ଆରସିବି ପାଇଁ ଏକା ଲଢ଼ିଲେ ଟିମ୍ ଡେଭିଡ୍; ପଞ୍ଜାବ କିଙ୍ଗସ୍ ସାମ୍ନାରେ ୯୬ ରନ୍ର ଟାର୍ଗେଟ୍
ବେଙ୍ଗାଲୁରୁ: ଓଭର କାଷ୍ଟ କଣ୍ଡିସନରେ ଫସିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବର୍ଷା ପରେ ସୁଇଙ୍ଗରେ ଘାଇଲା ହେଲେ ବ୍ୟାଟର । ଟିମ୍ ଡେଭିଡ୍ ଓ ଅଧିନାୟକ ରଜତ ପାଟିଦାରଙ୍କୁ ଛାଡ଼ି କୌଣସି ଖେଳାଳି ପଞ୍ଜାବ ବୋଲଙ୍କୁ ସାମ୍ନାକୁ କରିପାରିଲେନି । ସପ୍ତମ ଓ୍ବିକେଟରେ ଟିମ୍ ଡେଭିଡ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସେ ମାତ୍ର ୨୬ଟି ବଲରୁ ୫୦ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଶେଷ ୬ଟି ବଲରେ ୨୧ ରନ୍ ରହିଛି । ତେଣୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ ୧୪ ଓଭରରେ ୯୫ ରନ୍ କରିଛି । ଫଳରେ ପଞ୍ଜାବ କିଙ୍ଗସ୍ ସାମ୍ନାରେ ୯୬ ରନ୍ର ଟାର୍ଗେଟ୍ ରହିଛି । ଆଇପିଏଲରେ ଆଜି ୩୪ତମ ମ୍ୟାଚ୍ ଖେଳାଯାଉଛି । ବେଙ୍ଗାଲୁରୁ ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ । ବର୍ଷ ପାଇଁ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ଫଳରେ ୨୦ ଓଭର ବିଶିଷ୍ଟ ମ୍ୟାଚକୁ ୧୪ ଓଭର କରାଯାଇଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ ଦଳ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇ ଥିଲା ଆରସିବି । ପ୍ରାରମ୍ଭରୁ ବେଙ୍ଗାଲୁରୁର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଓପନର ଫିଲ୍ ସଲ୍ଟ ୪ ରନ୍ ଏବଂ ବିରାଟ କୋହଲି ୧ ରନ କରି ଆଉଟ ହୋଇଥିଲେ । ଏହାପରେ ଲିଆମ୍ ଲିଭିଂଷ୍ଟୋନ ୬ ବଲ୍ରେ ମାତ୍ର ୪ ରନ୍ କରିପାରିଥିଲେ । ସେହିପରି ଜିତେଶ ଶର୍ମା ୭ ବଲ୍ ରେ ୨ ରନ୍ କରି ଆଉଟ୍ ହୋଇଥିଲେ। କୃଣାଲ ପାଣ୍ଡ୍ୟା ମଧ୍ୟ ଖ
ବେଙ୍ଗାଲୁରୁ: ଓଭର କାଷ୍ଟ କଣ୍ଡିସନରେ ଫସିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବର୍ଷା ପରେ ସୁଇଙ୍ଗରେ ଘାଇଲା ହେଲେ ବ୍ୟାଟର । ଟିମ୍ ଡେଭିଡ୍ ଓ ଅଧିନାୟକ ରଜତ ପାଟିଦାରଙ୍କୁ ଛାଡ଼ି କୌଣସି ଖେଳାଳି ପଞ୍ଜାବ ବୋଲଙ୍କୁ ସାମ୍ନାକୁ କରିପାରିଲେନି । ସପ୍ତମ ଓ୍ବିକେଟରେ ଟିମ୍ ଡେଭିଡ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସେ ମାତ୍ର ୨୬ଟି ବଲରୁ ୫୦ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଶେଷ ୬ଟି ବଲରେ ୨୧ ରନ୍ ରହିଛି । ତେଣୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ ୧୪ ଓଭରରେ ୯୫ ରନ୍ କରିଛି । ଫଳରେ ପଞ୍ଜାବ କିଙ୍ଗସ୍ ସାମ୍ନାରେ ୯୬ ରନ୍ର ଟାର୍ଗେଟ୍ ରହିଛି ।
ଆଇପିଏଲରେ ଆଜି ୩୪ତମ ମ୍ୟାଚ୍ ଖେଳାଯାଉଛି । ବେଙ୍ଗାଲୁରୁ ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ । ବର୍ଷ ପାଇଁ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ଫଳରେ ୨୦ ଓଭର ବିଶିଷ୍ଟ ମ୍ୟାଚକୁ ୧୪ ଓଭର କରାଯାଇଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ ଦଳ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇ ଥିଲା ଆରସିବି । ପ୍ରାରମ୍ଭରୁ ବେଙ୍ଗାଲୁରୁର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଓପନର ଫିଲ୍ ସଲ୍ଟ ୪ ରନ୍ ଏବଂ ବିରାଟ କୋହଲି ୧ ରନ କରି ଆଉଟ ହୋଇଥିଲେ । ଏହାପରେ ଲିଆମ୍ ଲିଭିଂଷ୍ଟୋନ ୬ ବଲ୍ରେ ମାତ୍ର ୪ ରନ୍ କରିପାରିଥିଲେ । ସେହିପରି ଜିତେଶ ଶର୍ମା ୭ ବଲ୍ ରେ ୨ ରନ୍ କରି ଆଉଟ୍ ହୋଇଥିଲେ। କୃଣାଲ ପାଣ୍ଡ୍ୟା ମଧ୍ୟ ଖାସ୍ କିଛି କରି ପାରିନଥିଲେ । ପରେ ଅଧିନାୟକ ରଜତ ପାଟିଦାର ୧୮ ବଲ୍ ରେ ୨୩ ରନ୍ ର ଇନିଂସ ଖେଳିଥିଲେ । ତାଙ୍କୁ ସାଥ୍ ଦେଇଥିଲେ ଟିମ୍ ଡେଭିଡ୍ । ସେ ଚମତ୍କାର ବ୍ୟାଟିଂ କରିଥିଲେ । ମାତ୍ର ୨୬ଟି ବଲ୍ ଖେଳି ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଯାହାଫଳରେ ବେଙ୍ଗାଲୁରୁ ୯୫ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ପଞ୍ଜାବ ପକ୍ଷରୁ ଅର୍ଶଦୀପ, ମାର୍କୋ ୟାନଶନ, ଚହଲ ଓ ହରପ୍ରୀତ୍ ଦୁଇଟି ଲେଖାଏ ଓ୍ବିକେଟ୍ ନେଇଛନ୍ତି ।....