ଆଳୁ ପରେ ଗୃହରେ ପିଆଜ ଟେନସନ୍; ଏବେ ଗୋଟିଏ ପ୍ରଶ୍ନ, ଓଡ଼ିଶା ପିଆଜ ଯାଉଛି କୁଆଡ଼େ ?
କନକ ବ୍ୟୁରୋ : ଆଳୁ, ପିଆଜ ଦର ଏବେ ଆକାଶ ଛୁଆଁ, ପିଆଜ ଦର ୭୦ ଟପିଲାଣି । ଦର ବୃଦ୍ଧି ଭିତରେ ରୋଚକ ତଥ୍ୟ ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଯେତିକି ଆବଶ୍ୟକ, ତାହାଠାରୁ ଓଡିଶାରେ ଅଧିକ ପିଆଜ ଉତ୍ପାଦନ ହେଉଛି । ପ୍ରଶ୍ନ ଉଠୁଛି ଯଦି ଏତେ ପରିମାଣରେ ପିଆଜ ହେଉଛି, ତାହା ହେଲେ କୁଆଡେ ଯାଉଛି ? ରାଜ୍ୟରେ ଦରଦାମ ବୃଦ୍ଧି ନେଇ ହନ୍ତସସ୍ତ ହେଉଛନ୍ତି ସାଧାରଣ ଗ୍ରାହକ। ଆଳୁକୁ ନେଇ ହଟଚମଟ ଚାଲିଥିବାବେଳେ ପିଆଜ ଦର ବି ଆକାଶ ଛୁଆଁ ହୋଇଛି । ପିଆଜ ଦର ବର୍ତ୍ତମାନ ସାରାରାଜ୍ୟରେ ୭୦ ଟଙ୍କାରୁ ଅଧିକ ହେଲାଣି । ଦରବୃଦ୍ଧି ଭିତରେ ବିଧାନସଭାରେ ଯେଉଁ ତଥ୍ୟ ଆସିଛି ତାହା ଚମକାଇ ଦେଲାଭଳି । କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଲିଖିତ ଉତ୍ତର ବିଧାନସଭାର ତଥ୍ୟ: ୨୦୨୩-୨୪ ଓଡ଼ିଶାରେ ପିଆଜର ଆବଶ୍ୟକତା: ୩ ଲକ୍ଷ ୭୫ ହଜାର ମେଟ୍ରିକ ଟନ ପିଆଜ ଉତ୍ପାଦନ ହୋଇଥିଲା: ୪ ଲକ୍ଷ ୨୦ ହଜାର ମେଟ୍ରିକ ଟନ ହେଲେ ପ୍ରଶ୍ନ ଉଠୁଛି, ଏତେ ପରିମାଣରେ ପିଆଜ ଉତ୍ପାଦନ ହେଉଥିବା ବେଳେ ଓଡ଼ିଶା ପିଆଜ ଯାଉଛି କୁଆଡ଼େ ? ଯଦି ପିଆଜ ଉତ୍ପାଦନ ହେଉଛି ତାହା ହେଲେ କାହିଁକି ସାଧାରଣ ଗ୍ରାହକ ୭୦ ଟଙ୍କାରେ କିଣୁଛନ୍ତି ? ଯଦି ଏତେ ପରିମାଣରେ ଉତ୍ପାଦନ ହେଉଛି, ତେବେ ବାହାର ରାଜ୍ୟରୁ କାହିଁକି ଆସୁଛି ପିଆଜ ? ସେପଟେ ପିଆଜକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ । ନୂଆ ସରକାର ପୁରୁଣା ସରକାର ଉପରେ ଦୋଷ ଲଦିଛନ୍ତି । ପିଆଜ ଉତ୍

କନକ ବ୍ୟୁରୋ : ଆଳୁ, ପିଆଜ ଦର ଏବେ ଆକାଶ ଛୁଆଁ, ପିଆଜ ଦର ୭୦ ଟପିଲାଣି । ଦର ବୃଦ୍ଧି ଭିତରେ ରୋଚକ ତଥ୍ୟ ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଯେତିକି ଆବଶ୍ୟକ, ତାହାଠାରୁ ଓଡିଶାରେ ଅଧିକ ପିଆଜ ଉତ୍ପାଦନ ହେଉଛି । ପ୍ରଶ୍ନ ଉଠୁଛି ଯଦି ଏତେ ପରିମାଣରେ ପିଆଜ ହେଉଛି, ତାହା ହେଲେ କୁଆଡେ ଯାଉଛି ?
