ଆଲମିରା ଭିତରେ ଲୁଚାଇ ରଖିଥିଲେ ୨୨ ହଜାର ଟଙ୍କିଆ ମଦ, ବିଦେଶରୁ ସାମଗ୍ରୀ ଆଣି ସଜେଇଛନ୍ତି ଘର, ଭିଡିଓ ଦେଖିଲେ…
ଭୁବନେଶ୍ୱର/କେନ୍ଦୁଝର,୬ା୯: କେନ୍ଦୁଝର ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଅଫିସ ସମେତ ଭୁବନେଶ୍ୱରରେ ଚଢ଼ାଉ ଚାଲିଛି। ଜିଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ ବା ଅଧୀକ୍ଷକ ସତ୍ୟ ପ୍ରକାଶ ସ୍ବାଇଁଙ୍କ କେନ୍ଦୁଝର ସରକାରୀ ବାସଭବନ ସମେତ ଭୁବେନେଶ୍ୱରସ୍ଥିତ ବାସଭବନରେ ଭିଜିଲାନ୍ସ ବିଭାଗ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି। କେନ୍ଦୁଝର ଅଫିସ ସହ ସରକାରୀ ବାସଭବନ, ଲକ୍ଷ୍ମୀସାଗରରେ ଥିବା ନିଜ ବାସଭବନ ଓ ଶ୍ୱଶୁର […] The post ଆଲମିରା ଭିତରେ ଲୁଚାଇ ରଖିଥିଲେ ୨୨ ହଜାର ଟଙ୍କିଆ ମଦ, ବିଦେଶରୁ ସାମଗ୍ରୀ ଆଣି ସଜେଇଛନ୍ତି ଘର, ଭିଡିଓ ଦେଖିଲେ… appeared first on Dharitri Odia News.
ଭୁବନେଶ୍ୱର/କେନ୍ଦୁଝର,୬ା୯: କେନ୍ଦୁଝର ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଅଫିସ ସମେତ ଭୁବନେଶ୍ୱରରେ ଚଢ଼ାଉ ଚାଲିଛି। ଜିଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ ବା ଅଧୀକ୍ଷକ ସତ୍ୟ ପ୍ରକାଶ ସ୍ବାଇଁଙ୍କ କେନ୍ଦୁଝର ସରକାରୀ ବାସଭବନ ସମେତ ଭୁବେନେଶ୍ୱରସ୍ଥିତ ବାସଭବନରେ ଭିଜିଲାନ୍ସ ବିଭାଗ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି। କେନ୍ଦୁଝର ଅଫିସ ସହ ସରକାରୀ ବାସଭବନ, ଲକ୍ଷ୍ମୀସାଗରରେ ଥିବା ନିଜ ବାସଭବନ ଓ ଶ୍ୱଶୁର ଘର, ଜାଗମରା ବାସଭବନ, ଝାରପଡ଼ା ଜେଲ ପୁରୁଣା କ୍ୱାର୍ଟର, ଭଦ୍ରକର ପୈତୃକ ଘରେ ମଧ୍ୟ ରେଡ୍ ଚାଲିଛି। ଆଜି ସକାଳୁ କେନ୍ଦୁଝର ଜେଲ୍ରେ ସ୍ଥାନୀୟ ଭିଜିଲାନ୍ସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ସଉକିଆ ଅଧିକାରୀଙ୍କ ଚଳଣି ଦେଖି ଭିଜିଲାନ୍ସ ବିଭାଗ ଅଧିକାରୀମାନେ ମଧ୍ୟ ତାଜୁବ ହୋଇଯାଇଛନ୍ତି। ତାଙ୍କ ଘରୁ ଅନେକ ବିଦେଶୀ ସାମଗ୍ରୀ ଜବତ ହୋଇସାରିଲାଣି। ଖାଲି ଏତିକି ନୁହେଁ ବାବୁ ଜଣଙ୍କ ଘରେ ୨୨ ହଜାର ଟଙ୍କିଆ ମଦ ବୋତଲ ଆଲମିରା ଭିତରେ ଲୁଚାଇ ରଖିଥିଲେ। ଏତିସହିତ ଦାମୀ ସୁନା ଗହଣା, ଏକାଧିକ ଦାମୀ ଘଣ୍ଟା ୧୦ଟି ମୋବାଇଲ, ୪ଟି ପାସ୍ପୋର୍ଟ ଜବତ ହୋଇଥିବା ବେଳେ ଘରର ସାଜସଜ୍ଜା ପାଇଁ ସେ ଦେଶ ବିଦେଶରୁ ସାମଗ୍ରୀ ଆଣୁଥିଲେ। ଯାହା ଦେଖି ଭିଜିଲାନ୍ସ ଆଖି ଖୋସି ହୋଇପଡ଼ିଛି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଚାଲିଛି। ଯାଞ୍ଚ ପରେ ମୋଟ୍ ସମ୍ପତ୍ତି ଜଣାପଡ଼ିବ ବୋଲି ସ୍ଥାନୀୟ ୟୁନିଟ୍ ଡିଏସ୍ପି ସୁଧାଂଶୁ ପୂଜାରୀ କହିଛନ୍ତି।
The post ଆଲମିରା ଭିତରେ ଲୁଚାଇ ରଖିଥିଲେ ୨୨ ହଜାର ଟଙ୍କିଆ ମଦ, ବିଦେଶରୁ ସାମଗ୍ରୀ ଆଣି ସଜେଇଛନ୍ତି ଘର, ଭିଡିଓ ଦେଖିଲେ… appeared first on Dharitri Odia News.