ଆଲେକ୍ସା ବ୍ୟବହାର କରି ଭଉଣୀ ଜୀବନ ବଞ୍ଚାଇଥିବା ଝିଅଙ୍କୁ ଚାକିରି ଅଫର୍‌ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୭।୩: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରାୟତଃ ସକ୍ରିୟ ଥାନ୍ତି। ସେ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ପୋଷ୍ଟ ଷେୟାର୍‌ କରନ୍ତି ଏବଂ ଲୋକଙ୍କ ସହିତ ମଧ୍ୟ ଯୋଡି ହୋଇ ରୁହନ୍ତି। କେବଳ ଏତିକି ନୁହେଁ, ଆନନ୍ଦ ମହିନ୍ଦ୍ରା ସବୁବେଳେ ନୂଆ ଚିନ୍ତାଧାରାକୁ ପ୍ରଶଂସା କରନ୍ତି। ନିକଟରେ ଆଲେକ୍ସା ବ୍ୟବହାର କରି ମାଙ୍କଡ କବଳରୁ ଭଉଣୀର ଜୀବନ ରକ୍ଷା କରିଥିବା ଯୁବତୀଙ୍କୁ ଚାକିରି ଅଫର୍‌ ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା। ଉତ୍ତରପ୍ରଦେଶ […] The post ଆଲେକ୍ସା ବ୍ୟବହାର କରି ଭଉଣୀ ଜୀବନ ବଞ୍ଚାଇଥିବା ଝିଅଙ୍କୁ ଚାକିରି ଅଫର୍‌ ଦେଲେ ଆନନ୍ଦ ମହିନ୍ଦ୍ରା appeared first on Dharitri Odia News.

ଆଲେକ୍ସା ବ୍ୟବହାର କରି ଭଉଣୀ ଜୀବନ ବଞ୍ଚାଇଥିବା ଝିଅଙ୍କୁ ଚାକିରି ଅଫର୍‌ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୭।୩: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରାୟତଃ ସକ୍ରିୟ ଥାନ୍ତି। ସେ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ପୋଷ୍ଟ ଷେୟାର୍‌ କରନ୍ତି ଏବଂ ଲୋକଙ୍କ ସହିତ ମଧ୍ୟ ଯୋଡି ହୋଇ ରୁହନ୍ତି। କେବଳ ଏତିକି ନୁହେଁ, ଆନନ୍ଦ ମହିନ୍ଦ୍ରା ସବୁବେଳେ ନୂଆ ଚିନ୍ତାଧାରାକୁ ପ୍ରଶଂସା କରନ୍ତି। ନିକଟରେ ଆଲେକ୍ସା ବ୍ୟବହାର କରି ମାଙ୍କଡ କବଳରୁ ଭଉଣୀର ଜୀବନ ରକ୍ଷା କରିଥିବା ଯୁବତୀଙ୍କୁ ଚାକିରି ଅଫର୍‌ ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା।
