ଆରପାରିରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

ଭୁବନେଶ୍ୱର,୧୬।୩: ଆରପାରିରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ୯୧ ବର୍ଷ ବୟସରେ ଭୁବନେଶ୍ବର ଖାରବେଳନଗର ବାସଭବନରେ ତାଙ୍କର ଦେହନ୍ତେ ହୋଇଛି। ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ପାଇଁ ସେ ବେଶ୍‌ ପରିଚିତ। ‘ସପ୍ତମ ଋତୁ’ ପାଇଁ ସେ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇଥିଲେ। ସେହିପରି ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ। ରମାକାନ୍ତ ରଥ(ଜନ୍ମ ୧୩ ଡିସେମ୍ବର ୧୯୩୪)ଓଡ଼ିଆ ସାହିତ୍ୟରଜଣେ ଆଧୁନିକ କବି । ସେକଟକଠାରେ୧୯୩୪ରେ ଜନ୍ମ ନେଇଥିଲେ […] The post ଆରପାରିରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ appeared first on Dharitri Odia News.

ଆରପାରିରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

ଭୁବନେଶ୍ୱର,୧୬।୩: ଆରପାରିରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ୯୧ ବର୍ଷ ବୟସରେ ଭୁବନେଶ୍ବର ଖାରବେଳନଗର ବାସଭବନରେ ତାଙ୍କର ଦେହନ୍ତେ ହୋଇଛି। ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ପାଇଁ ସେ ବେଶ୍‌ ପରିଚିତ। ‘ସପ୍ତମ ଋତୁ’ ପାଇଁ ସେ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇଥିଲେ। ସେହିପରି ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ।

ରମାକାନ୍ତ ରଥ(ଜନ୍ମ ୧୩ ଡିସେମ୍ବର ୧୯୩୪)ଓଡ଼ିଆ ସାହିତ୍ୟରଜଣେ ଆଧୁନିକ କବି । ସେକଟକଠାରେ୧୯୩୪ରେ ଜନ୍ମ ନେଇଥିଲେ । ସେଇଂରାଜୀରେରେଭେନ୍ସା କଲେଜରୁଏମ.ଏ. କରିବା ପରେ ୧୯୫୭ରେଭାରତୀୟ ପ୍ରଶାସନିକ ସେବାରେ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ଏହି ସମୟରେ ତାଙ୍କରକେତେ ଦିନର(୧୯୬୨),ସନ୍ଦିଗ୍ଧ ମୃଗୟା(୧୯୭୧),ସପ୍ତମ ରତୁ(୧୯୭୭),ସଚିତ୍ର ଅନ୍ଧାର(୧୯୮୨),ଶ୍ରୀରାଧା(୧୯୮୫) ଏବଂଶ୍ରେଷ୍ଠ କବିତା(୧୯୯୨) ନାମରେ ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା ।କେନ୍ଦ୍ର ସାହିତ୍ୟ ଏକାଡେମୀ୧୯୭୮ ମସିହାରେ ତାଙ୍କ କବିତା ସଂକଳନସପ୍ତମ ଋତୁପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେସଚିତ୍ର ଅନ୍ଧାରପାଇଁ ତାଙ୍କୁଶାରଳା ପୁରସ୍କାରମିଳିଥିଲା । ୧୯୯୨ ମସିହାପାଇଁ ସେସରସୱତୀ ସମ୍ମାନରେସମ୍ମାନୀତ ହୋଇଥିଲେ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ।

୧୯୫୭ରୁ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ସଚିବ ଥିଲେ । ୧୯୯୩-୧୯୯୮ ଯାଏଁ ସେକେନ୍ଦ୍ର ସାହିତ୍ୟ ଏକାଡେମୀରଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ ।

ଫେବୃଆରୀ ୨୦୦୯ରେ ସେଫେଲୋସିପସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟଓଡ଼ିଆ।

The post ଆରପାରିରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ appeared first on Dharitri Odia News.