ଆମ୍ବେଦକର ପ୍ରସଙ୍ଗକୁ ନେଇ ବର୍ଷିଲେ ମୋହନ ମାଝୀ । କହିଲେ କଂଗ୍ରେସ ପ୍ରଥମେ ଦେଶବାସୀଙ୍କୁ କ୍ଷମା ମାଗୁ ।

କନକ ବ୍ୟୁରୋ: ବାବା ସାହେବ ଆମ୍ବେଦକର ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସ୍‌ମିଟ୍‌ । କଂଗ୍ରେସ ସରକାରଙ୍କ ସମୟରେ ନେହୁରୁ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ କରିଥିବା କଥା କହିଲେ ମୁଖ୍ୟମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ତୁମ୍ବି ତୋଫାନ ଲାଗି ରହିଛି । ଏବେ ଅମିତ ଶାହଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି । ତେବେ ଅମିତ ଶାହ ନୁହେଁ ବରଂ କଂଗ୍ରେସ ସାରା ଦେଶବାସୀଙ୍କୁ କ୍ଷମା ମାଗୁ ବୋଲି କହିଛନ୍ତି ମୋହନ ମାଝୀ ।    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ କରିଥିଲେ । ସେହି ସମୟରେ ବାବା ସାହେବ ଆମ୍ବେଦକରଙ୍କୁ ଚକ୍ରାନ୍ତ କରି ପଦରୁ ହଟାଇ ଦିଆଯାଇଥିଲା । ତାଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିଥିଲା କଂଗ୍ରେସ । କଂଗ୍ରେସ ଏବେ ନଟାକବାଜି କରୁଛି । ଆମ ଦଳ ତାଙ୍କୁ ଯଥୋଚିତ ସମ୍ମାନ ଦେଇଛି । କଂଗ୍ରେସ ସବୁବେଳେ ଆମ୍ବେଦକରଙ୍କୁ ଅପମାନିତ କରିଛି । ତାଙ୍କ ପ୍ରତି ପାତରଅନ୍ତର କରୁଥିଲା । ସେଥି ସେ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ଆଇନ ମନ୍ତ୍ରୀ ଦାୟିତ୍ୱରେ ଥିଲେ । ସଂସଦ ଭବନରେ କିଛି ଦିନ ପୂର୍ବରେ ଗୃହମନ୍ତ୍ରୀ ଅମିତ ସାହାଙ୍କ ବିବୃତିକୁ ନେଇ କଂଗ୍ରେସ ଯେଉଁ ଅପପ୍ରଚାର କରିଛି ତାକୁ ନିନ୍ଦା କଲେ ମ

ଆମ୍ବେଦକର ପ୍ରସଙ୍ଗକୁ ନେଇ ବର୍ଷିଲେ ମୋହନ ମାଝୀ । କହିଲେ କଂଗ୍ରେସ ପ୍ରଥମେ ଦେଶବାସୀଙ୍କୁ କ୍ଷମା ମାଗୁ ।

କନକ ବ୍ୟୁରୋ: ବାବା ସାହେବ ଆମ୍ବେଦକର ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସ୍‌ମିଟ୍‌ । କଂଗ୍ରେସ ସରକାରଙ୍କ ସମୟରେ ନେହୁରୁ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ କରିଥିବା କଥା କହିଲେ ମୁଖ୍ୟମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ତୁମ୍ବି ତୋଫାନ ଲାଗି ରହିଛି । ଏବେ ଅମିତ ଶାହଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି । ତେବେ ଅମିତ ଶାହ ନୁହେଁ ବରଂ କଂଗ୍ରେସ ସାରା ଦେଶବାସୀଙ୍କୁ କ୍ଷମା ମାଗୁ ବୋଲି କହିଛନ୍ତି ମୋହନ ମାଝୀ । 

