ବିଧାୟକଙ୍କୁ କରିଦେଲେ ଓଜନ: ଏପଟେ ମିଠା ସେପଟେ ବିଧାୟକ, ଭିଡିଓ ଭାଇରାଲ
ବରଗଡ,୧୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ ଇରାସିସ ଆଚାର୍ଯ୍ୟଙ୍କୁ ଅଭିନବ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭଟଲି ନିର୍ବାଚନମଣ୍ଡଳୀର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କଣ୍ଡପଳା ଗ୍ରାମର ବରିଷ୍ଠ ନାଗରିକ ହରିଚନ୍ଦ୍ର ନାୟକ ବିଧାୟକ ଆଚାର୍ଯ୍ୟ ଯେତିକି ଓଜନ ଅଛନ୍ତି, ସେହି ଓଜନର ମିଠା ବାଣ୍ଟି ତାଙ୍କୁ ଗ୍ରାମବାସୀଙ୍କ ସହିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏପରିକି ତରାଜୁର ଗୋଟିଏ ପାର୍ଶ୍ୱରେ ବିଧାୟକ ଆଚାର୍ଯ୍ୟଙ୍କୁ ବସାଇ ଏବଂ ଅନ୍ୟ ପାଶର୍ବରେ ମିଠା ରଖି ଓଜନ କରାଯାଇଥିଲା। […] The post ବିଧାୟକଙ୍କୁ କରିଦେଲେ ଓଜନ: ଏପଟେ ମିଠା ସେପଟେ ବିଧାୟକ, ଭିଡିଓ ଭାଇରାଲ appeared first on Dharitri Odia News.
ବରଗଡ,୧୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ ଇରାସିସ ଆଚାର୍ଯ୍ୟଙ୍କୁ ଅଭିନବ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭଟଲି ନିର୍ବାଚନମଣ୍ଡଳୀର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କଣ୍ଡପଳା ଗ୍ରାମର ବରିଷ୍ଠ ନାଗରିକ ହରିଚନ୍ଦ୍ର ନାୟକ ବିଧାୟକ ଆଚାର୍ଯ୍ୟ ଯେତିକି ଓଜନ ଅଛନ୍ତି, ସେହି ଓଜନର ମିଠା ବାଣ୍ଟି ତାଙ୍କୁ ଗ୍ରାମବାସୀଙ୍କ ସହିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏପରିକି ତରାଜୁର ଗୋଟିଏ ପାର୍ଶ୍ୱରେ ବିଧାୟକ ଆଚାର୍ଯ୍ୟଙ୍କୁ ବସାଇ ଏବଂ ଅନ୍ୟ ପାଶର୍ବରେ ମିଠା ରଖି ଓଜନ କରାଯାଇଥିଲା। ଏହାପରେ ସମାଜ ଓଜନର ମିଷ୍ଟାନ୍ନ ବଣ୍ଟନ କରି ଗ୍ରାମବାସୀ ଖୁସି ମନାଇଥିଲେ।
The post ବିଧାୟକଙ୍କୁ କରିଦେଲେ ଓଜନ: ଏପଟେ ମିଠା ସେପଟେ ବିଧାୟକ, ଭିଡିଓ ଭାଇରାଲ appeared first on Dharitri Odia News.