ଆଳୁ ଚାଷ ପ୍ରତି ବଢୁଛି ଆଗ୍ରହ
ଦାରିଙ୍ଗବାଡି,୨୩।୧(ଅରୁଣ ସାହୁ): ରାଜ୍ୟରେ ଦେଖାଯାଉଥିବା ଆଳୁ ସଙ୍କଟକୁ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ନିଆଯାଇ। ଆଳୁ ଚାଷକୁ ବୃଦ୍ଧି କରିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ପ୍ରକାଶ ଯେ, ଦାରିଙ୍ଗବାଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଳୁ ଚାଷ ପାଇଁ ଉଦ୍ୟାନ କୃଷି ଏବଂ ବାଲିଗୁଡା ଆଇଟିଡିଏ ପକ୍ଷରୁ ଚାଷୀଙ୍କୁ ଉନ୍ନତ କିସମର ବିହନ ଯୋଗାଇ ଦିଆଯିବା ସହ […] The post ଆଳୁ ଚାଷ ପ୍ରତି ବଢୁଛି ଆଗ୍ରହ appeared first on Dharitri Odia News.
ଦାରିଙ୍ଗବାଡି,୨୩।୧(ଅରୁଣ ସାହୁ): ରାଜ୍ୟରେ ଦେଖାଯାଉଥିବା ଆଳୁ ସଙ୍କଟକୁ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ନିଆଯାଇ। ଆଳୁ ଚାଷକୁ ବୃଦ୍ଧି କରିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।
ପ୍ରକାଶ ଯେ, ଦାରିଙ୍ଗବାଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଳୁ ଚାଷ ପାଇଁ ଉଦ୍ୟାନ କୃଷି ଏବଂ ବାଲିଗୁଡା ଆଇଟିଡିଏ ପକ୍ଷରୁ ଚାଷୀଙ୍କୁ ଉନ୍ନତ କିସମର ବିହନ ଯୋଗାଇ ଦିଆଯିବା ସହ ଚାଷ ପ୍ରଣାଳୀ ଓ ଜୈବିକ ଚାଷ ପାଇଁ ଚାଷୀଙ୍କୁ ପ୍ରଶିକ୍ଷଣ ଯୋଗାଇ ଦିଆଯାଉଛି।
ବିଶେଷ କରି ଏପିସି ଏଗ୍ରିକଲଚର ପ୍ରଡ୍ୟୁସର କ୍ଲଷ୍ଟର ମାଧ୍ୟମରେ ୧ଶହରୁ ଦେଢ ଶହ ମହିଳା ଚାଷୀଙ୍କୁ ନେଇ ସମୂହ ଭାବେ ଆଳୁ ଚାଷ ସମେତ ଗ୍ରୀନ ମଟର, ଗେଣ୍ଡୁ ଫୁଲ, ପିଆଜ ଆଦି ଚାଷ କରାଯାଇଛି। ତେବେ ଚଳିତ ଥର ଆଳୁ ଚାଷ ସଫଳତାର ସହ ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି।
ହେଲେ କିଛି ସ୍ଥାନରେ ପାଣି ସମସ୍ୟା ଯୋଗୁ ଆଳୁ ଚାଷରେ ସମସ୍ୟା ଦେଖାଦେଇଛି। ଏପରି କି ଏହାର ପ୍ରଭାବ ଗେଣ୍ଡୁ ଏବଂ ମଟର ଚାଷରେ ମଧ୍ୟ ଦେଖିବାକୁ ମିଳିଛି। ଦାରିଙ୍ଗବାଡି ବ୍ଲକରେ ଚଳିତ ବର୍ଷ ୮୪ ହେକ୍ଟର ଜମିରେ ୭୫ଜଣ ଚାଷୀ ଆଳୁ ଚାଷୀ କରିଛନ୍ତି। ଏନେଇ ଚାଷୀଙ୍କୁ ୧ହଜାର ୯୫ କୁଇଣ୍ଟାଲ ଆଳୁ ବିହନ ଯୋଗାଇ ଦିଆଯାଇଥିବା ଉଦ୍ୟାନ କୃଷି ବିଭାଗର ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ନୀଳାଞ୍ଚଳ ପଣ୍ଡା କହିଛନ୍ତି।
The post ଆଳୁ ଚାଷ ପ୍ରତି ବଢୁଛି ଆଗ୍ରହ appeared first on Dharitri Odia News.