ଆରସିବି ଟ୍ରଫି ‘ମରୁଡ଼ି’ ଶେଷ କଲା ମହିଳା ଟିମ୍, ପ୍ରଥମ ଥର ପାଇଁ ଜିତିଲା ଟାଇଟଲ୍

ଭୁବନେଶ୍ୱର,୧୭।୩: ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚମତ୍କାର ପ୍ରଦର୍ଶନ ସହିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ୨୦୨୪ ଟାଇଟଲ୍ ଜିତିଛି। ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) କୁ ୮ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଛି। ଏହି ମ୍ୟାଚରେ ଆରସିବି ୧୧୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦଳ ୧୯.୩ ଓଭରରେ ମାତ୍ର ୨ ୱିକେଟ୍ ହରାଇ […] The post ଆରସିବି ଟ୍ରଫି ‘ମରୁଡ଼ି’ ଶେଷ କଲା ମହିଳା ଟିମ୍, ପ୍ରଥମ ଥର ପାଇଁ ଜିତିଲା ଟାଇଟଲ୍ appeared first on Dharitri Odia News.

ଆରସିବି ଟ୍ରଫି ‘ମରୁଡ଼ି’ ଶେଷ କଲା ମହିଳା ଟିମ୍, ପ୍ରଥମ ଥର ପାଇଁ ଜିତିଲା ଟାଇଟଲ୍

ଭୁବନେଶ୍ୱର,୧୭।୩: ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚମତ୍କାର ପ୍ରଦର୍ଶନ ସହିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ୨୦୨୪ ଟାଇଟଲ୍ ଜିତିଛି। ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) କୁ ୮ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଛି।

ଏହି ମ୍ୟାଚରେ ଆରସିବି ୧୧୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦଳ ୧୯.୩ ଓଭରରେ ମାତ୍ର ୨ ୱିକେଟ୍ ହରାଇ ବିଜୟ ହାସଲ କରି ନେଇଥିଲା। ଦଳ ପାଇଁ ଏଲିସେ ପେରି ଅପରାଜିତ ୩୫, ଡିଭାଇନ ୩୨ ରନ ଏବଂ ସ୍ମୃତି ମନ୍ଧାନା ୩୧ ରନ ସ୍କୋର କରିଥିଲେ। ଦିଲ୍ଲୀ ପାଇଁ ଶିଖା ପାଣ୍ଡେ ଏବଂ ମେନୁ ମଣି ୧-୧ ୱିକେଟ୍ ନେଇଥିଲେ।

The post ଆରସିବି ଟ୍ରଫି ‘ମରୁଡ଼ି’ ଶେଷ କଲା ମହିଳା ଟିମ୍, ପ୍ରଥମ ଥର ପାଇଁ ଜିତିଲା ଟାଇଟଲ୍ appeared first on Dharitri Odia News.