ଆରଏମ୍‌ସି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ,ଅଗ୍ନିଶମ କର୍ମଚାରୀ ଆହତ

ଭଦ୍ରକ : ଆରଏମ୍‌ସି ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ସକାଳ ପ୍ରାୟ ୮ଟା ସମୟରେ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ବାଇପାସ୍‌ ସ୍ଥିତ ଆରଏମ୍‌ସି ମାକେର୍ଟରେ ଥିବା ଗୋଦାମରେ ନିଆଁ ଲାଗିଯାଇଛି। ଭୟଙ୍କର ନିଆଁରେ ଗୋଟିଏ ବିସ୍କୁଟ ଏବଂ ପ୍ଲାଷ୍ଟିକ ଗୋଦାମ ଭସ୍ମୀଭୂତ ହୋଇଯାଇଛି ଇ ଘଟଣାସ୍ଥଳରେ ୩ ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ହେଲେ ପ୍ରବଳ ଧୁଆଁ ହେଉଥିବାରୁ ନିଆଁ ଲିଭାଇବା ପାଇଁ କଷ୍ଟକର […]

ଆରଏମ୍‌ସି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ,ଅଗ୍ନିଶମ କର୍ମଚାରୀ ଆହତ
ଆରଏମ୍‌ସି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ,ଅଗ୍ନିଶମ କର୍ମଚାରୀ ଆହତ

ଭଦ୍ରକ : ଆରଏମ୍‌ସି ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ସକାଳ ପ୍ରାୟ ୮ଟା ସମୟରେ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ବାଇପାସ୍‌ ସ୍ଥିତ ଆରଏମ୍‌ସି ମାକେର୍ଟରେ ଥିବା ଗୋଦାମରେ ନିଆଁ ଲାଗିଯାଇଛି। ଭୟଙ୍କର ନିଆଁରେ ଗୋଟିଏ ବିସ୍କୁଟ ଏବଂ ପ୍ଲାଷ୍ଟିକ ଗୋଦାମ ଭସ୍ମୀଭୂତ ହୋଇଯାଇଛି ଇ ଘଟଣାସ୍ଥଳରେ ୩ ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ହେଲେ ପ୍ରବଳ ଧୁଆଁ ହେଉଥିବାରୁ ନିଆଁ ଲିଭାଇବା ପାଇଁ କଷ୍ଟକର ହୋଇପଡ଼ିଛି। ନିଆଁ ଲିଭାଇବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି। ତାଙ୍କ ନାଁ ରଶ୍ମି ରଞ୍ଜନ ସ୍ବାଇଁ। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଦ୍ୟୁତ ସର୍ଟ ସର୍କିଟ ରୁ ନିଆଁଲାଗିଥିବା କୁହାଯାଉଛି ଇ ବର୍ତ୍ତମାନ ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରି ନଥିବାବେଳେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ଜଣାପଡିନାହିଁ। ତଦନ୍ତ ପରେ ତଥ୍ୟ ସାମ୍ନାକୁ ଆସିବ ବୋଲି ଅଗ୍ନିଶମକର୍ମୀ କହିଛନ୍ତି ।