କେରଳର ମ୍ୟାଙ୍ଗୋ ମ୍ୟାନ୍; ୧୦୦ରୁ ଅଧିକ ବିରଳ କିସମର ଆମ୍ବ ଗଛର କରୁଛନ୍ତି ଚାଷ
ନୂଆଦିଲ୍ଲୀ ୨୧।୦୭: ଖରାଦିନ ଆସିବା ମାତ୍ରେ ବାହାରି ଯାଆନ୍ତି । ବିଭିନ୍ନ କିସମର ଆମ୍ବ ଗଛର କରନ୍ତି ସନ୍ଧାନ । ରାଜ୍ୟର କୋଣ ଅନୁକୋଣରୁ ଖୋଜି ଆଣନ୍ତି ଦେଶୀ କିସମର ଆମ୍ବ ଗଛ । ଆଉ ଏହାକୁ ଆଣି କରନ୍ତି ଚାଷ । କଳା, ବାଇଗଣୀ ଠାରୁ ନୀଳ ଆମ୍ବ ଯାଏଁ ସବୁ ଆମ୍ବର କରିଛନ୍ତି ସନ୍ଧାନ । ଏପରି କରି ୧୦୦ରୁ ଅଧିକ ବିରଳ ଗଛର କରିଛନ୍ତି ସଂଗ୍ରହ । ଖାସ୍ କଥା ହେଉଛି ସେ ସନ୍ଧାନ କରିଥିବା ଗଛରୁ ୫୦ରୁ ହେଉଛି ଖୁବ୍ ବିରଳ । ଆମେ କହୁଛୁ ସଖିଲ୍ ଥୟିଲ୍ଙ୍କ କଥା । କେରଳ ତ୍ରିଶୁରର ବାସିନ୍ଧା । ଆମ୍ବ ପ୍ରତି ତାଙ୍କର ଦୁର୍ବଳତା ଆମ୍ବର ଏପରି ବିରଳ କିସମ ଖୋଜିବାର କାରଣ ପାଲଟିଛି । ତେବେ ସେ ଏକା ନୁହଁନ୍ତି । ସେ ନିଜ ସହ ଯୋଡିଛନ୍ତି ଅନେକ ଲୋକଙ୍କୁ । ବାସ୍ତବରେ ୨୦୧୯ରେ ସଖିଲ୍ ଏକ ଫେସ୍ବୁକ୍ ଗ୍ରୁପ ଆରମ୍ଭ କରିଥିଲେ । ଯାହା ମାଧ୍ୟମରେ ସେ ଲୋକଙ୍କୁ ବିଭିନ୍ନ କିସମର ଆମ୍ବ ବିଷୟରେ ଜଣାଇ ପାରିବେ । ଏହି ଗ୍ପୁରେ ପ୍ରାୟ ୬୦ହଜାର ପାଖାପାଖି ସଦସ୍ୟ ରହିଛନ୍ତି । ସଖିଲ୍ ପିଲାଦିନରୁ ଆମ୍ବକୁ ବହୁତ ଭଲପାଆନ୍ତି । ୫ ବର୍ଷ ପୂର୍ବେ ସୋସିଆଲ ମିଡିଆରେ ଫଳପ୍ରେମୀଙ୍କ ଗ୍ରୁପକୁ ଦେଖିଥିଲେ ସେ, କିନ୍ତୁ ସେଠାରେ ସେ ଆମ୍ବ ବିଷୟରେ ଅଧିକ ଜାଣିବାକୁ ପାଇନଥିଲେ । ସଖିଲ୍ ଆମ୍ବର କିଛି କିସମ ବିଷୟରେ ଜାଣିବା ପାଇଁ ଏଣେତେଣେ ପଚାରିଥିଲେ । କିନ୍ତୁ ତାଙ୍କୁ ସେ ବିଷୟରେ ଜାଣିବାକୁ ମିଳିନଥିଲା । ତେଣୁ ସେ ‘ଦେଶୀ ଆମ୍ବ’ ନାମକ ଏକ ଗ୍ରୁ
ନୂଆଦିଲ୍ଲୀ ୨୧।୦୭: ଖରାଦିନ ଆସିବା ମାତ୍ରେ ବାହାରି ଯାଆନ୍ତି । ବିଭିନ୍ନ କିସମର ଆମ୍ବ ଗଛର କରନ୍ତି ସନ୍ଧାନ । ରାଜ୍ୟର କୋଣ ଅନୁକୋଣରୁ ଖୋଜି ଆଣନ୍ତି ଦେଶୀ କିସମର ଆମ୍ବ ଗଛ । ଆଉ ଏହାକୁ ଆଣି କରନ୍ତି ଚାଷ । କଳା, ବାଇଗଣୀ ଠାରୁ ନୀଳ ଆମ୍ବ ଯାଏଁ ସବୁ ଆମ୍ବର କରିଛନ୍ତି ସନ୍ଧାନ । ଏପରି କରି ୧୦୦ରୁ ଅଧିକ ବିରଳ ଗଛର କରିଛନ୍ତି ସଂଗ୍ରହ ।

