ଆଲିପୁରର ବ୍ୟାଙ୍କ୍ବେଷ୍ଟ ହଲରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୪।୫: ଦିଲ୍ଲୀର ଅଲିପୁରରେ ଭୟର କାତାବରଣ ସୃଷ୍ଟି ହୋଇଥିଲା ଯେତେବେଳେ ହଠାତ୍‌ କାର୍ନିଭାଲ ବ୍ୟାଙ୍କ୍ବେଷ୍ଟ ହଲରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ଖୁବ ଜୋରରେ ଧୂଆଁ ବାହାରିବା ଆରମ୍ଭ ହେବାକୁ ଲାଗିଲା ଏବଂ କଳା ଧୂଆଁ ଆକାଶକୁ ଆଚ୍ଛାଦନ କରିଦେଇଥିଲା। ରିସର୍ଟରୁ ନିଆଁ ରାସ୍ତା ପର୍ଯ୍ୟନ୍ତ କିଛି ସମୟ ମଧ୍ୟରେ ମାଡି ଆସିଥିଲା। ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ତୁରନ୍ତ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ […] The post ଆଲିପୁରର ବ୍ୟାଙ୍କ୍ବେଷ୍ଟ ହଲରେ ଭୟଙ୍କର ଅଗ୍ନିକାଣ୍ଡ appeared first on Dharitri Odia News.

ଆଲିପୁରର ବ୍ୟାଙ୍କ୍ବେଷ୍ଟ ହଲରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୪।୫: ଦିଲ୍ଲୀର ଅଲିପୁରରେ ଭୟର କାତାବରଣ ସୃଷ୍ଟି ହୋଇଥିଲା ଯେତେବେଳେ ହଠାତ୍‌ କାର୍ନିଭାଲ ବ୍ୟାଙ୍କ୍ବେଷ୍ଟ ହଲରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ଖୁବ ଜୋରରେ ଧୂଆଁ ବାହାରିବା ଆରମ୍ଭ ହେବାକୁ ଲାଗିଲା ଏବଂ କଳା ଧୂଆଁ ଆକାଶକୁ ଆଚ୍ଛାଦନ କରିଦେଇଥିଲା। ରିସର୍ଟରୁ ନିଆଁ ରାସ୍ତା ପର୍ଯ୍ୟନ୍ତ କିଛି ସମୟ ମଧ୍ୟରେ ମାଡି ଆସିଥିଲା।

ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ତୁରନ୍ତ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା କାର୍ଯ୍ୟ ଆରମ୍ଭ କରିଥିଲା। କିପରି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିବାର ସମ୍ଭାବନା ଅଛି। ମୋଟ ୧୩ ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ଖବର ମିଳିନାହିଁ।

The post ଆଲିପୁରର ବ୍ୟାଙ୍କ୍ବେଷ୍ଟ ହଲରେ ଭୟଙ୍କର ଅଗ୍ନିକାଣ୍ଡ appeared first on Dharitri Odia News.