ଆଲ୍‌ଜିମର୍ସ ଓ ହୃଦ୍‌ରୋଗର ସମାନ ଆନୁବଂଶିକ ଉତ୍ପତ୍ତି

ବାସେଲ,୨୭ା୮: ମଣିଷ ଶରୀରରେ ଥିବା ହୃଦୟର ସ୍ଥିତି ସହ ଜଡ଼ିତ ଜିନ୍‌ ଆଲଜିମର୍ସ ରୋଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ବୋଲି ଇଣ୍ଟରନ୍ୟାଶ୍‌ନାଲ୍‌ ଜର୍ନାଲ ଅଫ୍‌ ମଲିକୁଲାର ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନ କରିଥିବା ଗବେଷକମାନେ କହିଛନ୍ତି, ହୃଦୟ ସମ୍ବନ୍ଧିତ ସମସ୍ୟାରେ ଜର୍ଜରିତ ରୋଗୀଙ୍କର ମନେ ପକାଇବା ଏବଂ ଚିନ୍ତା କରିବାର ଶକ୍ତିରେ ମଧ୍ୟ ହ୍ରାସ ଘଟିଥାଏ। ବିଭିନ୍ନ ହୃଦ୍‌ରୋଗରେ ପୀଡ଼ିତ ହେବା ଫଳରେ ସ୍ନାୟୁ କୋଷଗୁଡ଼ିକ ନଷ୍ଟ ହୋଇ ମସ୍ତିଷ୍କକୁ […] The post ଆଲ୍‌ଜିମର୍ସ ଓ ହୃଦ୍‌ରୋଗର ସମାନ ଆନୁବଂଶିକ ଉତ୍ପତ୍ତି appeared first on Dharitri Odia News.

ଆଲ୍‌ଜିମର୍ସ ଓ ହୃଦ୍‌ରୋଗର ସମାନ ଆନୁବଂଶିକ ଉତ୍ପତ୍ତି

ବାସେଲ,୨୭ା୮: ମଣିଷ ଶରୀରରେ ଥିବା ହୃଦୟର ସ୍ଥିତି ସହ ଜଡ଼ିତ ଜିନ୍‌ ଆଲଜିମର୍ସ ରୋଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ବୋଲି ଇଣ୍ଟରନ୍ୟାଶ୍‌ନାଲ୍‌ ଜର୍ନାଲ ଅଫ୍‌ ମଲିକୁଲାର ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନ କରିଥିବା ଗବେଷକମାନେ କହିଛନ୍ତି, ହୃଦୟ ସମ୍ବନ୍ଧିତ ସମସ୍ୟାରେ ଜର୍ଜରିତ ରୋଗୀଙ୍କର ମନେ ପକାଇବା ଏବଂ ଚିନ୍ତା କରିବାର ଶକ୍ତିରେ ମଧ୍ୟ ହ୍ରାସ ଘଟିଥାଏ। ବିଭିନ୍ନ ହୃଦ୍‌ରୋଗରେ ପୀଡ଼ିତ ହେବା ଫଳରେ ସ୍ନାୟୁ କୋଷଗୁଡ଼ିକ ନଷ୍ଟ ହୋଇ ମସ୍ତିଷ୍କକୁ କ୍ଷତି ପହଞ୍ଚାଇବାର ୨୬%ରୁ ଅଧିକ ସମ୍ଭାବନା ଥାଏ। ଆଲଜିମର୍ସ ରୋଗ ଏବଂ ଏଲ୍‌ଡିଏଲ୍‌ କୋଲେଷ୍ଟ୍ରୋଲ, ଟ୍ରାଇଗ୍ଲିସ୍‌ରାଇଡ୍‌ସ୍‌, ଟୋଟାଲ କୋଲେଷ୍ଟ୍ରୋଲ ପରି ବିଶିଷ୍ଟ ଲିପିଡ୍‌ର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆନୁବଂଶିକ ସମ୍ପର୍କ ରହିଥିବା ନେଇ ଉକ୍ତ ଅଧ୍ୟୟନରେ ଗବେଷକମାନେ କହିଛନ୍ତି। ଆଲଜିମର୍ସ ଏବଂ କରୋନାରି ଆର୍ଟେରୀର ଲକ୍ଷଣ ମଧ୍ୟରେ ସକାରାତ୍ମକ ଆନୁବଂଶିକ ସମ୍ପର୍କ ରହିଛି। କୌତୂହଳର ବିଷୟ ହେଉଛି, ଉଭୟ ରୋଗର ଆନୁବଂଶିକ ଉପାଦାନଗୁଡ଼ିକ ଅଂଶୀଦାର ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଆକସ୍ମିକ ସମ୍ପର୍କ ନେଇ ଉକ୍ତ ଅଧ୍ୟୟନରେ କୌଣସି ପ୍ରମାଣ ମିଳିନାହିଁ। ଅଧ୍ୟୟନରେ ଆଲଜିମର୍ସ ରୋଗର ଆନୁବଂଶିକ ଭିତ୍ତିଭୂମିକୁ ନେଇ ମୂଲ୍ୟବାନ ସୂଚନା ଦିଆଯାଇଥିବା ସହ ଲିପିଡ ଡିସ୍‌ଅର୍ଡର ଓ କରୋନାରି ଆର୍ଟେରୀ ପରି ହୃଦ୍‌ରୋଗ ସହ ଆଲଜିମର୍ସ ରୋଗ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଯାଇଛି। ତେବେ ଉକ୍ତ ପ୍ରସଙ୍ଗକୁ ନେଇ ଆହୁରି ଗବେଷଣାର ଆବଶ୍ୟକତା ରହିଛି। ଆଲଜିମର୍ସ ଏବଂ ବିଭିନ୍ନ ହୃଦ୍‌ରୋଗର ରହିଥିବା ସମ୍ଭାବ୍ୟ ଚିକିତ୍ସାର ବିକାଶ ଏବଂ ଭବିଷ୍ୟତରେ ଉଭୟ ରୋଗକୁ ନେଇ ହେବାକୁଥିବା ଅଧ୍ୟୟନ ଦିଗରେ ଏହା ମୂଳଦୁଆ ପକାଇଛି।

The post ଆଲ୍‌ଜିମର୍ସ ଓ ହୃଦ୍‌ରୋଗର ସମାନ ଆନୁବଂଶିକ ଉତ୍ପତ୍ତି appeared first on Dharitri Odia News.