ଆମ୍ବେଦକରଙ୍କୁ ଅସମ୍ମାନ ପ୍ରଂଗସରେ ଥମୁନି ଝଡ । କଂଗ୍ରେସ ଉପରେ ବର୍ଷିଲା ବିଜେପି ।
କନକ ବ୍ୟୁରୋ: ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ ପ୍ରଂଗସରେ ଥମୁନି ଝଡ । ସଂସଦରେ କଂଗ୍ରେସ ଓ ବିଜେପିର ପ୍ରଦର୍ଶନ ପରେ ଏବେ ରାଜରାସ୍ତାରେ ଜାରି ରହିଛି ପ୍ରଦର୍ଶନ । ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ବିରୋଧ କରି ଆଜି ବି ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ସେପଟେ ପ୍ରେସମିଟ୍ କରି କଂଗ୍ରେସ ଉପରେ ବର୍ଷିଛି ବିଜେପି । ଆଜି ବିଜେପି ନେତା ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ବିଜେପି ଖୁବଶୀଘ୍ର କଂଗ୍ରେସର କଳାଚିଠା ଦେଶବାସୀଙ୍କ ଆଗରେ ରଖିବ । କଂଗ୍ରେସ ହିଁ ବାବା ସାହେବଙ୍କୁ ଅଧିକ ଅସମ୍ମାନ କରିଛି । ଷାଠିଏ ଦଶକରେ ହୋଇଥିବା ନିର୍ବାଚନ ବେଳେ କଂଗ୍ରେସ ଆମ୍ବେଦକରଙ୍କୁ ବିରୋଧ କରିଥିଲା । କଂଗ୍ରେସ ନିଜ ପରିବାର ଭିତରେ ଭାରତ ରତ୍ନ ବାଣ୍ଟିଛି ହେଲେ ବାବା ସାହେବଙ୍କୁ କେବେ ସମ୍ମାନିତ କରି ନଥିବା କହିଛନ୍ତି ରବିଶଙ୍କର । କଂଗ୍ରେସର ଏହିଭଳି ଅନେକ କଲା ଇତିହାସ ବାବଦରେ ଲୋକଙ୍କୁ ଅବଗତ କରାଇବା ପାଇଁ ବିଜେପି ଆଗକୁ ଦେଶବ୍ୟାପୀ ଅଭିଯାନ ଚଳାଇବା ନେଇ ଘୋଷମା ମଧ୍ୟ କରିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ ।