ଆରଜି କର ହସପିଟାଲର ୫୦ ବରିଷ୍ଠ ଡାକ୍ତର ଦେଲେ ଇସ୍ତଫା
କୋଲକାତା,୮।୧୦: ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସମର୍ଥନରେ ଆରଜି କର କଲେଜ ଏବଂ ହସପିଟାଲର ୫୦ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି। ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାରେ ଆରମ୍ଭ ହୋଇଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିବା ବେଳେ ଡାକ୍ତରମାନେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ନିଜର ସାଥି ମହିଳା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତ ଶନିବାରଠାରୁ କନିଷ୍ଟ ଡାକ୍ତରମାନେ ଆମରଣ ଅନଶନରେ ବସିଛନ୍ତି। ଏହାସହିତ ଦୁର୍ନୀତିମୁକ୍ତ ଏବଂ ମେଡିକାଲ କ୍ୟାମ୍ପସରେ ରୋଗୀ ଅନୁକୂଳ ପରିବେଶ […] The post ଆରଜି କର ହସପିଟାଲର ୫୦ ବରିଷ୍ଠ ଡାକ୍ତର ଦେଲେ ଇସ୍ତଫା appeared first on Dharitri Odia News.
କୋଲକାତା,୮।୧୦: ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସମର୍ଥନରେ ଆରଜି କର କଲେଜ ଏବଂ ହସପିଟାଲର ୫୦ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି। ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାରେ ଆରମ୍ଭ ହୋଇଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିବା ବେଳେ ଡାକ୍ତରମାନେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।
ନିଜର ସାଥି ମହିଳା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତ ଶନିବାରଠାରୁ କନିଷ୍ଟ ଡାକ୍ତରମାନେ ଆମରଣ ଅନଶନରେ ବସିଛନ୍ତି। ଏହାସହିତ ଦୁର୍ନୀତିମୁକ୍ତ ଏବଂ ମେଡିକାଲ କ୍ୟାମ୍ପସରେ ରୋଗୀ ଅନୁକୂଳ ପରିବେଶ ଦାବିରେ ଏହି ଅନଶନ ଚାଲିଛି। ସେହିପରି ସେମାନଙ୍କର ଅନ୍ୟାନ୍ୟ ଦାବି ହେଉଛି ରାଜ୍ୟର ସମସ୍ତ ଡାକ୍ତରଖାନା ଏବଂ ମେଡିକାଲ୍ କଲେଜଗୁଡ଼ିକ ପାଇଁ ଏକ କେନ୍ଦ୍ରୀଭୂତ ରେଫରାଲ୍ ବ୍ୟବସ୍ଥା ପ୍ରତିଷ୍ଠା, ବେଡ୍ ଖାଲି ମନିଟରିଂ ସିଷ୍ଟମ ଲାଗୁ କରିବା ଏବଂ ସିସିଟିଭି, ଅନ୍-କଲ୍ ରୁମ୍ ଏବଂ ୱାଶରୁମ୍ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ନିଶ୍ଚିତ କରିବାକୁ ଟାସ୍କଫୋର୍ସ ଗଠନ କରିବା।
ଏଥିସହିତ ଡାକ୍ତରଖାନାରେ ପୋଲିସର ସୁରକ୍ଷା ବୃଦ୍ଧି, ସ୍ଥାୟୀ ମହିଳା ପୋଲିସ୍ କର୍ମଚାରୀ ନିଯୁକ୍ତି ଏବଂ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଖାଲି ପଦବୀ ଶୀଘ୍ର ପୂରଣ କରିବାକୁ ସେମାନେ ଦାବି କରୁଛନ୍ତି।
The post ଆରଜି କର ହସପିଟାଲର ୫୦ ବରିଷ୍ଠ ଡାକ୍ତର ଦେଲେ ଇସ୍ତଫା appeared first on Dharitri Odia News.