ଆର୍ଥିକ ସଙ୍କଟରେ ଜେଏନ୍‌ୟୁ : ଆୟ ପାଇଁ ସମ୍ପତ୍ତି ବିକ୍ରି ସହ ଭଡ଼ା ଆଦାୟ କରିବ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ : ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରେ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ( ଜେଏନୟୁ )ର ସ୍ଥାନ ସ୍ବତନ୍ତ୍ର ଭିନ୍ନ। ପ୍ରତିବର୍ଷ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନକୁନ୍ଇେ ପ୍ରକାଶ କରାଯାଇ ଆସୁଥିବା ତାଲିକାରେ ଏହି ବିଶ୍ୱବିଦ୍ୟାଳୟ ର ସ୍ଥାନ ଶୀର୍ଷରେ ରହି ଆସିଛି। କିନ୍ତୁ ଏଭଳି ଏକ ନାମୀ ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏବେ ଆର୍ଥିକ ଦୃଷ୍ଟିକୋଣରୁ ସଙ୍କଟରେ ପଡ଼ିଥିବା ଜଣାପଡ଼ିଛି। ବିଶେଷକରି ଏହି ବିଶ୍ବବିଦ୍ୟାଳୟର ନିୟମିତ ଖର୍ଚ୍ଚ ଉଠାଇବାକୁ ଆର୍ଥିକ ସମ୍ବଳ ଯାହା ରହିଛି ତାହା […]

ଆର୍ଥିକ ସଙ୍କଟରେ ଜେଏନ୍‌ୟୁ : ଆୟ ପାଇଁ ସମ୍ପତ୍ତି ବିକ୍ରି ସହ ଭଡ଼ା ଆଦାୟ କରିବ ବିଶ୍ବବିଦ୍ୟାଳୟ
Fund crunch: JNU to sell properties, ask institutes to pay rent for regular income

ନୂଆଦିଲ୍ଲୀ : ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରେ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ( ଜେଏନୟୁ )ର ସ୍ଥାନ ସ୍ବତନ୍ତ୍ର ଭିନ୍ନ। ପ୍ରତିବର୍ଷ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନକୁନ୍ଇେ ପ୍ରକାଶ କରାଯାଇ ଆସୁଥିବା ତାଲିକାରେ ଏହି ବିଶ୍ୱବିଦ୍ୟାଳୟ ର ସ୍ଥାନ ଶୀର୍ଷରେ ରହି ଆସିଛି। କିନ୍ତୁ ଏଭଳି ଏକ ନାମୀ ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏବେ ଆର୍ଥିକ ଦୃଷ୍ଟିକୋଣରୁ ସଙ୍କଟରେ ପଡ଼ିଥିବା ଜଣାପଡ଼ିଛି। ବିଶେଷକରି ଏହି ବିଶ୍ବବିଦ୍ୟାଳୟର ନିୟମିତ ଖର୍ଚ୍ଚ ଉଠାଇବାକୁ ଆର୍ଥିକ ସମ୍ବଳ ଯାହା ରହିଛି ତାହା ପର୍ଯ୍ୟାପ୍ତ ହେଉ ନାହିଁ। ତେଣୁ ମାସିକ ଖର୍ଚ୍ଚ ଭରଣା ଲାଗି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ବିକଳ୍ପ ଚିନ୍ତା କରୁଛନ୍ତି।

ଏପରିକି ବିଶ୍ବବିଦ୍ୟାଳୟ ପରିସରଭୁକ୍ତ କିଛି ସମ୍ପତ୍ତିକୁ ଘରୋଇ ଉଦ୍ୟୋକ୍ତାଙ୍କୁ ବିକ୍ରି କରିଦିଆଯିବା ସହିତ ପରିସର ମଧ୍ୟରେ ରହିଥିବା ୧୨ଟି ଜାତୀୟସ୍ତରର ଶିକ୍ଷାନୁଷ୍ଠାନଗୁଡିକରୁ ଭଡ଼ା ଆଦାୟ କରିବାକୁ ମଧ୍ୟ ଯୋଜନା କରାଯାଇଥିବା ଜଣାପଡ଼ିଛି। ଜେଏନୟୁ କୁଳପତି ଶାନ୍ତିଶ୍ରୀ ଡି ପଣ୍ଡିତ କହିଛନ୍ତି ଯେ ଅର୍ଥ ଅଭାବରୁ ବିଶ୍ୱବିଦ୍ୟାଳୟ ସଂଘର୍ଷ କରୁଛି॥। ଏହି କାରଣରୁ ବର୍ତ୍ତମାନ କିଛି ସମ୍ପତ୍ତି ଭଡାରେ ଦିଆଯିବ ଓ ବିକ୍ରୟ କରାଯିବ । ଗୋମତି ଗେଷ୍ଟ ହାଉସ୍ ଏବଂ ଫିରୋଜ ଶାହ ରୋଡସ୍ଥିତ ସମ୍ପତ୍ତିର ପୁନଃବିକାଶ କରାଯାଇ ସେଗୁଡିକୁ ଘରୋଇ ଭାଗିଦାରୀରେ ଭଡ଼ାରେ ଦିଆଯିବ। ଏହାଦ୍ବାରା ଜେଏନୟୁକୁ ମାସିକ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ମିଳିପାରିବ। ଏହି ପରିପ୍ରେକ୍ଷୀରେ ଶିକ୍ଷା ମନ୍ତ୍ରଣାଳୟ ସହିତ ଆଲୋଚନା ପାଇଁ ଏକ ପ୍ରସ୍ତାବ ଉପରେ ବିଚାର କରାଯାଉଛି ।

ସେହିପରି ବିଶ୍ୱବିଦ୍ୟାଳୟ ପରିସରରେ ଥିବା କିଛି ଶିକ୍ଷାନୁଷ୍ଠାନ ବର୍ଷ ବର୍ଷ ଧରି କୌଣସି ଭଡା ଦେଉନାହାନ୍ତି | କିନ୍ତୁ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ସେହି ସଂସ୍ଥାଗୁଡ଼ିକରୁ ପ୍ରତି ମାସରେ ଭଡା ସଂଗ୍ରହ କରିବାକୁ ଯୋଜନା କରୁଛି। ଯାହାଫଳରେ ବିଶ୍ୱବିଦ୍ୟାଳୟ ଉପରେ ଥିବା ଆର୍ଥିକ ବୋଝ ଦୂର ହୋଇପାରିବ ବୋଲି କୁଳପତି କହିଛନ୍ତି।