 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ କରିଥିଲେ । ସେହି ସମୟରେ ବାବା ସାହେବ ଆମ୍ବେଦକରଙ୍କୁ ଚକ୍ରାନ୍ତ କରି ପଦରୁ ହଟାଇ ଦିଆଯାଇଥିଲା । ତାଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିଥିଲା କଂଗ୍ରେସ । କଂଗ୍ରେସ ଏବେ ନଟାକବାଜି କରୁଛି । ଆମ ଦଳ ତାଙ୍କୁ ଯଥୋଚିତ ସମ୍ମାନ ଦେଇଛି । କଂଗ୍ରେସ ସବୁବେଳେ ଆମ୍ବେଦକରଙ୍କୁ ଅପମାନିତ କରିଛି । ତାଙ୍କ ପ୍ରତି ପାତରଅନ୍ତର କରୁଥିଲା । ସେଥି ସେ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ଆଇନ ମନ୍ତ୍ରୀ ଦାୟିତ୍ୱରେ ଥିଲେ । ସଂସଦ ଭବନରେ କିଛି ଦିନ ପୂର୍ବରେ ଗୃହମନ୍ତ୍ରୀ ଅମିତ ସାହାଙ୍କ ବିବୃତିକୁ ନେଇ କଂଗ୍ରେସ ଯେଉଁ ଅପପ୍ରଚାର କରିଛି ତାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ସମ୍ବିଧାନର ପ୍ରଣୟତା ଆମ୍ବେଦକର ତାଙ୍କୁ ଆମ ଦଳ ସମ୍ମାନ ଦେଉଁଛି ।  ଛୋଟ କଥା ଓ ବିବୃତିକୁ ନେଇ ବିକୃତ କରାଯାଉଛି ।  ସାମାଜିକ, ରାଜନୈତିକ କ୍ଷେତ୍ରରେ ଭାରତ ବର୍ଷର ଜ୍ଞାନୀ ଓ ଅବଦାନ ଥିବା ବ୍ୟକ୍ତିଙ୍କୁ କଂଗ୍ରେସ ପରିହାସ କରିଛି ।  ପଣ୍ଡିତ ନେହୁରୁ ଅପମାନ କରିଥିଲେ ।  ଅତୀତରେ କଂଗ୍ରେସ ବହୁତ ଅପମାନ କରିଛି ତେଣୁ କଂଗ୍ରେସ କ୍ଷମା ମାଗୁ ।  ପଣ୍ଡିତ ନେହୁରୁ ସମୟରେ ବାବା ସାହେବ ଆମ୍ବେଦକରଙ୍କୁ ଉପଯୁକ୍ତ ବିଭାଗର ମନ୍ତ୍ରୀ ନକରି ଆଇନ ବିଭାଗର ମନ୍ତ୍ରୀ କରିଥିଲେ ।  ସଂରକ୍ଷଣ କଥା ଯେତବେଳେ ଆସିଲା ସେତବେଳେ ମୁସଲମାନଙ୍କୁ ସଂରକ୍ଷଣ ଦିଆଯାଇଥିଲା ।  ଆଦିବାସୀଙ୍କୁ ଅବହେଳା କରାଯାଇଥିଲା ।” 

କଂଗ୍ରେସ ଲଗାତାର ଅମିତ ଶାହଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରୁଛି । ଏହାକୁ ନେଇ ଆଜି ପ୍ରେସ୍‌ମିଟ୍‌ ମାଧ୍ୟମରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋହନ ମାଝୀ । କହିଛନ୍ତି, “କଂଗ୍ରେସ ପ୍ରଥମେ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରୁ । ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ଚକ୍ରାନ୍ତ ଚଳାଇଛି କଂଗ୍ରେସ । ଆମ୍ବେଦକର ଆପତ୍ତି କରିବା ପରେ ତାଙ୍କୁ ଅପମାନ କରାଯାଇଥିଲା ।  ଆମ୍ବେଦକର ଇସ୍ତଫା ଦେଇଥିଲେ ।  କଂଗ୍ରେସ ଦଳ ୧୯୫୨ଓ ୧୯୫୪ ନିର୍ବାଚନ ରେ ଆମ୍ବେଦକର ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିରୁଦ୍ଧରେ କଂଗ୍ରେସ ପ୍ରାର୍ଥୀ ଦେଇଥିଲା ଓ ନେହୁରୁ ପ୍ରଚାର କରୁଥିଲେ ।  ମଧ୍ୟ ପ୍ରଦେଶ ରେ ତାଙ୍କ ପ୍ରତିମୂର୍ତ୍ତିକୁ ଅଟଳ ବିହାରୀ ବାଜପେୟୀ ଉଦଘାଟନ କରିଥିଲେ । କିଏ କାହାକୁ ସମ୍ମାନ ଦେବାକଥା ।  କଂଗ୍ରେସ ଆମ୍ବେଦକର ଙ୍କୁ ଅସଦାଚରଣ ଓ ଅପମାନିତ କରିଥିଲେ ଏନେଇ କଂଗ୍ରେସ ଦେଶ ବାସୀଙ୍କ ସାମ୍ମନରେ କ୍ଷମା ମାଗୁ । “