ଶୋଇଥିବା ବେଳେ ଘର ଭାଙ୍ଗିଦେଲା ହାତୀ, ଆଉ ତା’ ପରେ…
ପାଟଣା,୨୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୨୮ଟିକିଆ ବଣୁଆ ହାତୀପଲ ଉପଦ୍ରବ ସହ ଭୟ ଦେଖାଦେଇଛି। ଏହି ହାତୀପଲ ୨ ଭାଗରେ ବିଭକ୍ତ ହୋଇ ଧାନ,ମକା, ପରିବା ଚାଷ ନଷ୍ଟ କରିବା ସହ ଘର ଭାଙ୍ଗି ଧାନ ଚାଉଳ ଖାଇଯାଉଛନ୍ତି। ୧୭ ଟିକିଆ ହାତୀପଲ ଗୁରୁବାର ବିଳମ୍ବିତ ରାତିରେ ସିଲିଦା ଗ୍ରାମରେ ପଶି ଗ୍ରାମର ମଧୁସୂଦନ ସେଠୀଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି। ପରିବାର ଲୋକେ ଘରେ […] The post ଶୋଇଥିବା ବେଳେ ଘର ଭାଙ୍ଗିଦେଲା ହାତୀ, ଆଉ ତା’ ପରେ… appeared first on Dharitri Odia News.
ପାଟଣା,୨୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୨୮ଟିକିଆ ବଣୁଆ ହାତୀପଲ ଉପଦ୍ରବ ସହ ଭୟ ଦେଖାଦେଇଛି। ଏହି ହାତୀପଲ ୨ ଭାଗରେ ବିଭକ୍ତ ହୋଇ ଧାନ,ମକା, ପରିବା ଚାଷ ନଷ୍ଟ କରିବା ସହ ଘର ଭାଙ୍ଗି ଧାନ ଚାଉଳ ଖାଇଯାଉଛନ୍ତି। ୧୭ ଟିକିଆ ହାତୀପଲ ଗୁରୁବାର ବିଳମ୍ବିତ ରାତିରେ ସିଲିଦା ଗ୍ରାମରେ ପଶି ଗ୍ରାମର ମଧୁସୂଦନ ସେଠୀଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି। ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀଘର ଭାଙ୍ଗିବାରୁ ଘରର କାନ୍ଥ ଖସି ପଡ଼ିଥିଲା। ହେଲେ ଘର ଭିତରେ ଥିବା ଦେଢ଼ମାସର ଶିଶୁପୁତ୍ର ସହ ପରିବାର ଲୋକେ ଅଳ୍ପକେ ଏକ ବିପତ୍ତିରୁ ବର୍ତ୍ତି ଯାଇଛନ୍ତି। ସେହିଭଳି ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ୧୧ ଟିକିଆ ହାତୀପଲ ଅଞ୍ଚଳରେ ଏକର ଏକର ଧାନଚାଷ ନଷ୍ଟ କରିବା କୁଞ୍ଜ ବିହାରୀ ନାଏକଙ୍କ ପାଚେରି ଭାଙ୍ଗି ଦେଇଛନ୍ତି। ୧୭ ଟିକିଆ ହାତୀପଲ ଏବେ ପାଟଣା ବୈତରଣୀ ନଦୀକୂଳ ଆକାଶିଆ ଜଙ୍ଗଲରେ ଡେରା ପକାଇଥିବା ବେଳେ ୧୧ ଟିକିଆ ହାତୀପଲ ବେଲଦା ଜଙ୍ଗଲରେ ଡେରା ପକାଇଛନ୍ତି। ବନବିଭାଗ ହାତୀପଲଙ୍କ ଉପରେ ନଜର ରଖିଛି।
The post ଶୋଇଥିବା ବେଳେ ଘର ଭାଙ୍ଗିଦେଲା ହାତୀ, ଆଉ ତା’ ପରେ… appeared first on Dharitri Odia News.