ଫିଟୁଛି ଆର୍‌.ଜି. ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ଉପରୁ ପରଦା

କୋଲକାତା,୨୬ା୮: ଆର୍‌.ଜି. ମେଡିକାଲ କଲେଜ ଓ ହସ୍ପିଟାଲରେ ଆର୍ଥତ୍କ ଅନିୟମିତତା ମାମଲାରେ ସିବିଆଇ ଏତଲା ଦାଏର କରିଛି। ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ନାଁ ଉକ୍ତ ଏତଲାରେ ରହିଛି। ତାଙ୍କ କାର୍ଯ୍ୟକାଳରେ ମେଡିକାଲ କଲେଜରେ ଆର୍ଥତ୍କ ଅନିୟମିତତା ହୋଇଥିଲା। ତାଙ୍କ ବିରୋଧରେ ଆଇପିସିର ଦଫା ୧୨୦ବି (ଆପରାଧିକ ଷଡ଼ଯନ୍ତ୍ର), ୪୨୦ ( ଠକେଇ ଓ ଅସାଧୁ କାରବାର) ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଲାଗିଛି। ଏହା ସଜ୍ଞାନ ଅପରାଧ ହୋଇଥିବାରୁ ଜାମିନବିହୀନ […] The post ଫିଟୁଛି ଆର୍‌.ଜି. ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ଉପରୁ ପରଦା appeared first on Dharitri Odia News.

ଫିଟୁଛି ଆର୍‌.ଜି. ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ଉପରୁ ପରଦା

କୋଲକାତା,୨୬ା୮: ଆର୍‌.ଜି. ମେଡିକାଲ କଲେଜ ଓ ହସ୍ପିଟାଲରେ ଆର୍ଥତ୍କ ଅନିୟମିତତା ମାମଲାରେ ସିବିଆଇ ଏତଲା ଦାଏର କରିଛି। ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ନାଁ ଉକ୍ତ ଏତଲାରେ ରହିଛି। ତାଙ୍କ କାର୍ଯ୍ୟକାଳରେ ମେଡିକାଲ କଲେଜରେ ଆର୍ଥତ୍କ ଅନିୟମିତତା ହୋଇଥିଲା। ତାଙ୍କ ବିରୋଧରେ ଆଇପିସିର ଦଫା ୧୨୦ବି (ଆପରାଧିକ ଷଡ଼ଯନ୍ତ୍ର), ୪୨୦ ( ଠକେଇ ଓ ଅସାଧୁ କାରବାର) ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଲାଗିଛି। ଏହା ସଜ୍ଞାନ ଅପରାଧ ହୋଇଥିବାରୁ ଜାମିନବିହୀନ ବୋଲି କୋଲକାତା ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି। ତାଙ୍କ ବ୍ୟତୀତ ମଧ୍ୟ ଜୋରହାଟର ମା’ ତାରା ଟ୍ରେଡର୍ସ, ବେଲଗାଛିଆର ଏଶାନ କେଫ୍‌ ଏବଂ ଖମା ଲୌହା ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।
ଅନ୍ୟପକ୍ଷରେ ଆର୍‌.ଜି. ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସୋମବାର ପୁନର୍ବାର ସନ୍ଦୀପ୍‌ ଓ ଅନ୍ୟମାନଙ୍କର ପଲିଗ୍ରାଫ୍‌ ପରୀକ୍ଷା କରାଯାଇଛି। ଏହି ମାମଲାରେ ସିବିଆଇ ଦୀର୍ଘ ୮୮ ଘଣ୍ଟା ସନ୍ଦୀପ୍‌ଙ୍କୁ ଜେରା କରିଥିଲେ ମଧ୍ୟ ତାଙ୍କ ଉତ୍ତରରେ ତାଳମେଳ ରହୁ ନ ଥିଲା। ଶନିବାର ତାଙ୍କର ଲାଏ ଡିଟେକ୍ଟର ପରୀକ୍ଷା କରାଯାଇଥିବାବେଳେ ସୋମବାର ପୁଣିଥରେ ହୋଇଛି। ତାଙ୍କ ସମେତ ଅନ୍ୟ ୫ ଜଣଙ୍କର ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ପଲିଗ୍ରାଫ୍‌ ଟେଷ୍ଟ ହୋଇଛି। ମହିଳା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଛି।

The post ଫିଟୁଛି ଆର୍‌.ଜି. ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ଉପରୁ ପରଦା appeared first on Dharitri Odia News.