ଆରମ୍ଭ ହେଲା ଆପ୍‌ର ‘କେଜରିଓ୍ବାଲଙ୍କୁ ଆଶୀର୍ବାଦ’ ଅଭିଯାନ, ସୁନୀତା କେଜରିଓ୍ବାଲ ଜାରି କଲେ ହ୍ବାଟ୍ସଆପ୍ ନମ୍ବର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପତ୍ନୀ ସୁନୀତା କେଜରିଓ୍ବାଲ ଶୁକ୍ରବାର ଏକ ଭିଡିଓ ମେସେଜ ଜାରି କରିଛନ୍ତି। ଯେଉଁଥିରେ ସେ ଏକ ନୂଆ ଅଭିଯାନ ଆରମ୍ଭ କରିବା କଥା କହିଛନ୍ତି। ଏହି ଅଭିଯାନର ନାଁ ରହିଛି ‘କେଜରିଓ୍ବାଲଙ୍କୁ ଆଶୀର୍ବାଦ’।ପ୍ରକୃତରେ ସୁନୀତା କେଜରିଓ୍ବାଲ ଏହି ଅଭିଯାନ ପାଇଁ ଦୁଇଟି ହ୍ବାଟ୍ସଆପ୍‌ ନମ୍ବର ଜାରି କରିଛନ୍ତି। ତାହା ହେଉଛି 8297324624 ଏବଂ 9700297002।ଆଉ ଏହି ନମ୍ବରରେ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ଆଶୀର୍ବାଦ ବାର୍ତ୍ତା ପଠାଇବାକୁ ସେ କହିଛନ୍ତି। ସୁନୀତା କେଜରିଓ୍ବାଲ କହିଛନ୍ତି ‘‘ଆପଣ କେଜରିଓ୍ବାଲ ଜୀଙ୍କ ପାଇଁ ଶୁଭକାମନା, ଆଶୀର୍ବାଦ ଏବଂ ପ୍ରାର୍ଥନା ଏହି ନମ୍ବରରେ ପଠାନ୍ତୁ। ସେ ଏହି ମେସେଜ ଅରବିନ୍ଦ କେଜରିଓ୍ବାଲଙ୍କ ପାଖରେ ପହଞ୍ଚାଇବେ। ଆପଣଙ୍କ ବାର୍ତ୍ତା ପଢ଼ି ତାଙ୍କୁ ବହୁତ ଭଲ ଲାଗିବ।’’ ସେ ଆହୁରି କହିଛନ୍ତି ‘‘ଆପଣ ଏହି ଲଢ଼େଇରେ ନିଜ ଭାଇ ନିଜ ପୁଅ ଅରବିନ୍ଦ କେଜରିଓ୍ବାଲଙ୍କ ସାଥ୍‌ ନିଶ୍ଚୟ ଦେବେ।’’କୋର୍ଟରେ ନିଜ ପାଇଁ ପକ୍ଷ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଜାଣନ୍ତୁ କ’ଣ କହିଲେ ଜଜ୍? ସେ ଆହୁରି କହିଛନ୍ତି ‘‘କେଜରିଓ୍ବାଲ ଜଣେ ପ୍ରକୃତ ଦେଶଭକ୍ତ।ଠିକ୍ ଯେମିତି ଇଂରେଜମାନଙ୍କ ବିରୋଧରେ ଲଢ଼ିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଭଳି। ଆଜି ଅରବିନ୍ଦ ଜୀ ତାନାଶାହୀ ସହ ଲଢ଼ୁଛନ୍ତି।ସୁନୀତା କେଜରିଓ୍ବାଲ କହିଛନ୍ତି ମତେ ଅନେକ ଲେ

ଆରମ୍ଭ ହେଲା ଆପ୍‌ର ‘କେଜରିଓ୍ବାଲଙ୍କୁ ଆଶୀର୍ବାଦ’ ଅଭିଯାନ, ସୁନୀତା କେଜରିଓ୍ବାଲ ଜାରି କଲେ ହ୍ବାଟ୍ସଆପ୍ ନମ୍ବର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପତ୍ନୀ ସୁନୀତା କେଜରିଓ୍ବାଲ ଶୁକ୍ରବାର ଏକ ଭିଡିଓ ମେସେଜ ଜାରି କରିଛନ୍ତି। ଯେଉଁଥିରେ ସେ ଏକ ନୂଆ ଅଭିଯାନ ଆରମ୍ଭ କରିବା କଥା କହିଛନ୍ତି। ଏହି ଅଭିଯାନର ନାଁ ରହିଛି ‘କେଜରିଓ୍ବାଲଙ୍କୁ ଆଶୀର୍ବାଦ’।

