ଆରଜି କର ହସ୍ପିଟାଲରେ ସେଣ୍ଟ୍ରାଲ ଫୋର୍ସ ଛାଉଣୀ, ଲାଏ ଡିଟେକ୍ସନ ଟେଷ୍ଟର ସାମ୍ନା କରିବେ ପୂର୍ବତନ ପ୍ରିନ୍ସିପାଲ
ନୂଆଦିଲ୍ଲୀ ୨୧/୦୮: କୋଲକାତା ଆର.ଜି କର ମେଡିକାଲ କଲେଜ ହସ୍ପିଟାଲରେ ପହଞ୍ଚିଛି ସିଏସ୍ଏଫ୍ କର୍ମକର୍ତ୍ତାଙ୍କ ଏକ ଟିମ୍ । ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ମଙ୍ଗଳବାର ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ଜଣାଇଥିଲେ । ହସ୍ପିଟାଲର ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ଫୋର୍ସ ମୁତୟନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ, ପିଟିଆଇ ରିପୋର୍ଟରୁ ଜଣାପଡିଛି କି, ଦୁଷ୍କର୍ମ ପରେ ହତ୍ୟା ପ୍ରସଙ୍ଗରେ ଇସ୍ତଫା ଦେଇଥିବା ପୂର୍ବତନ ଆରଜି କର ହସ୍ପିଟାଲର ପ୍ରିନ୍ସପାଲ ଡଃ ସନ୍ଦୀପ ଘୋଷଙ୍କ ଲାଏ ଡିଟେକ୍ସନ ଟେଷ୍ଟର ସାମ୍ନା କରିପାରନ୍ତି । ସିବିଆଇ ଅଧିକାରୀମାନେ ତାଙ୍କର ମିଛ ସତ ପରୀକ୍ଷା କରିପାରନ୍ତି । ଗତ ସପ୍ତାହରେ ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିବା ଅନୁସନ୍ଧାନକାରୀ ସଂସ୍ଥା ପୂର୍ବରୁ ଡଃ ଘୋଷଙ୍କୁ ଅନେକ ଥର ପଚରାଉଚରା କରିସାରିଛି । ପଲିଗ୍ରାଫ୍ ଟେଷ୍ଟ କରାଯିବ ନେଇ ବି ଚର୍ଚ୍ଚା ହୋଇଥିଲା । ଏବେ ଏକମାତ୍ର ବିକଳ୍ପ ଲାଏ ଡିଟେକ୍ସନ ଟେଷ୍ଟ । ଲାଏ ଡିଟେକ୍ସନ ଟେଷ୍ଟ ପରେ ସତ ସାମ୍ନାକୁ ଆସିବ ବୋଲି ଜଣାପଡୁଛି ।
ନୂଆଦିଲ୍ଲୀ ୨୧/୦୮: କୋଲକାତା ଆର.ଜି କର ମେଡିକାଲ କଲେଜ ହସ୍ପିଟାଲରେ ପହଞ୍ଚିଛି ସିଏସ୍ଏଫ୍ କର୍ମକର୍ତ୍ତାଙ୍କ ଏକ ଟିମ୍ । ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ମଙ୍ଗଳବାର ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ଜଣାଇଥିଲେ । ହସ୍ପିଟାଲର ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ଫୋର୍ସ ମୁତୟନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ସମୟରେ, ପିଟିଆଇ ରିପୋର୍ଟରୁ ଜଣାପଡିଛି କି, ଦୁଷ୍କର୍ମ ପରେ ହତ୍ୟା ପ୍ରସଙ୍ଗରେ ଇସ୍ତଫା ଦେଇଥିବା ପୂର୍ବତନ ଆରଜି କର ହସ୍ପିଟାଲର ପ୍ରିନ୍ସପାଲ ଡଃ ସନ୍ଦୀପ ଘୋଷଙ୍କ ଲାଏ ଡିଟେକ୍ସନ ଟେଷ୍ଟର ସାମ୍ନା କରିପାରନ୍ତି । ସିବିଆଇ ଅଧିକାରୀମାନେ ତାଙ୍କର ମିଛ ସତ ପରୀକ୍ଷା କରିପାରନ୍ତି ।
ଗତ ସପ୍ତାହରେ ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିବା ଅନୁସନ୍ଧାନକାରୀ ସଂସ୍ଥା ପୂର୍ବରୁ ଡଃ ଘୋଷଙ୍କୁ ଅନେକ ଥର ପଚରାଉଚରା କରିସାରିଛି । ପଲିଗ୍ରାଫ୍ ଟେଷ୍ଟ କରାଯିବ ନେଇ ବି ଚର୍ଚ୍ଚା ହୋଇଥିଲା । ଏବେ ଏକମାତ୍ର ବିକଳ୍ପ ଲାଏ ଡିଟେକ୍ସନ ଟେଷ୍ଟ । ଲାଏ ଡିଟେକ୍ସନ ଟେଷ୍ଟ ପରେ ସତ ସାମ୍ନାକୁ ଆସିବ ବୋଲି ଜଣାପଡୁଛି ।