କଟକ ଏସ୍‌ସିବି ପାଇଁ ବଜେଟ୍‌ରେ ହଜାରେ କୋଟି

ଭୁବନେଶ୍ୱର,୨୫।୭: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ରାଜ୍ୟରେ କୃଷି, ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଇଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ କରାଯାଇଛି। ଏପରିକି କଟକ ଏସ୍‌ବି ମେଡିକାଲ କଲେଜର ପୁନଃ ବିକାଶ କାର୍ଯ୍ୟ ପାଇଁ ୧ ହଜାର […] The post କଟକ ଏସ୍‌ସିବି ପାଇଁ ବଜେଟ୍‌ରେ ହଜାରେ କୋଟି appeared first on Dharitri Odia News.

କଟକ ଏସ୍‌ସିବି ପାଇଁ ବଜେଟ୍‌ରେ ହଜାରେ କୋଟି

ଭୁବନେଶ୍ୱର,୨୫।୭: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ରାଜ୍ୟରେ କୃଷି, ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଇଛି।

ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ କରାଯାଇଛି। ଏପରିକି କଟକ ଏସ୍‌ବି ମେଡିକାଲ କଲେଜର ପୁନଃ ବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଏପରି କି ଚିଳିତ ବର୍ଷ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରାଯିବା ନେଇ ବଜେଟରେ ଯୋଜନା କରାଯାଇଛି।

ଏପରିକି ରାଜ୍ୟରେ ସମସ୍ତଙ୍କୁ ମାଗଣାରେ ଚକ୍ଷୁ ଯତ୍ନସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାର ଶୁଭାରମ୍ଭ କରିଛନ୍ତି ମୋହନ ସରକାର। ଏହି ଯୋଜନା ଦ୍ୱାରା ମୋତିଆ ବିନ୍ଦୁ, ଗ୍ଲୁକୋମା ଓ କର୍ଣିଆର ଅସୁସ୍ଥତା କ୍ଷେତ୍ରରେ ଅସ୍ତ୍ରୋପଚାର ଓ ମାଗଣା ଚଷମା ବଣ୍ଟନ କରାଯିବ। ଏହି ଯୋଜନାରେ ୪୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ କରାଯାଇଛି।

The post କଟକ ଏସ୍‌ସିବି ପାଇଁ ବଜେଟ୍‌ରେ ହଜାରେ କୋଟି appeared first on Dharitri Odia News.