ଲୋୟର ସୁକତେଲକୁ ନେଇ ଶାସକ ବିରୋଧୀ ମୁହାଁ ମୁହିଁ: ପ୍ରଶ୍ନ କରି ଫଶିଲେ ବିଜେଡି ବିଧାୟକ...

ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଶାସକ ବିରୋଧୀ ମୁହାଁ ମୁହିଁ ହୋଇଛନ୍ତି। ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ବିଜେଡି ସରକାରକୁ ହରଡ ଘଣାରେ ପକାଇଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

ଲୋୟର ସୁକତେଲକୁ ନେଇ ଶାସକ ବିରୋଧୀ ମୁହାଁ ମୁହିଁ: ପ୍ରଶ୍ନ କରି ଫଶିଲେ ବିଜେଡି ବିଧାୟକ...

ପ୍ରଶ୍ନ କରି ଫଶିଗଲେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । ଗୃହରେ ଘେରିଲେ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଶାସକ ବିରୋଧୀ ମୁହାଁ ମୁହିଁ ହୋଇଛନ୍ତି। ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ବିଜେଡି ସରକାରକୁ ହରଡ ଘଣାରେ ପକାଇଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। 

ଲୋୟର ସୁକେତେଲ ପ୍ରକଳ୍ପକୁ ନିର୍ବାଚନ ପାଇଁ ତରବରିଆ ଭାବେ ଉଦଘାଟନ କରାଯାଇଥିଲା। ଡିପିଆର ଅନୁଯାୟୀ ୨୦୨୬ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା ନୁହେଁ। ବର୍ତ୍ତମାନ ବିଧାୟକ ଯେଉଁ ଏହି ପ୍ରକଳ୍ପର ପାଣି ଲୋକଙ୍କ ପାଖରେ ପହଞ୍ଚି ଥିବା କହୁଛନ୍ତି ତାହା ଠିକ ନୁହେଁ ବୋଲି କହିଛନ୍ତି ଉଭୟ ମନ୍ତ୍ରୀ। ଏହି ପ୍ରକଳ୍ପରୁ ବର୍ତ୍ତମାନ ସୁଦ୍ଧା ଗୋଟେ ଇଞ୍ଚ ଜମିକୁ ବି ଜଳସେଚନ ହୋଇନି। କେବଳ ନଦୀରେ ପାଣି ଚାଲିଛି କିନ୍ତୁ କେନାଲରେ ନାହିଁ। ୮ ମିଟରରୁ ଅଧିକ ପାଣି ରଖିଲେ ବନ୍ଧ ଭାଙ୍ଗିଯିବ ବୋଲି କହିଛନ୍ତି ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ନବୀନ ସରକାର ନିଲମ୍ବନ କରିଥିଲେ, ମୋହନ ସରକାର ନ୍ୟାୟ ଦେଲେ !

ସେହିପରି ପୁର୍ବ ସରକାର ପ୍ରତି ବ୍ଳକରେ ୩୫ ପ୍ରତିଶତ ଜଳ ସେଚନ ନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଳନ କରିନାହାନ୍ତି । ଆଉ ଆମେ ବର୍ତ୍ତମାନ ଜଳ ସେଚନକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରୁଛୁ ବୋଲି ବିଧାନସଭାରେ ସରକାର ଉତ୍ତର ରଖିଛନ୍ତି ।