ଆର୍‌ବିଆଇ ଗଭର୍ନରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୨।୮(ଅନୁରାଧା ମହାରଣା): ଆମେରିକାସ୍ଥିତ ‘ଗ୍ଲୋବାଲ ଫାଇନାନ୍ସ’ ପତ୍ରିକା ପକ୍ଷରୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ କେନ୍ଦ୍ରୀୟ ବ୍ୟାଙ୍କର ଭାବରେ ମନୋନୀତ ହୋଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗଭର୍ନର ଦାସଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ବିଶ୍ୱ ମାନ୍ୟତାରେ ଶୀର୍ଷ ମାନ୍ୟତା ପାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହାକୁ ତାଙ୍କ ନେତୃତ୍ୱର ସ୍ବୀକୃତି ବୋଲି କହିଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଏକ ପୋଷ୍ଟରେ ମୋଦି […] The post ଆର୍‌ବିଆଇ ଗଭର୍ନରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.

ଆର୍‌ବିଆଇ ଗଭର୍ନରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୨।୮(ଅନୁରାଧା ମହାରଣା): ଆମେରିକାସ୍ଥିତ ‘ଗ୍ଲୋବାଲ ଫାଇନାନ୍ସ’ ପତ୍ରିକା ପକ୍ଷରୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ କେନ୍ଦ୍ରୀୟ ବ୍ୟାଙ୍କର ଭାବରେ ମନୋନୀତ ହୋଇଛନ୍ତି।
ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗଭର୍ନର ଦାସଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ବିଶ୍ୱ ମାନ୍ୟତାରେ ଶୀର୍ଷ ମାନ୍ୟତା ପାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହାକୁ ତାଙ୍କ ନେତୃତ୍ୱର ସ୍ବୀକୃତି ବୋଲି କହିଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଏକ ପୋଷ୍ଟରେ ମୋଦି ଉଲ୍ଲେଖ କରିଛନ୍ତି, ଦ୍ୱିତୀୟ ଥର ଏହି ସଫଳତା ପାଇଁ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ଅଭିନନ୍ଦନ। ଆର୍‌ବିଆଇରେ ତାଙ୍କର ନେତୃତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ଏହା ଏକ ସ୍ବୀକୃତି ବୋଲି ସେ କହିଛନ୍ତି।
ସୂଚନା ଥାଉକି, ଆମେରିକାର ‘ଗ୍ଲୋବାଲ ଫାଇନାନ୍ସ’ ପତ୍ରିକା ଦ୍ୱାରା କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଦାସ ସର୍ବଭାରତୀୟ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର ଭାବରେ ମନୋନୀତ ହୋଇଛନ୍ତି। ‘ଏ +’ ରେଟିଂ ଦିଆଯାଇଥିବା ଅନ୍ୟ ୨ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରଙ୍କ ସହ ଦାସ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି। ‘ଗ୍ଲୋବାଲ ଫାଇନାନ୍ସ’ ପତ୍ରିକାର ଏକ ବିବୃତି ଅନୁଯାୟୀ ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ, ମୁଦ୍ରା ସ୍ଥିରତା ଏବଂ ସୁଧ ହାର ପରିଚାଳନାରେ ସଫଳତାକୁ ଆଧାରକରି ‘ଏ’ ରୁ ‘ଏଫ୍‌’ ଗ୍ରେଡ୍‌ ଦିଆଯାଏ।

The post ଆର୍‌ବିଆଇ ଗଭର୍ନରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.