ମୁମ୍ବାଇ ଇଣ୍ଡିଆନ୍ସର ବସ ଡ୍ରାଇଭର ସାଜିଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୪।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ଆରମ୍ଭ ପୂର୍ବରୁ ଅଧିନାୟକତ୍ୱରୁ ହଟାଯାଇଥିବା ରୋହିତ ଶର୍ମାଙ୍କୁ ଏଥର ଏକ ଭିନ୍ନ ଷ୍ଟାଇଲରେ ଦେଖିବାକୁ ମିଳିଛି। ପଡ଼ିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତି ଦର୍ଶକଙ୍କ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିସାରିଥିବା ଏହି ସୁପରଷ୍ଟାରଙ୍କର ଏକ ନୂଆ ରଙ୍ଗ ଦେଖିବାକୁ ମିଳିଥିଲା। ମୁମ୍ବାଇର ନୂଆ ଅଧିନାୟକଙ୍କୁ ନେଇ ମ୍ୟାଚ ବେଳେ ଦର୍ଶକଙ୍କ ସ୍ଲୋଗାନକୁ ନୀରବ ରଖିଥିବା ରୋହିତ ଶର୍ମା ଏବେ ବସ ଡ୍ରାଇଭର ଭୂମିକାରେ ନଜର ଆସିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ […] The post ମୁମ୍ବାଇ ଇଣ୍ଡିଆନ୍ସର ବସ ଡ୍ରାଇଭର ସାଜିଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ଆରମ୍ଭ ପୂର୍ବରୁ ଅଧିନାୟକତ୍ୱରୁ ହଟାଯାଇଥିବା ରୋହିତ ଶର୍ମାଙ୍କୁ ଏଥର ଏକ ଭିନ୍ନ ଷ୍ଟାଇଲରେ ଦେଖିବାକୁ ମିଳିଛି। ପଡ଼ିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତି ଦର୍ଶକଙ୍କ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିସାରିଥିବା ଏହି ସୁପରଷ୍ଟାରଙ୍କର ଏକ ନୂଆ ରଙ୍ଗ ଦେଖିବାକୁ ମିଳିଥିଲା। ମୁମ୍ବାଇର ନୂଆ ଅଧିନାୟକଙ୍କୁ ନେଇ ମ୍ୟାଚ ବେଳେ ଦର୍ଶକଙ୍କ ସ୍ଲୋଗାନକୁ ନୀରବ ରଖିଥିବା ରୋହିତ ଶର୍ମା ଏବେ ବସ ଡ୍ରାଇଭର ଭୂମିକାରେ ନଜର ଆସିଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୫ଥର ଆଇପିଏଲ ଟାଇଟଲ ଜିତିଥିବା ରୋହିତ ଶର୍ମା ଏଥର କେବଳ ଖେଳାଳି ଭାବରେ ଖେଳିବାକୁ ଆସିଛନ୍ତି। ଟିମ ମ୍ୟାନେଜମେଣ୍ଟ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛି। ଯଦିଓ ଏହି ଧୁରନ୍ଧର ଆଉ ଦଳକୁ ନିର୍ଦ୍ଦେଶ ଦେଉନାହାଁନ୍ତି, ପଡ଼ିଆରେ ତାଙ୍କର ଶୈଳୀରେ ପରିବର୍ତ୍ତନ ହୋଇନାହିଁ। ତାଙ୍କ ମଜାଳିଆ ଶୈଳୀରେ ଦୀନେଶ କାର୍ତ୍ତିକଙ୍କୁ ସ୍ଲେଜିଂ କରିବାର ଭିଡିଓ କିଛି ଦିନ ପୂର୍ବରୁ ଭାଇରାଲ ହୋଇଥିଲା। ଏବେ ସେ ମୁମ୍ବାଇ ଇଣ୍ଡିଆନ୍ସ ବସ ଚଳାଉଥିବାର ନଜର ଆସିଛନ୍ତି।
୧୪ଏପ୍ରିଲ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ପହଞ୍ଚିଥିଲା। ଗୋଟିଏ ଦିନ ପୂର୍ବରୁ ହୋଇଥିବା ଏହି ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ପରିଣତ ହୋଇଛି। ରୋହିତ ଶର୍ମା ବସ ଡ୍ରାଇଭରଙ୍କ ସିଟ ଖାଲି ଦେଖିବା ମାତ୍ରେ ସେ ସେହି ସ୍ଥାନ ଅଧିକାର କରିଥିଲେ। ସେ କେଉଁଠାରେ ଟିମ ବସ ନେବାକୁ ଯାଉଛନ୍ତି ତାହା ଜଣା ପଡିନାହିଁ କିନ୍ତୁ ସେ ନିଶ୍ଚିତ ଭାବରେ ଡ୍ରାଇଭର ସିଟରେ ବସିଥିବାର ନଜର ଆସିଛନ୍ତି। ବସ ସାମ୍ନାରେ ମୁମ୍ବାଇ ପ୍ରଶଂସକଙ୍କ ଭିଡ ଜମିଥିଲା, ଯାହାଙ୍କୁ ସେ ଯିବା ପାଇଁ ସଙ୍କେତ ଦେଉଥିବାର ଦେଖାଯାଇଥିଲା। ବସ୍ର ଡ୍ରାଇଭିଂ ସିଟରେ ସେମାନଙ୍କ ପ୍ରିୟ ତାରକାଙ୍କୁ ଦେଖିବା ପରେ ପ୍ରଶଂସକମାନେ ଫଟୋ ଉଠାଇବା ଏବଂ ଭିଡିଓ କରିବା ଆରମ୍ଭ କରିଥିଲେ। ରୋହିତ ଶର୍ମା ମଧ୍ୟ ମୋବାଇଲ ସାହାଯ୍ୟରେ ଆଗରୁ ଏକ ଭିଡିଓ କରୁଥିବା ଦେଖିବାକୁ ମିଳିଥିଲା।
Hahaha this is sooo cutee
Roo driving bus#RohitSharma pic.twitter.com/VtP3PDuWCo
— Nehhaaa! (Rohitian)
(@nehhaaa__) April 13, 2024
The post ମୁମ୍ବାଇ ଇଣ୍ଡିଆନ୍ସର ବସ ଡ୍ରାଇଭର ସାଜିଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ appeared first on Dharitri Odia News.





