ଆର୍ସେଲାର ମିତ୍ତଲ ଖଣିରେ ଗଣ ବିକ୍ଷୋଭ,ଖଣି ଉତ୍ତୋଳନ ଓ ମାଲ ପରିବହନ ଠପ, ଅଧିକାରୀଙ୍କ ଛତ୍ରଭଙ୍ଗ
ସମ୍ବଲପୁର:ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ସେଗାସାହି ଠାରେ ଥିବା ଆର୍ସେଲାର ମିତ୍ତଲ ଖଣିରେ ସିପିଏମ ,ସିଆଇଟିୟୂ ପକ୍ଷରୁ ଆଞ୍ଚଳିକ ଉନ୍ନୟନ ଓ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଓ ବିଭିନ୍ନ ୧୨ ଦଫା ଦାବି ନେଇ ଏକ ବିଶାଳ ଗଣ ଧାରଣା ଓ ବିକ୍ଷୋଭ ମଙ୍ଗଳବାର ଦିନ ଠୁ ଆରମ୍ଭ ହୋଇ ଏହା ଦାବି ପୂରଣ ଯାଏ ଚାଲିବ ବୋଲି ଘୋଷଣା ହୋଇଛି।ବିକ୍ଷୋଭକାରି ମାନେ ଖଣି ଭିତରକୁ ପ୍ରବେଶ କରି କାର୍ଯ୍ୟାଳୟ ଆଡ଼କୁ ଯିବା ସମୟରେ […] The post ଆର୍ସେଲାର ମିତ୍ତଲ ଖଣିରେ ଗଣ ବିକ୍ଷୋଭ,ଖଣି ଉତ୍ତୋଳନ ଓ ମାଲ ପରିବହନ ଠପ, ଅଧିକାରୀଙ୍କ ଛତ୍ରଭଙ୍ଗ appeared first on Odisha.News.

ସମ୍ବଲପୁର:ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ସେଗାସାହି ଠାରେ ଥିବା ଆର୍ସେଲାର ମିତ୍ତଲ ଖଣିରେ ସିପିଏମ ,ସିଆଇଟିୟୂ ପକ୍ଷରୁ ଆଞ୍ଚଳିକ ଉନ୍ନୟନ ଓ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଓ ବିଭିନ୍ନ ୧୨ ଦଫା ଦାବି ନେଇ ଏକ ବିଶାଳ ଗଣ ଧାରଣା ଓ ବିକ୍ଷୋଭ ମଙ୍ଗଳବାର ଦିନ ଠୁ ଆରମ୍ଭ ହୋଇ ଏହା ଦାବି ପୂରଣ ଯାଏ ଚାଲିବ ବୋଲି ଘୋଷଣା ହୋଇଛି।ବିକ୍ଷୋଭକାରି ମାନେ ଖଣି ଭିତରକୁ ପ୍ରବେଶ କରି କାର୍ଯ୍ୟାଳୟ ଆଡ଼କୁ ଯିବା ସମୟରେ ପୋଲିସ ବାହିନୀଙ୍କ ସହ ଠେଲା ପେଲା ହେବାର ମଧ୍ୟ ଦେଖିବାକୁ ମିଳିଥିଲା l
ବଣେଇ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ୧୨ ଦଫା ଦାବି କରି ସିପିଆଇଏମ ଦଳର ପାଖାପାଖି ପାଞ୍ଚ ହଜାରରୁ ଉର୍ଦ୍ଧ୍ବ କର୍ମୀଙ୍କୁ ନେଇ ମିତ୍ତଲ ଖଣି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାl ସେମାନଙ୍କ ର ମୁଖ୍ୟ ଦାବି ମିତଲ ତରଫରୁ ଜନଶୁଣାଣୀ ସମୟରେ ଦିଆ ଯାଇଥିବା ସମସ୍ତ ପ୍ରତିଶ୍ରୁତି କୁ ଖିଲାଫ କରି ଅଂଚଳର ସାମୁହିକ ବିକାଶକୁ ଆଖି ବୁଜି ଦେଇଛି । ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ମନଇଛା ଖଣି ଖନନ ଯୋଗୁଁ ପାଖରେ ଥିବା ଜନବସ୍ତି ଲୋପ ହେବାକୁ ବସିଲାଣି l ପ୍ରବଳ ପ୍ରଦୂଷଣ ହେବା ସହ ପରିବେଶ ଦୂଷିତ ହେଉଛି ।ଯାହା ଫଳରେ ସ୍ଥାନୀୟ ଲୋକେ ଜୀବନ ଵଞ୍ଚାଇବା ପାଇଁ ଭିଟାମାଟି ଛାଡ଼ି ଅନ୍ୟତ୍ର ରହିବାକୁ ବାଧ୍ୟ ହେଉଛନ୍ତି । ସ୍ଥାନୀୟ ଲୋକଙ୍କ ସ୍ଵାସ୍ଥ୍ୟ ସେବା ପାଇଁ ଏକ ୧୦ ଶଯ୍ଯା ବିଶିଷ୍ଟ ଡାକ୍ତରଖାନା,
