ଆର୍‌ଏସ୍‌ଏସ୍‌ ହାତରେ କାଠକଣ୍ଡେଇ ଭଳି ବ୍ୟବହାର କରୁଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ

ନୂଆଦିଲ୍ଲୀ,୨୬।୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ହାତରେ ମୋଦି ଭଳି ବ୍ୟବହାର କରୁଛନ୍ତି। ଏପରିକି ସଂଘ ଏବଂ ଭାଜପା ସମ୍ବିଧାନକୁ ବିକୃତ କରିବାକୁ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି। ଏଣୁ କଂଗ୍ରେସ କର୍ମୀ ଏବଂ ଦଳର ନେତାମାନେ ଏକଜୁଟ୍‌ ହୋଇ ଆଗାମୀ ଲୋକ ସଭା ନିର୍ବାଚନରେ ଗଣତନ୍ତ୍ରର ରକ୍ଷା କରିବା ଉଚିତ ବୋଲି ସେ ଆହ୍ବାନ ଦେଇଛନ୍ତି। ଗଣତନ୍ତ୍ର ଦିବସ ଅବସରରେ କର୍ନାଟକ […] The post ଆର୍‌ଏସ୍‌ଏସ୍‌ ହାତରେ କାଠକଣ୍ଡେଇ ଭଳି ବ୍ୟବହାର କରୁଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ appeared first on Dharitri Odia News.

ଆର୍‌ଏସ୍‌ଏସ୍‌ ହାତରେ କାଠକଣ୍ଡେଇ ଭଳି ବ୍ୟବହାର କରୁଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ

ନୂଆଦିଲ୍ଲୀ,୨୬।୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ହାତରେ ମୋଦି ଭଳି ବ୍ୟବହାର କରୁଛନ୍ତି। ଏପରିକି ସଂଘ ଏବଂ ଭାଜପା ସମ୍ବିଧାନକୁ ବିକୃତ କରିବାକୁ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି। ଏଣୁ କଂଗ୍ରେସ କର୍ମୀ ଏବଂ ଦଳର ନେତାମାନେ ଏକଜୁଟ୍‌ ହୋଇ ଆଗାମୀ ଲୋକ ସଭା ନିର୍ବାଚନରେ ଗଣତନ୍ତ୍ରର ରକ୍ଷା କରିବା ଉଚିତ ବୋଲି ସେ ଆହ୍ବାନ ଦେଇଛନ୍ତି।

ଗଣତନ୍ତ୍ର ଦିବସ ଅବସରରେ କର୍ନାଟକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବା ପରେ ଖାର୍ଗେ ସମ୍ବୋଧିତ କରି କହିଛନ୍ତି, ଯଦି ଦେଶରେ କୌଣସି ସମ୍ବିଧାନ ନ ଥାନ୍ତା, ତେବେ ଆମ ପାଖରେ ଗଣତନ୍ତ୍ରକୁ ରକ୍ଷା କରିବା ସମ୍ଭବପର ହୋଇ ନ ଥାନ୍ତା। ସ୍ବାଧୀନତା ସଂଗ୍ରାମର ନେତା ଏବଂ ସମ୍ବିଧାନ ସଭାର ସଦସ୍ୟଙ୍କ ପ୍ରୟାସ ପରେ ଦେଶକୁ ଏହାର ସମ୍ବିଧାନ ମିଳିଛି। ହେଲେ ଆର୍‌ଏସ୍‌ଏସ୍‌ ଏବଂ ଭାଜପା ଏହି ସମ୍ବିଧାନକୁ ବିକୃତ କରି ଏଥିରେ ପରିବର୍ତ୍ତନ କରିବାର ଷଡଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ପାର୍ଟି ଦେଶର ସ୍ବାଧୀନତା ଲାଗି ଲଢ଼େଇ କରିଛନ୍ତି, ହେଲେ ଭାଜପା ଏବେ ଦେଶର ଏକମାତ୍ର ରକ୍ଷକ ହେବାର ଦାବି କରୁଛି। ସେମାନେ ଦେଶଭକ୍ତି କଥା କହୁଛନ୍ତି, ଯୁବଗୋଷ୍ଠୀଙ୍କୁ କେବଳ ସେ ସଚ୍ଚା ଦେଶଭକ୍ତ ବୋଲି ଦେଖାଉଛନ୍ତି, ଆଉ ସମସ୍ତେ ଦେଶଦ୍ରୋହୀ ଅଟନ୍ତି।

The post ଆର୍‌ଏସ୍‌ଏସ୍‌ ହାତରେ କାଠକଣ୍ଡେଇ ଭଳି ବ୍ୟବହାର କରୁଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ appeared first on Dharitri Odia News.