ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

୧୧ଦିନ ଧରି ମଥୁରା କଟକରେ ନଗର ଭ୍ରମଣ ସହ ଚାଲିବ ମହାରାଜ କଂସଙ୍କ ରାଜୁତି

ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଆଜିଠାରୁ ଆରମ୍ଭ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ହାଟପଦାରେ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସର୍ବବୃହତ୍ ମୁକ୍ତାକାଶ ରଂଗମଚରେ ହୋଇଛି ବିଶାଳ ଆୟୋଜନ।

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଦ୍ୱାରା ଧନୁଯାତ୍ରା ଉଦ୍‌ଘାଟିତ ହୋଇଛି। ଆଜି ପ୍ରଥମ ରଜନୀରେ ମଞ୍ଚସ୍ଥ ହେଉଛି ଦେବକୀ-ବସୁଦେବଙ୍କ ବିବାହ। ଏଥିସହ ଦୈବବାଣୀ ପରେ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ ପରେ ବସୁଦେବ-ଦେବକୀଙ୍କୁ କାରାଗାରରେ ଭର୍ତ୍ତି କରିବେ ମହାରାଜ କଂସ।

୧୧ଦିନ ଧରି ମଥୁରା କଟକରେ ନଗର ଭ୍ରମଣ ସହ ଚାଲିବ ମହାରାଜ କଂସଙ୍କ ରାଜୁତି। ସେପଟେ କୃଷ୍ଣଜନ୍ମ ପରେ ଗୋପପୁର ପାଲଟିବ ଅମ୍ବାପାଲ୍ଲୀ। ଧନୁଯାତ୍ରାର ପ୍ରତିଟି ସନ୍ଧ୍ୟାରେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।