ଆରପାରିରେ ବର୍ଷିଆନ୍ ଅଭିନେତା ମନୋଜ କୁମାର
ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସିନେମା ଜଗତର ଅନ୍ୟତମ ବର୍ଷିଆନ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ। ୮୭ ବର୍ଷ ବୟସରେ... The post ଆରପାରିରେ ବର୍ଷିଆନ୍ ଅଭିନେତା ମନୋଜ କୁମାର appeared first on .
ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସିନେମା ଜଗତର ଅନ୍ୟତମ ବର୍ଷିଆନ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ। ୮୭ ବର୍ଷ ବୟସରେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଆଖି ବୁଜିଛନ୍ତି ଏହି ଦିଗ୍ଗଜ କଳାକାର। ସମଗ୍ର ଦେଶରେ ଦେଶାତ୍ମବୋଧକ ଫିଲ୍ମ ପାଇଁ ଭାରତ କୁମାର ନାଁରେ ତାଙ୍କର ଅଧିକ ପରିଚିତି ରହିଥିଲା। ୧୯୫୭ ମସିହାରେ ଫ୍ୟାସନ୍ ଫିଲ୍ମରୁ ଡେବ୍ୟୁ କରିଥିଲେ ମନୋଜ। ପରେ ପରେ ଷାଠିଏ ଓ ୭୦ ଦଶକରେ ଦେଇଥିଲେ ବହୁ ସୁପରହିଟ୍ ଫିଲ୍ମ। ଉପକାର ଫିଲ୍ମ ପାଇଁ ୧୯୬୭ ମସିହାରେ ତାଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର ମିଳିଥିଲା। ୧୯୬୪ରୁ ୧୯୮୦ ଥିଲା ମନୋଜ କୁମାରଙ୍କ ଏରା। ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ।
ସହୀଦ, ସୋର, ରୋଟି କପଡା ଔର ମକାନ, ପୁରବ ଔର ପଶ୍ଚିମ, ମେରା ନାମ ଜୋକର, ଦଶ ନମ୍ବରୀ, ସହିତ ଶହେରୁ ଅଧିକ ଫିଲ୍ମରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା। ଦେବାନନ୍ଦ, ରାଜ କାପୁର, ଦିଲ୍ଲୀପ କୁମାର, ରାଜେଶ ଖାନ୍ନା ପ୍ରମୁଖଙ୍କ ସମସାମୟିକ ଥିଲେ ମନୋଜ କୁମାର। ୧୯୯୨ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୧୯୯୯ରେ ଜୀବନ ବ୍ୟାପୀ ସାଧନା ପାଇଁ ଲାଇଫ୍ ଟାଇମ୍ ସମ୍ମାନ ହାସଲ କରିଥିଲେ। ୨୦୧୫ରେ ଫିଲ୍ମ ଜଗତର ଶ୍ରେଷ୍ଠ ସମ୍ମାନ, ଦାଦା ସାହେବ ଫାଲକେରେ ସମ୍ମାନୀତ ହୋଇଥିଲେ ମନୋଜ କୁମାର। ସେ ମୋଟ୍ ୭ ଥର ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି। ୧୯୩୭ ମସିହାରେ ବର୍ତ୍ତମାନର ପାକିସ୍ତାନର ଖାଇବର ଫଖତୁନଖାୱାରା ଜଣେ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମନୋଜ। ତାଙ୍କର ପିଲାଦିନର ନାଁ ଥିଲା ହରିକ୍ରିଷ୍ଣା ଗୋସ୍ବାମୀ।
The post ଆରପାରିରେ ବର୍ଷିଆନ୍ ଅଭିନେତା ମନୋଜ କୁମାର appeared first on .