତାଙ୍କୁ ହେପାଜତକୁ ନିଆଯାଇଛି।

ଅଟକ ଥିବା ଶାହିଦ୍‌ଙ୍କ ଉପରେ ପୂର୍ବରୁ ୪-୫ ଚୋରିର ମାମଲା ରହିଛି। ହେଲେ ସେ ହିଁ ସୈଫଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ସ୍ପଷ୍ଟ ହୋଇନାହିଁ। ତେବେ ତାଙ୍କ ଚେହେରା କ୍ୟାମେରାରେ କଏଦ ହୋଇଥିବା ଆକ୍ରମଣକାରୀଙ୍କ ସହ ମେଳ ଖାଉଛି। ପୋଲିସ ତଦନ୍ତ ଜାରି ରଖିଛି।

ସୈଫଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଲୀଳାବତୀ ହସ୍ପିଟାଲର ଡାକ୍ତରମାନେ ବୁଲେଟିନ୍‌ ଦେଇଛନ୍ତି। ଅଭିନେତା ଏବେ ସୁସ୍ଥ ଅଛନ୍ତି। ହେଲେ ଛୁରୀ ଆଉ ୨ମିମି ଭିତରେ ପଶିଯାଇଥିଲେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା। ସର୍ଜରୀ ପରେ ତାଙ୍କୁ ଆଇସିୟୁର ସ୍ବତନ୍ତ୍ର କୋଠରୀକୁ ପଠାଯାଇଛି। ଏବେ ସେ ସପ୍ତାହେ ଯାଏ ବିଶ୍ରାମ ନେବେ।

The post ସୈଫଙ୍କ ଉପରେ ଆକ୍ରମଣ କରିଥିଲେ କି ‘ଶାହିଦ୍‌’? ହେଲା ବଡ଼ ଖୁଲାସା… appeared first on Dharitri Odia News.