ଆଳୁ ଗୋଦାମ କର୍ମଚାରୀଙ୍କୁ ଆକ୍ରମଣ କରି ୯ ଲକ୍ଷ ଲୁଟ୍ : ଫୁଟିଲାନି ବନ୍ଧୁକ, ଭୁଜାଲିରେ ମରଣାନ୍ତକ ଆକ୍ରମଣ
କେନ୍ଦ୍ରାପଡ଼ା : ଅଶାନ୍ତ ହୋଇପଡ଼ିଛି କେନ୍ଦ୍ରାପଡ଼ା । ପୁଣିଥରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଆଳୁ ଗୋଦାମ କର୍ମଚାରୀଙ୍କୁ ଭୁଜାଲିରେ ହାଣି ୯ ଲକ୍ଷ ଟଙ୍କା ଲୁଟ୍ କରାଯାଇଛି ବୋଲି ସଦର ଥାନାରେ ଅଭିଯୋଗ ହୋଇଛି। ଆଳୁ ଗୋଦାମ କର୍ମଚାରୀ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଅଧା ରାସ୍ତାରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପ୍ରଥମେ ବନ୍ଧୁକ ଦେଖାଇଲେ, ତା’ପରେ ଭୁଜାଲିରେ ହାଣି ୯ ଲକ୍ଷ ଟଙ୍କା ନେଇଯାଇଛନ୍ତି। ଶ୍ୟାମସୁନ୍ଦରପୁର ପୋଲ ଗଡାଣି […]

କେନ୍ଦ୍ରାପଡ଼ା : ଅଶାନ୍ତ ହୋଇପଡ଼ିଛି କେନ୍ଦ୍ରାପଡ଼ା । ପୁଣିଥରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଆଳୁ ଗୋଦାମ କର୍ମଚାରୀଙ୍କୁ ଭୁଜାଲିରେ ହାଣି ୯ ଲକ୍ଷ ଟଙ୍କା ଲୁଟ୍ କରାଯାଇଛି ବୋଲି ସଦର ଥାନାରେ ଅଭିଯୋଗ ହୋଇଛି। ଆଳୁ ଗୋଦାମ କର୍ମଚାରୀ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଅଧା ରାସ୍ତାରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପ୍ରଥମେ ବନ୍ଧୁକ ଦେଖାଇଲେ, ତା’ପରେ ଭୁଜାଲିରେ ହାଣି ୯ ଲକ୍ଷ ଟଙ୍କା ନେଇଯାଇଛନ୍ତି।
ଶ୍ୟାମସୁନ୍ଦରପୁର ପୋଲ ଗଡାଣି ନିକଟସ୍ତ ରାସ୍ତା ଉପରେ ଏହି ଲୁଟ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗୋପ ସ୍ଥିତ ଶ୍ରୀରାମ ଆଳୁ ଭଣ୍ଡାର ମାଲିକ ସୁଶାନ୍ତ କୁମାର ସାହୁଙ୍କ ନିକଟରେ ବିଶ୍ୱଜିତ ଦାସ କଲେକ୍ସନ ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି । ଆଜି ଅପରାହ୍ନରେ ଗୋପରୁ ଆଇଡିଏଫସି ବ୍ୟାଙ୍କକୁ କଲେକ୍ସନ ଟଙ୍କା ଜମା କରିବାକୁ ବିଶ୍ୱଜିତ ଯାଉଥିଲେ । ପୂର୍ବରୁ ଗୋପ ନିକଟରୁ ତାଙ୍କୁ ୩ ଜଣ ଅନୁକରଣ କରି ପିଛା କରିଥିଲେ । ଶ୍ୟାମସୁନ୍ଦରପୁର ପୋଲ ଗଡାଣି ନିକଟରେ ତାଙ୍କ ବାଇକ ଆଗରେ ୩ ଦୃର୍ବୁତ୍ତ ଆଡ ପକାଇ ଅଟକାଇ ଥିଲେ ।ଗାଡ଼ି ଚାଳକ ହେଲ୍ମେଟ୍ ପିନ୍ଧିଥିବା ବେଳେ ପଛରେ ବସିଥିବା ଦୁଇ ଯୁବକ ମୁଖା ପିନ୍ଧିଥିଲେ। ୩ ଜଣଙ୍କ ଭିତରୁ ଜଣେ ବିଶ୍ୱଜିତଙ୍କ ଛାତିରେ ବନ୍ଧୁକ ଲଗାଇ ଦେଇ ଟଙ୍କା ବ୍ୟାଗ ମାଗିଥିଲେ।
ବନ୍ଧୁକର ଟ୍ରିଗର ଚିପିଥିଲେ ହେଁ ଗୁଳି ଫୁଟିନଥିଲା । ବିଶ୍ୱଜିତ ଏହା ଜାଣିବା ପରେ ସେମାନଙ୍କ ସହ ଲଢେ଼ଇ କରିଥିଲେ । ହେଲେ ଦୃର୍ବୁତ୍ତ ମାନଙ୍କ ମଧ୍ୟରୁ ଜଣେ ଭୁଜାଲିରେ ବିଶ୍ୱଜିତଙ୍କ ବେକକୁ ହାଣିବାକୁ ଉଦ୍ୟମ କରିବା ବେଳେ ସେ ହାତ ଦେଖାଇଥିଲେ। ଯାହା ଫଳରେ ଭୁଜାଲିର ଚୋଟ ବାଜି ବେକ ଆଉ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରଚୁର ରକ୍ତସ୍ରାବ ହେବାରୁ ସେ ଟଙ୍କା ବ୍ୟାଗ ଛାଡ଼ି ଦେଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ବିଶ୍ୱଜିତ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ରାସ୍ତାରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି।