ଆଳୁ ସଂକଟ ବେଳେ ବଡ ହୃଦୟ ଦେଖାିଇଲେ ଷ୍ଟୋର ମାଲିକ, କିଲୋ ପିଛା ୩୦ ଟଙ୍କାରେ ବିକିଲେ
ସାଲେପୁର ୨୯/୦୭: ରାଜ୍ୟରେ ଆଳୁ ମୂଲ୍ୟରେ ଅହେତୁକ ବୃଦ୍ଧି ଖାଉଟିଙ୍କୁ ବାଧୁଛି । ରାଜ୍ୟର ବିଭନ୍ନ ଜିଲାରେ ଆଳୁ କେଜି ୪୦ ଟଙ୍କାରୁ ୫୦ ଟଙ୍କା ବିକ୍ରି ହେଉଛି । ଆଳୁର ମୂଲ୍ୟରେ ଅଚାନକ ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ ଆଳୁ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ଚଢା ମୂଲ୍ୟରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଆଳୁ ମୂଲ୍ୟକୁ ନେଇ କିଛି ଅସାଧୁ ବ୍ୟବସାୟ ଲାଭଖୋର ମନୋବୃତ୍ତି ରଖୁଥିବା ବେଳେ ଜଣେ ଷ୍ଟୋର ମାଲିକ ଦେଖାଇଛନ୍ତି ବଡ ହୃଦୟ । କଟକ ଜିଲ୍ଲାର କିଶନ ନଗର ପଞ୍ଚାୟତ ବିଶ୍ୱାଳପଡାରେ ଥିବା ମଣ୍ଟେଶ୍ୱରୀ କୋଲ୍ଡ ଷ୍ଟୋରର ମାଲିକ ମାନସ କୁମାର ଲେଙ୍କା ଗତ ଦୁଇଦିନ ହେବ ଆଳୁ କିଲୋ ପ୍ରତି ୩୦ ଟଙ୍କାରେ ପ୍ରତି ଖାଉଟିଙ୍କୁ ୨ କିଲୋ କରି ବିକୁଛନ୍ତି । କୋଲ୍ଡ ଷ୍ଟୋର ମାଲିକ ମାନସ କୁମାର ଲେଙ୍କାଙ୍କ ମହାନବୃତି ପାଇଁ କିଶନନଗର ଅଞ୍ଚଳର ଖାଉଟି ସୁଲଭ ମୂଲ୍ୟରେ ଆଳୁ ପାଇ ପାରୁଛନ୍ତି ।
ସାଲେପୁର ୨୯/୦୭: ରାଜ୍ୟରେ ଆଳୁ ମୂଲ୍ୟରେ ଅହେତୁକ ବୃଦ୍ଧି ଖାଉଟିଙ୍କୁ ବାଧୁଛି । ରାଜ୍ୟର ବିଭନ୍ନ ଜିଲାରେ ଆଳୁ କେଜି ୪୦ ଟଙ୍କାରୁ ୫୦ ଟଙ୍କା ବିକ୍ରି ହେଉଛି । ଆଳୁର ମୂଲ୍ୟରେ ଅଚାନକ ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ ଆଳୁ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ଚଢା ମୂଲ୍ୟରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ ଆଳୁ ମୂଲ୍ୟକୁ ନେଇ କିଛି ଅସାଧୁ ବ୍ୟବସାୟ ଲାଭଖୋର ମନୋବୃତ୍ତି ରଖୁଥିବା ବେଳେ ଜଣେ ଷ୍ଟୋର ମାଲିକ ଦେଖାଇଛନ୍ତି ବଡ ହୃଦୟ । କଟକ ଜିଲ୍ଲାର କିଶନ ନଗର ପଞ୍ଚାୟତ ବିଶ୍ୱାଳପଡାରେ ଥିବା ମଣ୍ଟେଶ୍ୱରୀ କୋଲ୍ଡ ଷ୍ଟୋରର ମାଲିକ ମାନସ କୁମାର ଲେଙ୍କା ଗତ ଦୁଇଦିନ ହେବ ଆଳୁ କିଲୋ ପ୍ରତି ୩୦ ଟଙ୍କାରେ ପ୍ରତି ଖାଉଟିଙ୍କୁ ୨ କିଲୋ କରି ବିକୁଛନ୍ତି । କୋଲ୍ଡ ଷ୍ଟୋର ମାଲିକ ମାନସ କୁମାର ଲେଙ୍କାଙ୍କ ମହାନବୃତି ପାଇଁ କିଶନନଗର ଅଞ୍ଚଳର ଖାଉଟି ସୁଲଭ ମୂଲ୍ୟରେ ଆଳୁ ପାଇ ପାରୁଛନ୍ତି ।