ପ୍ରକୃତରେ ସୁନୀତା କେଜରିଓ୍ବାଲ ଏହି ଅଭିଯାନ ପାଇଁ ଦୁଇଟି ହ୍ବାଟ୍ସଆପ୍‌ ନମ୍ବର ଜାରି କରିଛନ୍ତି। ତାହା ହେଉଛି 8297324624 ଏବଂ 9700297002।ଆଉ ଏହି ନମ୍ବରରେ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ଆଶୀର୍ବାଦ ବାର୍ତ୍ତା ପଠାଇବାକୁ ସେ କହିଛନ୍ତି। ସୁନୀତା କେଜରିଓ୍ବାଲ କହିଛନ୍ତି ‘‘ଆପଣ କେଜରିଓ୍ବାଲ ଜୀଙ୍କ ପାଇଁ ଶୁଭକାମନା, ଆଶୀର୍ବାଦ ଏବଂ ପ୍ରାର୍ଥନା ଏହି ନମ୍ବରରେ ପଠାନ୍ତୁ। ସେ ଏହି ମେସେଜ ଅରବିନ୍ଦ କେଜରିଓ୍ବାଲଙ୍କ ପାଖରେ ପହଞ୍ଚାଇବେ। ଆପଣଙ୍କ ବାର୍ତ୍ତା ପଢ଼ି ତାଙ୍କୁ ବହୁତ ଭଲ ଲାଗିବ।’’ ସେ ଆହୁରି କହିଛନ୍ତି ‘‘ଆପଣ ଏହି ଲଢ଼େଇରେ ନିଜ ଭାଇ ନିଜ ପୁଅ ଅରବିନ୍ଦ କେଜରିଓ୍ବାଲଙ୍କ ସାଥ୍‌ ନିଶ୍ଚୟ ଦେବେ।’’

କୋର୍ଟରେ ନିଜ ପାଇଁ ପକ୍ଷ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଜାଣନ୍ତୁ କ’ଣ କହିଲେ ଜଜ୍? 

ସେ ଆହୁରି କହିଛନ୍ତି ‘‘କେଜରିଓ୍ବାଲ ଜଣେ ପ୍ରକୃତ ଦେଶଭକ୍ତ।ଠିକ୍ ଯେମିତି ଇଂରେଜମାନଙ୍କ ବିରୋଧରେ ଲଢ଼ିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଭଳି। ଆଜି ଅରବିନ୍ଦ ଜୀ ତାନାଶାହୀ ସହ ଲଢ଼ୁଛନ୍ତି।ସୁନୀତା କେଜରିଓ୍ବାଲ କହିଛନ୍ତି ମତେ ଅନେକ ଲୋକଙ୍କ ଫୋନ୍‌ କରି ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ବ୍ରତ ରଖିଥିବା କହିଛନ୍ତି। 

ଉଲ୍ଲେଖଯୋଗ୍ୟ, ଅବକାରୀ ନୀତି ଘୋଟାଲା ଅଭିଯୋଗରେ ମାର୍ଚ୍ଚ ୨୧ରେ ଇଡି ଅରବିନ୍ଦ କେଜରିଓ୍ବାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ଗିରଫ ପୂର୍ବରୁ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା ଇଡି। ତେବେ ଇଡି ଏହି ଆକ୍ସନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଲଗାତାର ୯ଥର ସମନକୁ ଅଣଦେଖା କରିବା ପରେ ନେଇଥିଲା। ମାର୍ଚ୍ଚ ୨୨ରେ କେଜରିଓ୍ବାଲଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ ଅଦାଲତ ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତରେ ପଠାଇଥିଲେ। ଏହା ପରେ ଗତକାଲି ପୁଣି କୋର୍ଟ ତାଙ୍କୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ପଠାଇଛନ୍ତି।ଆଉ ମାମଲାରେ ଆଗାମୀ ଶୁଣାଣି ଏପ୍ରିଲ ୩ରେ ହେବ।