ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରା
ପୁରୁଷୋତ୍ତମପୁର/ଛତ୍ରପୁର.୨୫।୩(ସୀମାଞ୍ଚଳ ମିଶ୍ର/ଦିଲୀପ ସାମଲ): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ଦଣ୍ଡକାଳୀଙ୍କ ୨୧ଦିନିଆ ଦଣ୍ଡଯାତ୍ରା ସୋମବାର ଆରମ୍ଭ ହୋଇଛି। ଏଥିନେଇ ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲାରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପୁରୁଷୋତ୍ତମପୁର ସହରେ ଥିବା ୩ଟି ଦଣ୍ଡଯାତ୍ରା ଦଳ( ଧୋବାପୁଞ୍ଜା, ବିପତ୍ତିହାରିଣୀ ତେଲି ପୁଞ୍ଜା ଓ ଗୌଡ଼ ପୁଞ୍ଜା ) ରେ ଶହ ଶହ ସଂଖ୍ୟାରେ ମାନସିକଧାରୀ ଭୂକ୍ତା ଭାବେ ସାମିଲ ହୋଇଛନ୍ତି। ମାନସିକଧାରୀ ଦୀର୍ଘ ୨୧ ଦିନ ଶିବ କାଳୀଙ୍କୁ ସାଙ୍ଗରେ ଧରି […] The post ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରା appeared first on Dharitri Odia News.
ପୁରୁଷୋତ୍ତମପୁର/ଛତ୍ରପୁର.୨୫।୩(ସୀମାଞ୍ଚଳ ମିଶ୍ର/ଦିଲୀପ ସାମଲ): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ଦଣ୍ଡକାଳୀଙ୍କ ୨୧ଦିନିଆ ଦଣ୍ଡଯାତ୍ରା ସୋମବାର ଆରମ୍ଭ ହୋଇଛି। ଏଥିନେଇ ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲାରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପୁରୁଷୋତ୍ତମପୁର ସହରେ ଥିବା ୩ଟି ଦଣ୍ଡଯାତ୍ରା ଦଳ( ଧୋବାପୁଞ୍ଜା, ବିପତ୍ତିହାରିଣୀ ତେଲି ପୁଞ୍ଜା ଓ ଗୌଡ଼ ପୁଞ୍ଜା ) ରେ ଶହ ଶହ ସଂଖ୍ୟାରେ ମାନସିକଧାରୀ ଭୂକ୍ତା ଭାବେ ସାମିଲ ହୋଇଛନ୍ତି।
ମାନସିକଧାରୀ ଦୀର୍ଘ ୨୧ ଦିନ ଶିବ କାଳୀଙ୍କୁ ସାଙ୍ଗରେ ଧରି ସମଗ୍ର ଗଞ୍ଜାମ ଜିଲାର ବିଭିନ୍ନ ଗାଁକୁ ଯାଇ ମାନସିକଧାରୀ ଭକ୍ତଙ୍କ ଦାଣ୍ଡରେ କଠୋର ନୃତ୍ୟ ପରିବେଷଣ କରିବେ; ଯାହାକି ମଧ୍ୟାହ୍ନର ଟାଣଖରାରେ ଧୂଳି ଦଣ୍ଡ, ନଦୀ କିମ୍ବା ପୋଖରୀରେ ପାଣିଦଣ୍ଡ ଏବଂ ରାତ୍ରରେ ଅଗ୍ନିଦଣ୍ଡ ପରିବେଷଣ କରିବେ।
ଏହାସହ ଭୂକ୍ତାମାନେ ଆମ୍ବପତ୍ରରେ ଦାନ୍ତ ଘସିବେ, ଖୋଲା ଆକାଶ ତଳେ ଖରାରେ ବର୍ଷାରେ ନିକାଞ୍ଚନ ସ୍ଥାନରେ ରହିବା ସହ ଦିନକୁ ଓଳିଏ ନିଃଶବ୍ଦ ରାତିରେ ଅକଟା ଅବଟା, ଅଫୁଟା ଖାଦ୍ୟ ଖାଇବେ। ଏହା ଆସନ୍ତା ମେଷ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ଉଦ୍ଯାପିତ ହେବ। ଧୋବାପୁଞ୍ଜାର ଅଧିକାରୀ ଭାବେ ଭାସ୍କର ବେହେରା, ବିପତ୍ତିହାରିଣୀ ତେଲି ପୁଞ୍ଜାର ଅଧିକାରୀ ଭାବେ ପ୍ରକାଶ ଚନ୍ଦ୍ର ବେହେରା ଓ ଗୌଡ଼ ପୁଞ୍ଜାର ଅଧିକାରୀ ଭାବେ ମୁରଲୀଗୌଡ ରହି ପରିଚାଳନା କରୁଛନ୍ତି। ସେହିଭଳି ଆଛୁଲିଠାରେ ବିପତ୍ତିତାରିଣୀ ଦଣ୍ଡଯାତ୍ରା ଦଳରେ ଅଧିକାରୀ ଭାବେ ମୋଚିରାମ ବେହେରା ରହିଛନ୍ତି।
The post ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରା appeared first on Dharitri Odia News.