ଆର୍ ସି ପ୍ଲାଷ୍ଟୋର ନୂଆ ମାଇଲଖୁଣ୍ଟ
ନୂଆଦିଲ୍ଲୀ,୧୪।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ପାଣିଟାଙ୍କି ଓ ପାଇପ ନିର୍ମାତା ଆର୍ ସି ପ୍ଲାଷ୍ଟୋ ଟ୍ୟାଙ୍କସ ଆଣ୍ଡ ପାଇପ୍ସ ପ୍ରାଇଭେଟ୍ ଲିମିଟେଡ୍ ନିକଟରେ ଏକ ବିଶ୍ୱସ୍ତରୀୟ ମାନତ୍ୟ ହାସଲ କରିଛି। ଏପରିକି କମ୍ପାନୀର ନାଗପୁରସ୍ଥିତ ହିଙ୍ଗ୍ନା ଉତ୍ପାଦନ କେନ୍ଦ୍ର ଶତ ପ୍ରତିଶତ ଅକ୍ଷୟ ଶକ୍ତି ବ୍ୟବହାର କରୁଥିବା ସର୍ବବୃହତ୍ ଏକକ ସ୍ଥାନ ବୋଲି ବ୍ରାଣ୍ଡ୍ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଅପରପକ୍ଷରେ କମ୍ପାନୀର ଏହି ଉଲ୍ଲେଖନୀୟ ସଫଳତା ପାଇଁ […] The post ଆର୍ ସି ପ୍ଲାଷ୍ଟୋର ନୂଆ ମାଇଲଖୁଣ୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ପାଣିଟାଙ୍କି ଓ ପାଇପ ନିର୍ମାତା ଆର୍ ସି ପ୍ଲାଷ୍ଟୋ ଟ୍ୟାଙ୍କସ ଆଣ୍ଡ ପାଇପ୍ସ ପ୍ରାଇଭେଟ୍ ଲିମିଟେଡ୍ ନିକଟରେ ଏକ ବିଶ୍ୱସ୍ତରୀୟ ମାନତ୍ୟ ହାସଲ କରିଛି। ଏପରିକି କମ୍ପାନୀର ନାଗପୁରସ୍ଥିତ ହିଙ୍ଗ୍ନା ଉତ୍ପାଦନ କେନ୍ଦ୍ର ଶତ ପ୍ରତିଶତ ଅକ୍ଷୟ ଶକ୍ତି ବ୍ୟବହାର କରୁଥିବା ସର୍ବବୃହତ୍ ଏକକ ସ୍ଥାନ ବୋଲି ବ୍ରାଣ୍ଡ୍ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।
ଅପରପକ୍ଷରେ କମ୍ପାନୀର ଏହି ଉଲ୍ଲେଖନୀୟ ସଫଳତା ପାଇଁ ବ୍ରାଣ୍ଡ୍ ନୂଆ ମାଇଲଖୁଣ୍ଟ ହାସଲ କରିଥିବାବେଳେ ମାସିକ ୨୦ କୋଟି ଲିଟର କ୍ଷମତାର ପାଣିଟାଙ୍କି ଉତ୍ପାଦନ କରୁଥିବା ବିଶ୍ୱର ସର୍ବବୃହତ୍ ଏକକ ସ୍ଥାନ ପାଣିଟାଙ୍କି ଉତ୍ପାଦନ କେନ୍ଦ୍ରର ମାନ୍ୟତା ପାଇଛି। ସେହିଭଳି ମହାରାଷ୍ଟ୍ର ନନ୍ଦୁରବାରର ୫୨ଏକର ପରିବ୍ୟାପ୍ତ ଅଞ୍ଚଳରେ ରହିଥିବା ବ୍ରାଣ୍ଡ୍ର ଏହି ୟୁନିଟ୍ ୨ଟି ପବନ କଳରୁ ଉତ୍ପନ୍ନ ଅକ୍ଷୟ ଶକ୍ତି ଦ୍ୱାରା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରୁଛି। ଏପରିକି ପ୍ରତି ପବନକଳରୁ ବାର୍ଷିକ କ୍ଷମତା ୨.୧ ମେଗାଓ୍ବାଟ୍ ରହିଛି।
ସେହିପରି ୨୦୨୪ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ୭୩,୦୭,୯୮୮ ୟୁନିଟ୍ ଶକ୍ତି ଉତ୍ପନ୍ନ କରାଯାଇଛି। ଏପରିକି ବ୍ରାଣ୍ଡ୍ ଶତ ପ୍ରତିଶତ ଅକ୍ଷୟ ଶକ୍ତି ବ୍ୟବହାର ସହ ଜୀବାଶ୍ନ ଇନ୍ଧନ ଉପରୁ ନିର୍ଭରଶୀଳ ହ୍ରାସ ସହ ଅନ୍ୟ ଶିଳ୍ପଗୁଡିକ ପାଇଁ ମଧ୍ୟ ଏକ ମାନଦଣ୍ଡ ସ୍ଥିର କରିପାରିଛି। ଉଲ୍ଲେଖଯୋଗ୍ୟ, ବଜାରରେ ଆର୍ ସି ପ୍ଲାଷ୍ଟୋର ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ରହିଛି।
The post ଆର୍ ସି ପ୍ଲାଷ୍ଟୋର ନୂଆ ମାଇଲଖୁଣ୍ଟ appeared first on Dharitri Odia News.