ଆର୍ମି ମେଜର, ବାନ୍ଧବୀଙ୍କୁ ପିଏସ୍‌ଓ ଯୋଗାଇଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିବା ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କ ସୁରକ୍ଷାଙ୍କୁ ସୁରକ୍ଷା ଯୋଗାଇଛି କମିଶନରେଟ୍‌ ପୋଲିସ। ଉଭୟଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‌ଓ) ନିୟୋଜିତ କରାଯାଇଛି। ମେଜରଙ୍କ ସୁରକ୍ଷା ଦାୟିତ୍ୱରେ ପିଏସ୍‌ଓ ରାଜେନ୍ଦ୍ର ନନ୍ଦନ ବେହେରା ଓ ବାନ୍ଧବୀଙ୍କ ସୁରକ୍ଷାରେ ନୂତନ ଏସ୍‌. ଏକ୍କା ରହିଛନ୍ତି। ଏନେଇ ଭୁବନେଶ୍ୱର ରିଜର୍ଭ ଅଫିସ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଭରତପୁର ଥାନା ନିର୍ଯାତନା ଘଟଣାର ବିଭାରଚ ବିଭାଗୀ ତଦନ୍ତ ନିର୍ଦ୍ଦେଶ […] The post ଆର୍ମି ମେଜର, ବାନ୍ଧବୀଙ୍କୁ ପିଏସ୍‌ଓ ଯୋଗାଇଲା କମିଶନରେଟ୍‌ ପୋଲିସ appeared first on Dharitri Odia News.

ଆର୍ମି ମେଜର, ବାନ୍ଧବୀଙ୍କୁ ପିଏସ୍‌ଓ ଯୋଗାଇଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିବା ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କ ସୁରକ୍ଷାଙ୍କୁ ସୁରକ୍ଷା ଯୋଗାଇଛି କମିଶନରେଟ୍‌ ପୋଲିସ। ଉଭୟଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‌ଓ) ନିୟୋଜିତ କରାଯାଇଛି। ମେଜରଙ୍କ ସୁରକ୍ଷା ଦାୟିତ୍ୱରେ ପିଏସ୍‌ଓ ରାଜେନ୍ଦ୍ର ନନ୍ଦନ ବେହେରା ଓ ବାନ୍ଧବୀଙ୍କ ସୁରକ୍ଷାରେ ନୂତନ ଏସ୍‌. ଏକ୍କା ରହିଛନ୍ତି। ଏନେଇ ଭୁବନେଶ୍ୱର ରିଜର୍ଭ ଅଫିସ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଭରତପୁର ଥାନା ନିର୍ଯାତନା ଘଟଣାର ବିଭାରଚ ବିଭାଗୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

The post ଆର୍ମି ମେଜର, ବାନ୍ଧବୀଙ୍କୁ ପିଏସ୍‌ଓ ଯୋଗାଇଲା କମିଶନରେଟ୍‌ ପୋଲିସ appeared first on Dharitri Odia News.