ପୁଣି ତାତିଲା ବାରିପଦା

ଭୁବନେଶ୍ୱର,୨୧ା୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ଗତକାଲି ତାତିରେ ଦେଶରେ ପ୍ରଥମ ତଥା ଏସିଆ ମହାଦେଶରେ ତୃତୀୟ ସ୍ଥାନରେ ରହିଥିବା ବାରିପଦା ଆଜି ସକାଳୁ ମଧ୍ୟ ତାତିଲାଣି। ଗତକାଲି ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୨ ଡିଗ୍ରୀ ଛୁଇଁଥିବା ବେଳେ ବାରିପଦା ସହିତ ବୌଦ୍ଧରେ ମଧ୍ୟ ତାପମାତ୍ରା ୪୫.୨ ଡିଗ୍ରୀ ରହିଥିଲା। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବଲାଙ୍ଗୀରରେ ତାପମାତ୍ରା ୩୫.୪ ଡିଗ୍ରୀ ରହିଥିବା ବେଳେ […] The post ପୁଣି ତାତିଲା ବାରିପଦା appeared first on Dharitri Odia News.

ପୁଣି ତାତିଲା ବାରିପଦା

ଭୁବନେଶ୍ୱର,୨୧ା୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ଗତକାଲି ତାତିରେ ଦେଶରେ ପ୍ରଥମ ତଥା ଏସିଆ ମହାଦେଶରେ ତୃତୀୟ ସ୍ଥାନରେ ରହିଥିବା ବାରିପଦା ଆଜି ସକାଳୁ ମଧ୍ୟ ତାତିଲାଣି। ଗତକାଲି ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୨ ଡିଗ୍ରୀ ଛୁଇଁଥିବା ବେଳେ ବାରିପଦା ସହିତ ବୌଦ୍ଧରେ ମଧ୍ୟ ତାପମାତ୍ରା ୪୫.୨ ଡିଗ୍ରୀ ରହିଥିଲା।

ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବଲାଙ୍ଗୀରରେ ତାପମାତ୍ରା ୩୫.୪ ଡିଗ୍ରୀ ରହିଥିବା ବେଳେ ଭଦ୍ରକରେ ୩୫, ଯାଜପୁରରେ ୩୪.୮, ଭବାନୀପାଟଣା ଏବଂ ଝାରସୁଗୁଡ଼ାରେ ୩୪.୪ ଡିଗ୍ରୀ, କେନ୍ଦୁଝର ଏବଂ କଟକରେ ୩୪ ଡିଗ୍ରୀ, ରାଉରକେଲାରେ ୩୩.୮, ଫୁଲବାଣୀରେ ୩୩.୬, ନୟାଗଡ଼ ଏବଂ ଟିଟିଲାଗଡ଼ରେ ୩୩ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୩୨.୬ ଡିଗ୍ରୀ ରହିଛି।

The post ପୁଣି ତାତିଲା ବାରିପଦା appeared first on Dharitri Odia News.