ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ: ଆଇନମନ୍ତ୍ରୀ କହିଲେ ଯେତେବଡ଼ ଅଧିକାରୀ ହେଉ କି…
ଭୁବନେଶ୍ୱର,୧୨।୧୪: ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପ୍ରସଙ୍ଗରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ। ଦୁର୍ନୀତି ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ରହିଛି। ଯେତେବଡ଼ ଅଧିକାରୀ ହେଉ କି ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ହେବ ହିଁ ହେବ। ଯଦି ଲିଙ୍କ ବାହାରେ ନିଶ୍ଚିନ୍ତ ତଦନ୍ତ ହେବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି। ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ହୋଇଛି। ଡିସେମ୍ବର ୧୧ ତାରିଖ […] The post ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ: ଆଇନମନ୍ତ୍ରୀ କହିଲେ ଯେତେବଡ଼ ଅଧିକାରୀ ହେଉ କି… appeared first on Dharitri Odia News.
ଭୁବନେଶ୍ୱର,୧୨।୧୪: ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପ୍ରସଙ୍ଗରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ। ଦୁର୍ନୀତି ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ରହିଛି। ଯେତେବଡ଼ ଅଧିକାରୀ ହେଉ କି ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ହେବ ହିଁ ହେବ। ଯଦି ଲିଙ୍କ ବାହାରେ ନିଶ୍ଚିନ୍ତ ତଦନ୍ତ ହେବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି।
ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ହୋଇଛି। ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସ ହୋଇଥିଲା। ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ତାଙ୍କ ଠାରେ କିଛି ପ୍ରମାଣ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବାରୁ ଏହାକୁ ନିଶ୍ଚିତ କରିବା ପାଇଁ ହାଜର ହେବାକୁ ସମନ କରିଛି ସିବିଆଇ। ଟେଣ୍ଡର ଫିକ୍ସିଂରେ ବିଷ୍ପୁପଦ ସେଠୀଙ୍କ ଡ୍ରାଇଭରକୁ ସମନ।
ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ସମନ କରିଛି ସିବିଆଇ। ଇମେଲ ଯୋଗେ ସମନ ଜାରି କରିଛି ସିବିଆଇ।
The post ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ: ଆଇନମନ୍ତ୍ରୀ କହିଲେ ଯେତେବଡ଼ ଅଧିକାରୀ ହେଉ କି… appeared first on Dharitri Odia News.