ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା, ଦୁଲୁକୁଛି ବରଗଡ଼

ବରଗଡ଼: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ସମାରୋହରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମନିଷା ବାନାର୍ଜୀ, ଏସପି ପ୍ରହଲ୍ଲାଦ ମୀନା, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ସୁରେଶ୍ୱର ଶତପଥୀ, ଗୁଣନିଧି ଦାଶ, ପ୍ରମୁଖ ଉପସ୍ଥିତ ଥିଲେ। ଆଜିଠୁ ବରଗଡ଼ ସହର ପାଲଟି ଯାଇଛି ମଥୁରା ନଗରୀ ଆଉ ଅମ୍ବାପାଲି ପାଲଟିଛି ଗୋପପୁର। ଆଗାମୀ ୧୧ ଦିନ ଧରି ପୌରଣିକ କଥା ବସ୍ତୁକୁ […]

ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା, ଦୁଲୁକୁଛି ବରଗଡ଼
Untitled 1 36

ବରଗଡ଼: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ସମାରୋହରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମନିଷା ବାନାର୍ଜୀ, ଏସପି ପ୍ରହଲ୍ଲାଦ ମୀନା, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ସୁରେଶ୍ୱର ଶତପଥୀ, ଗୁଣନିଧି ଦାଶ, ପ୍ରମୁଖ ଉପସ୍ଥିତ ଥିଲେ।

ଆଜିଠୁ ବରଗଡ଼ ସହର ପାଲଟି ଯାଇଛି ମଥୁରା ନଗରୀ ଆଉ ଅମ୍ବାପାଲି ପାଲଟିଛି ଗୋପପୁର। ଆଗାମୀ ୧୧ ଦିନ ଧରି ପୌରଣିକ କଥା ବସ୍ତୁକୁ ନେଇ ଏହି ବିରାଟ ଧନୁଯାତ୍ରା ମସୋତ୍ସବ ଅନୁଷ୍ଠିତ ହେବ। ଏଠାକାର ପ୍ରତ୍ୟେକ ନାଗରିକ ତଥା ବାହାରୁ ଆସୁଥିବା ଲୋକମାନେ ଜଣେଜଣେ କଳାକାର। ଆଗାମୀ ୧୧ ଦିନ ଧରି ଚାଲିବା ଏହି ଯାତ୍ରାରେ ସମସ୍ତ ଜନ ସାଧାରଣ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏସପି କହିଥିଲେ। ଲକ୍ଷାଧିକ ଲୋକଙ୍କ ସମାଗମକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।