ଆଳୁ ପରେ ପିଆଜ ଦର ଆକାଶ ଛୁଆଁ, କିଲୋ ପିଛା ୪୨ରୁ ୪୩ ଟଙ୍କା...
ଭୁବନେଶ୍ୱର ୧୨।୦୮ : ଆଳୁ ପରେ ପିଆଜ ଦର ଆକାଶ ଛୁଆଁ । ଆଳୁର ଚଢା ଦରରେ ଲୋକ ହନ୍ତସନ୍ତ ହେଉଥିବା ବେଳେ ଏବେ କନ୍ଦାଇଲାଣି ପିଆଜ । କିଛି ଦିନ ତଳେ ୨୦-୨୫ ଦାମ୍ରେ ବିକ୍ରି ହେଉଥିବା ପିଆଜ ଏବେ ୪୦ ପାର୍ । ଖବର ଅନୁଯାୟୀ, ଆଳୁ ପରେ ପିଆଜ ଦର ଏବେ ଆକାଶ ଛୁଆଁ । ନାସିକରେ ଦର ବଢିଥିବାରୁ ଭୁବନେଶ୍ୱରରେ ଆଇଗିଣିଆ ଗୋଦାମରେ ପିଆଜ କ୍ୱିଣ୍ଟାଲ୍ ୪୨୦୦ଟଙ୍କାରେ ବିକ୍ରି ହେଉଛି । ମାନେ ପିଆଜ ଗୋଦାମରେ ହୋଲସେଲ୍ ଦର କିଲୋ ପିଛା ୪୨ରୁ ୪୩ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏହିପରି ରେଟ୍ ରହିବ । ଏହି ସମୟରେ ଅଧିକ ରେଟ୍ ଥାଏ । ତେବେ ଓଡିଶା ଆମଦାନୀ ଉପରେ ନିର୍ଭରଶୀଳ ଥିବାରୁ ସେଠାରେ ଦର ପ୍ରଭାବିତ ହେଲେ, ଏଠାରେ ବି ପ୍ରଭାବ ପଡିବ ବୋଲି ଓଡିଶା ବ୍ୟବସାୟୀ ସଂଘ ସଭାପତି କହିଛନ୍ତି ।
ଭୁବନେଶ୍ୱର ୧୨।୦୮ : ଆଳୁ ପରେ ପିଆଜ ଦର ଆକାଶ ଛୁଆଁ । ଆଳୁର ଚଢା ଦରରେ ଲୋକ ହନ୍ତସନ୍ତ ହେଉଥିବା ବେଳେ ଏବେ କନ୍ଦାଇଲାଣି ପିଆଜ । କିଛି ଦିନ ତଳେ ୨୦-୨୫ ଦାମ୍ରେ ବିକ୍ରି ହେଉଥିବା ପିଆଜ ଏବେ ୪୦ ପାର୍ ।
ଖବର ଅନୁଯାୟୀ, ଆଳୁ ପରେ ପିଆଜ ଦର ଏବେ ଆକାଶ ଛୁଆଁ । ନାସିକରେ ଦର ବଢିଥିବାରୁ ଭୁବନେଶ୍ୱରରେ ଆଇଗିଣିଆ ଗୋଦାମରେ ପିଆଜ କ୍ୱିଣ୍ଟାଲ୍ ୪୨୦୦ଟଙ୍କାରେ ବିକ୍ରି ହେଉଛି । ମାନେ ପିଆଜ ଗୋଦାମରେ ହୋଲସେଲ୍ ଦର କିଲୋ ପିଛା ୪୨ରୁ ୪୩ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏହିପରି ରେଟ୍ ରହିବ । ଏହି ସମୟରେ ଅଧିକ ରେଟ୍ ଥାଏ । ତେବେ ଓଡିଶା ଆମଦାନୀ ଉପରେ ନିର୍ଭରଶୀଳ ଥିବାରୁ ସେଠାରେ ଦର ପ୍ରଭାବିତ ହେଲେ, ଏଠାରେ ବି ପ୍ରଭାବ ପଡିବ ବୋଲି ଓଡିଶା ବ୍ୟବସାୟୀ ସଂଘ ସଭାପତି କହିଛନ୍ତି ।