ରାଜ୍ୟରେ ଦରଦାମ ବୃଦ୍ଧି ନେଇ ହନ୍ତସସ୍ତ ହେଉଛନ୍ତି ସାଧାରଣ ଗ୍ରାହକ। ଆଳୁକୁ ନେଇ ହଟଚମଟ ଚାଲିଥିବାବେଳେ ପିଆଜ ଦର ବି ଆକାଶ ଛୁଆଁ ହୋଇଛି । ପିଆଜ ଦର ବର୍ତ୍ତମାନ ସାରାରାଜ୍ୟରେ ୭୦ ଟଙ୍କାରୁ ଅଧିକ ହେଲାଣି । ଦରବୃଦ୍ଧି ଭିତରେ ବିଧାନସଭାରେ ଯେଉଁ ତଥ୍ୟ ଆସିଛି ତାହା ଚମକାଇ ଦେଲାଭଳି ।
କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଲିଖିତ ଉତ୍ତର
ବିଧାନସଭାର ତଥ୍ୟ: ୨୦୨୩-୨୪
ଓଡ଼ିଶାରେ ପିଆଜର ଆବଶ୍ୟକତା: ୩ ଲକ୍ଷ ୭୫ ହଜାର ମେଟ୍ରିକ ଟନ
ପିଆଜ ଉତ୍ପାଦନ ହୋଇଥିଲା: ୪ ଲକ୍ଷ ୨୦ ହଜାର ମେଟ୍ରିକ ଟନ
ହେଲେ ପ୍ରଶ୍ନ ଉଠୁଛି, ଏତେ ପରିମାଣରେ ପିଆଜ ଉତ୍ପାଦନ ହେଉଥିବା ବେଳେ ଓଡ଼ିଶା ପିଆଜ ଯାଉଛି କୁଆଡ଼େ ? ଯଦି ପିଆଜ ଉତ୍ପାଦନ ହେଉଛି ତାହା ହେଲେ କାହିଁକି ସାଧାରଣ ଗ୍ରାହକ ୭୦ ଟଙ୍କାରେ କିଣୁଛନ୍ତି ? ଯଦି ଏତେ ପରିମାଣରେ ଉତ୍ପାଦନ ହେଉଛି, ତେବେ ବାହାର ରାଜ୍ୟରୁ କାହିଁକି ଆସୁଛି ପିଆଜ ?
ସେପଟେ ପିଆଜକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ । ନୂଆ ସରକାର ପୁରୁଣା ସରକାର ଉପରେ ଦୋଷ ଲଦିଛନ୍ତି । ପିଆଜ ଉତ୍ପାଦନ ପ୍ରତିବର୍ଷ ଏମିତି ହେଉଥିଲା ନା କେବଳ ୨୦୨୩-୨୪ରେ ଆବଶ୍ୟକତାଠୁ ଅଧିକ ଉତ୍ପାଦନ ହୋଇଛି । ଏହାକୁ ନେଇ ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେପଟେ ଆଉଏକ ପ୍ରଶ୍ନର ଉତ୍ତର ଦେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ଅଞ୍ଚଳରେ ସଂରକ୍ଷିତ ଥିବା ପୁରୁଣା ପିଆଜ ପରିମାଣ ହ୍ରାସ ପାଇଛି । ନୂଆ ପିଆଜ ଅମଳରେ ବିଳମ୍ୱ ହେବାରୁ ରାଜ୍ୟରେ ପଆଜ ଦର ୭୦ ଟଙ୍କା ରହିଛି ।