ଖଣି ନିକଟ ସ୍କୁଲ ମାନଙ୍କରେ ଶିକ୍ଷକ ନିଯୁକ୍ତି, ପାନୀୟ ଜଳ ଯୋଗାଣ, ସ୍ଥାନୀୟ ଯୁବକ/ ଯୁବତୀଙ୍କୁ ଶିକ୍ଷା ଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ଆଦି ଦାବିକୁ କମ୍ପାନୀ କର୍ଣ୍ଣାପାତ କରୁନଥିବା ଅଭିଯୋଗ ହେଉଛି।
ସ୍ଥାନୀୟ ଅଞ୍ଚଳରେ ପରିବହନ ସଂସ୍ଥା ଥାଇ ମଧ୍ୟ ବାହାର ପରିବହନ ସଂସ୍ଥାକୁ କାମ ଦିଆ ଯାଉଛି l
ପାଇପ ଯୋଗେ ମାଲ ପରିବହନ ପ୍ରକଳ୍ପକୁ ସ୍ଥାନୀୟ ଲୋକେ ପ୍ରତିବାଦ କରିଛନ୍ତି।କୋଇଡା ଠାରୁ କଳମଙ୍ଗ ପର୍ଯ୍ୟନ୍ତ ଗ୍ରାମୀଣ ରାସ୍ତାରେ ଭାରୀଯାନ ଚଳାଚଳ କରାଇ ନଷ୍ଟ କରିଥିବା ରାସ୍ତାକୁ ମରାମତି ଦାବି କରିଥିଲେ.
ପୂର୍ବରୁ ଦାବୀ ଗୁଡିକ ବିଷୟରେ ବାରମ୍ବାର ଖଣି କତୃପକ୍ଷ ନିକଟରେ ଆପତ୍ତି ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବା ବିଧାୟକ ଲକ୍ଷଣ ମୁଣ୍ଡା ମତ ପ୍ରକାଶ କରିଛନ୍ତି। ଏହି ଗଣଧାରଣାରେ ସିଆଇଟିୟୁ ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, କୋଇଡା ‘କ’ ଜିଲ୍ଲା ପରିଷଦ ସଭ୍ୟା ସୁଶିଳା ମୁଣ୍ଡା, ବାଦଲ ବାରିକ, ହଳଧର ଦେହୁରୀ, ଜନ ଡୁଙ୍ଗ ଡୁଙ୍ଗ, ବ୍ଳକ ଅଧକ୍ଷ ସୁରେଶ ନାଏକ, ବାଟୁ ମୁଣ୍ଡା, ଡିବାକର ନାଏକ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ।
ବିକ୍ଷୋଭ ସମୟରେ କୋଇଡା ଥାନା ଅଧିକରୀ ମନୋରଞ୍ଜନ କୁମ୍ଭାର ଦୁଇ ପ୍ଲାଟୁନ ପୋଲିସ ବାହିନୀ ମୁତୟନ କରାଇ ଶାନ୍ତି ଶୃଙ୍ଖଳା ରକ୍ଷାକୁ ଗୁରୁତ୍ଵ ଦେଇଥିଲେ । ସେମାନଙ୍କ ଦାବି ଭିତ୍ତି ଖଣି କମ୍ପାନୀ ସେମାନଙ୍କ ସହ ଦାବି ଗୁଡ଼ିକ ସମାଧାନ ପାଇଁ ଚୁକ୍ତି ଅନୁଯାୟୀ ଲିଖିତ ଦାବିପତ୍ର ପ୍ରଦାନ କଲେ ଧାରଣା ପ୍ରତ୍ୟାହାର ହେବ ନଚେତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି। ଆନ୍ଦୋଳନକୁ ଦେଖି କମ୍ପାନୀ ଅଧିକାରୀ ମାନେ କୌଣସି ଆଲୋଚନା ନ କରି କର୍ତ୍ତବ୍ୟ ସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। ଫଳରେ ଆନ୍ଦୋଳନକାରୀ ଏହାର ଫାଇଦା ନେଇ ଆନ୍ଦୋଳନକୁ ଅଧିକ ତେଜିଆନ କରିବାକୁ ଅଣ୍ଟା ଭିଡିଛନ୍ତି।
The post ଆର୍ସେଲାର ମିତ୍ତଲ ଖଣିରେ ଗଣ ବିକ୍ଷୋଭ,ଖଣି ଉତ୍ତୋଳନ ଓ ମାଲ ପରିବହନ ଠପ, ଅଧିକାରୀଙ୍କ ଛତ୍ରଭଙ୍ଗ appeared first on Odisha.News.