ଟ୍ରକକୁ ଧକ୍କା ଦେଲା ପିକ୍ଅପ୍ ଗାଡି: ଚାଲିଗଲା ୯ ଜୀବନ, ୨୩ ଆହତ
ରାୟପୁର,୨୯।୪: ଛତିଶଗଡର ବେମେତାରା ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକଅପ ଗାଡି ଏବଂ ଟ୍ରକ ଧକ୍କାରେ ପାଞ୍ଚ ଜଣ ମହିଳା ଏବଂ ତିନି ଶିଶୁଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଜଣ ଆହତ ହୋଇଥିବାବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ପୋଲିସ ଏହି ସୂଚନା ଦେଇଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଦୁଃଖ ପ୍ରକାଶ କରିଛନ୍ତି। ସୂଚନାନୁସାରେ, ବେମେତାରା ପୋଲିସ ଷ୍ଟେଶନ ଅଞ୍ଚଳର କାଥିଆ ଗ୍ରାମରେ […] The post ଟ୍ରକକୁ ଧକ୍କା ଦେଲା ପିକ୍ଅପ୍ ଗାଡି: ଚାଲିଗଲା ୯ ଜୀବନ, ୨୩ ଆହତ appeared first on Dharitri Odia News.
ରାୟପୁର,୨୯।୪: ଛତିଶଗଡର ବେମେତାରା ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକଅପ ଗାଡି ଏବଂ ଟ୍ରକ ଧକ୍କାରେ ପାଞ୍ଚ ଜଣ ମହିଳା ଏବଂ ତିନି ଶିଶୁଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଜଣ ଆହତ ହୋଇଥିବାବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ପୋଲିସ ଏହି ସୂଚନା ଦେଇଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଦୁଃଖ ପ୍ରକାଶ କରିଛନ୍ତି।
ସୂଚନାନୁସାରେ, ବେମେତାରା ପୋଲିସ ଷ୍ଟେଶନ ଅଞ୍ଚଳର କାଥିଆ ଗ୍ରାମରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରକ ସହିତ ପିକଅପ ଗାଡି ଧକ୍କା ହେବା ଫଳରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି।
The post ଟ୍ରକକୁ ଧକ୍କା ଦେଲା ପିକ୍ଅପ୍ ଗାଡି: ଚାଲିଗଲା ୯ ଜୀବନ, ୨୩ ଆହତ appeared first on Dharitri Odia News.