ଉତ୍ତରପ୍ରଦେଶ ବସ୍ତି ଜିଲାର ଏକ ୧୩ ବର୍ଷୀୟା ଝିଅ ନିକିତା ସାହସିକତାର ସହ ଆଲେକ୍ସା ଯନ୍ତ୍ରର ବ୍ୟବହାର କରି ନିଜ ବର୍ଷକର ସାନ ଭଉଣୀକୁ ମାଙ୍କଡ଼ ଆକ୍ରମଣରୁ ବଞ୍ଚାଇ ପାରିଛି। କିଛି ଅତିଥି ତାଙ୍କ ଘରକୁ ଆସିଥିବାରୁ ସେମାନେ ଫେରିବାବେଳେ ଘରର ଗେଟ୍‌ ଖୋଲା କରିଦେଇ ଯାଇଥିଲେ। ଗେଟ୍‌ ଖୋଲାଥିବାର ସୁଯୋଗ ନେଇ କିଛି ମାଙ୍କଡ଼ ଘର ମଧ୍ୟରେ ପ୍ରବେଶ କରି ରୋଷେଇ ଘରେ ବାସନକୁସନ ଫିଙ୍ଗିବା ସହ ତାଙ୍କ ସାନ ଭଉଣୀଙ୍କୁ ଡରାଇବାକୁ ଲାଗିଥିଲେ। ଭୟରେ ସାନ ଭଉଣୀର କାନ୍ଦ ଶୁଣି ନିକିତା ସେଠାରେ ପହଞ୍ଚିଥିଲେ। ସେତେବେଳେ ନିକିତାଙ୍କ ଆଖି ପଡିଥିଲା ଫ୍ରିଜ୍‌ ଉପରେ ରଖାଯାଇଥିବା ଆଲେକ୍ସା ଡିଭାଇସ୍‌ ଉପରେ। ସାଙ୍ଗେ ସାଙ୍ଗେ ସେ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଆଲେକ୍ସାକୁ କୁକୁର ଭଳି ଭୋକିବାକୁ କମାଣ୍ଡ ଦେଇଥିଲେ। ଫଳରେ ଆଲେକ୍ସା ଅବିକଳ କୁକୁର ଭଳି ଶବ୍ଦ କରିଥିଲା। ନିକିତାଙ୍କ ଘରେ ପଶିଥିବା ମାଙ୍କଡମାନେ ଏଥିରେ ଭୟଭୀତ ହୋଇ ଝରକା ପଟଦେଇ ପଳାଇ ଯାଇଥିଲେ। ବଡ଼ ଝିଅ ନିକିତାଙ୍କ ଊପସ୍ଥିତ ବୁଦ୍ଧି ଯୋଗୁଁ ତାଙ୍କ ସାନ ଝିଅର ଜୀବନ ବଞ୍ଚିଯାଇଥିବା ନେଇ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ନିକିତାଙ୍କ ମା’। ଆଲେକ୍ସା ଯନ୍ତ୍ର କେତେ ଉପକାରୀ ତାହା ଆଜି ଜଣାପଡ଼ିଛି ବୋଲି ନିକିତାଙ୍କ ମା’ ଓ ପରିବାର ଲୋକ କହିଛନ୍ତି। ଏହି ଘଟଣାପରେ ସୋସିଆଲ ମିଡିଆରେ ଆଲେକ୍ସାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏହି ଘଟଣାରେ ପ୍ରତିକ୍ରିୟା କରି ଆନନ୍ଦ ମହିନ୍ଦ୍ରା ତାଙ୍କ ଏକ୍ସରେ ଲେଖିଛନ୍ତି, ଆମ ଯୁଗର ପ୍ରଥମ ପ୍ରଶ୍ନ ହେଉଛି ଆମେ ଟେକ୍ନୋଲୋଜିର ଶିକାର ହେଉଛୁ ନା ଏହାକୁ ଗ୍ରହଣ କରୁଛୁ। ଏହି ଝିଅର କାହାଣୀ ଏକ ସାନ୍ତ୍ୱନା ଦେଇଥାଏ ଯେ ଟେକ୍ନୋଲୋଜି ସର୍ବଦା ସେଠାରେ ରହିବ। ମାନବ ପ୍ରତିଭା … ଶିଶୁର ଚିନ୍ତାଧାରା ଅସାଧାରଣ ଥିଲା। ସେ ଯାହା ପ୍ରଦର୍ଶନ କରିଥିଲେ ତାହା ହେଉଛି ଏକ ଅପ୍ରତ୍ୟାଶିତ ଦୁନିଆରେ ନେତୃତ୍ୱ ଦକ୍ଷତା। ଯଦି ସେ ଅଧ୍ୟୟନ ସମାପ୍ତ କରିବା ପରେ କର୍ପୋରଟ ଦୁନିଆରେ ଯୋଗଦେବାକୁ ଚାହାଁନ୍ତି, ମୁଁ ଆଶା କରେ ଆମେ ତାଙ୍କୁ @MahindraRiseରେ ଯୋଗଦେବାକୁ କହିବୁ।

The post ଆଲେକ୍ସା ବ୍ୟବହାର କରି ଭଉଣୀ ଜୀବନ ବଞ୍ଚାଇଥିବା ଝିଅଙ୍କୁ ଚାକିରି ଅଫର୍‌ ଦେଲେ ଆନନ୍ଦ ମହିନ୍ଦ୍ରା appeared first on Dharitri Odia News.