ଖାସ୍ କଥା ହେଉଛି ସେ ସନ୍ଧାନ କରିଥିବା ଗଛରୁ ୫୦ରୁ ହେଉଛି ଖୁବ୍ ବିରଳ । ଆମେ କହୁଛୁ ସଖିଲ୍ ଥୟିଲ୍ଙ୍କ କଥା । କେରଳ ତ୍ରିଶୁରର ବାସିନ୍ଧା । ଆମ୍ବ ପ୍ରତି ତାଙ୍କର ଦୁର୍ବଳତା ଆମ୍ବର ଏପରି ବିରଳ କିସମ ଖୋଜିବାର କାରଣ ପାଲଟିଛି । ତେବେ ସେ ଏକା ନୁହଁନ୍ତି । ସେ ନିଜ ସହ ଯୋଡିଛନ୍ତି ଅନେକ ଲୋକଙ୍କୁ । ବାସ୍ତବରେ ୨୦୧୯ରେ ସଖିଲ୍ ଏକ ଫେସ୍ବୁକ୍ ଗ୍ରୁପ ଆରମ୍ଭ କରିଥିଲେ । ଯାହା ମାଧ୍ୟମରେ ସେ ଲୋକଙ୍କୁ ବିଭିନ୍ନ କିସମର ଆମ୍ବ ବିଷୟରେ ଜଣାଇ ପାରିବେ । ଏହି ଗ୍ପୁରେ ପ୍ରାୟ ୬୦ହଜାର ପାଖାପାଖି ସଦସ୍ୟ ରହିଛନ୍ତି ।

ସଖିଲ୍ ପିଲାଦିନରୁ ଆମ୍ବକୁ ବହୁତ ଭଲପାଆନ୍ତି । ୫ ବର୍ଷ ପୂର୍ବେ ସୋସିଆଲ ମିଡିଆରେ ଫଳପ୍ରେମୀଙ୍କ ଗ୍ରୁପକୁ ଦେଖିଥିଲେ ସେ, କିନ୍ତୁ ସେଠାରେ ସେ ଆମ୍ବ ବିଷୟରେ ଅଧିକ ଜାଣିବାକୁ ପାଇନଥିଲେ । ସଖିଲ୍ ଆମ୍ବର କିଛି କିସମ ବିଷୟରେ ଜାଣିବା ପାଇଁ ଏଣେତେଣେ ପଚାରିଥିଲେ । କିନ୍ତୁ ତାଙ୍କୁ ସେ ବିଷୟରେ ଜାଣିବାକୁ ମିଳିନଥିଲା । ତେଣୁ ସେ ‘ଦେଶୀ ଆମ୍ବ’ ନାମକ ଏକ ଗ୍ରୁପ କରିବାକୁ ଯୋଜନା କରିଥିଲେ ।

ଆଉ ଏହି ଆମ୍ବ ଗୁଡିକୁ ସଂରକ୍ଷିତ କରିବା ପାଇଁ ସେ ଦେଶୀ କିସମର ଆମ୍ବ ଖୋଜିବା ଆରମ୍ଭ କରିଥିଲେ । ସଖିଲ ଏବଂ ତାଙ୍କ ଗ୍ରୁପ ବିଭିନ୍ନ ସ୍ଥାନରୁ ବିରଳ ଆମ୍ବର ସନ୍ଧାନ ଲଗାଇଥାନ୍ତି । ସଖିଲ କହିଛନ୍ତି କି ଏକ ନୂଆ କିସମର ଆମ୍ବର ସନ୍ଧାନ ତାଙ୍କ ପାଇଁ କୌଣସି ବଡ ଉପଲବ୍ଧି ଠାରୁ କମ୍ ନୁହେଁ । ସଖିଲଙ୍କ ଟିମ୍ ବର୍ତ୍ତମାନ ଯାଏଁ ପାଖାପାଖି ୧୦୦ରୁ ଅଧିକ କିସମର ଆମ୍ବର ସନ୍ଧାନ ଲଗାଇଛନ୍ତି । ଏଥିରୁ ୫୦ଟି ଅତ୍ୟନ୍ତ ବିରଳ ଅଟେ ।

ସଖିଲ ଥିରୁବନନ୍ତପୁରମରେ ମିଳୁଥିବା ଗୋଲ୍ଡେନ୍ ପୋତ୍ରସ କିସମ ବିଷୟରେ କହିଛନ୍ତି । ଏହି ବିରଳ କିସମ ନାଁ ନିଜର ରଙ୍ଗ ଯୋଗୁଁ ହୋଇଛି । କଞ୍ଚା ହେଉ କିମ୍ବା ପାଚିଲା ଏହି ଆମ୍ବର ରଙ୍ଗ ସମ୍ପର୍ଣ୍ଣ ହଳଦିଆ । ଏହା ଥାଇଲ୍ୟାଣ୍ଡରେ ମିଳୁଥିବା ଡକ ମାଇର ବିପରୀତ । ଗୋଲଡେନ୍ ପୋତ୍ରସ ବହୁତ ସ୍ୱାଦିଷ୍ଟ । ସଖିଲ୍ ଗତବର୍ଷ ଏହାର ସନ୍ଧାନ ଲଗାଇଥିଲେ ।

ସବୁଠାରୁ ଖାସ୍ କଥା ହେଉଛି ଏହି କିସମର ଆମ୍ବ ୩ ପ୍ରକାରର ଅଲଗା ଅଲଗା ସ୍ବାଦ ହୋଇଥାଏ । ଏହାବାଦ ସେ ବାଇଗଣୀ ରଙ୍ଗର ଆମ୍ବର ସନ୍ଧାନ କରିଛନ୍ତି । ତାଙ୍କ କହିବା କଥା ହେଉଛି ଏହି ଆମ୍ବ ୧୮ଶ ଶତାବ୍ଦୀର । ଏହାର ନାଁ ହେଉଛି ଦୁଖରାନା । କିନ୍ତୁ ସମୟ ସହିତ ଏହାର ନାଁ ପ୍ରିୟୁର ଆମ୍ବ ନାଁରେ ପ୍ରସିଦ୍ଧ ହୋଇଛି । ତେବେ କେବଳ ଏତିକି ନୁହେଁ ସଖିଲ୍ ଆଗକୁ ଅଧିକ କିସମର ଆମ୍ଭର ସନ୍ଧାନ କରିବା ସହିତ ଏଗୁଡିକର ଅଧିକ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।