ଆଳୁ ଗାଡ଼ି ଫେରିଯିବା ପରେ ମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ: ୩୨ ଟଙ୍କାରୁ ଅଧିକରେ ବିକିଲେ…
ଭୁବନେଶ୍ୱର,୨୬।୭: ଆଳୁ ଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଆଳୁ ନ ଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବ। ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ ତାଙ୍କ ସହ ଆଲୋଚନା କରିବୁ। ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ, ଖୁବ ଶୀଘ୍ର ୟୁପିରୁ ଆଳୁ ଆଣିବୁ। ଅନ୍ୟପଟେ ୩୨ ଟଙ୍କାରୁ ଅଧିକରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ସୀମାରେ ଅଟକିଥିବା ଆଳୁଟ୍ରକ […] The post ଆଳୁ ଗାଡ଼ି ଫେରିଯିବା ପରେ ମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ: ୩୨ ଟଙ୍କାରୁ ଅଧିକରେ ବିକିଲେ… appeared first on Dharitri Odia News.
ଭୁବନେଶ୍ୱର,୨୬।୭: ଆଳୁ ଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଆଳୁ ନ ଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବ। ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ ତାଙ୍କ ସହ ଆଲୋଚନା କରିବୁ। ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ, ଖୁବ ଶୀଘ୍ର ୟୁପିରୁ ଆଳୁ ଆଣିବୁ। ଅନ୍ୟପଟେ ୩୨ ଟଙ୍କାରୁ ଅଧିକରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ସୀମାରେ ଅଟକିଥିବା ଆଳୁଟ୍ରକ ଆଜି ପଶ୍ଚିମବଙ୍ଗ ଫେରିଯାଇଛି। ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନ ପାଇ ପଛକୁ ଫେରିଯାଇଥିବା ଜଣାପଡିଛି।ସୁନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଆଳୁ ଟ୍ରକ ଅଟକାଇଥିଲା।
ଦିନକୁ ଦିନ ବଢିଚାଲିଛି ଦର। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା ବ୍ୟବସାୟୀ କହିଛନ୍ତି। ଏହି ସମୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଭୁବନେଶ୍ବର ଆଳୁ ଗୋଦାମ ତଦାରଖ କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୭ଦିନ ପର୍ଯ୍ୟନ୍ତ ଆଳୁ ଗଚ୍ଛିତ ହୋଇ ରହିଛି । ଏବେ ଆଳୁ ୨୦ରୁ ୨୨ ଟଙ୍କାରେ କିଣାଯାଉଛି। ବ୍ୟବସାୟୀ ୫ରୁ ୭ଟଙ୍କା ଲାଭ ରଖି ବିକିବା କଥା। ହେଲେ ୪୫ରୁ ୫୦ ଟଙ୍କାରେ କାହିଁକି ବିକ୍ରି ହେଉଛି ତାହା ସମୀକ୍ଷା କରାଯାଉଛି। ଶୀତଳଭଣ୍ଡାରରେ ଆଳୁ ରଖି କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
The post ଆଳୁ ଗାଡ଼ି ଫେରିଯିବା ପରେ ମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ: ୩୨ ଟଙ୍କାରୁ ଅଧିକରେ ବିକିଲେ… appeared first on Dharitri Odia News.