ଆଳୁ ସମସ୍ୟା ନେଇ ରାଜ୍ୟ ସରକାରକୁ ଘେରିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଆଳୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି।... The post ଆଳୁ ସମସ୍ୟା ନେଇ ରାଜ୍ୟ ସରକାରକୁ ଘେରିଲା ବିଜେଡି appeared first on .

ଆଳୁ ସମସ୍ୟା ନେଇ ରାଜ୍ୟ ସରକାରକୁ ଘେରିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଆଳୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। କହିଛନ୍ତି, ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି। ସରକାର ଆସିବାର ୩ ମାସ ଭିତରେ ଆଳୁ ସମସ୍ୟା ସମ୍ଭାଳି ପାରିଲେ ନାହିଁ। ଆଗକୁ କଣ କରିବେ ବୋଲି ପ୍ରଶ୍ନ କରିଛି ଦଳ।   ଆସନ୍ତା ୫ ବର୍ଷ ମଧ୍ୟରେ ବାହାର ରାଜ୍ୟରୁ ଗୋଟିଏ ଟ୍ରିପ ଆଳୁ ନଆଣି ରାଜ୍ୟରେ ଆବଶ୍ୟକ ମୁତାବକ ଆଳୁ ଉତ୍ପାଦନ କରିପାରିଲେ ଜାଣିବୁ ବିଜେପି ଓଡ଼ିଆ ଅସ୍ମିତା ଧାରକ ଓ ବାହାକ। ୫ ବର୍ଷ ଧୈର୍ଯ୍ୟର ସହ ଅପେକ୍ଷା କରିବୁ ଯଦି ତୁମ ସରକାର ପାଞ୍ଚ ବର୍ଷ ଚାଲେ। ଗତ ୨୪ବର୍ଷ ଭିତରେ ନବୀନ ପଟ୍ଟନାୟକ ଚାଉଳ ଉତ୍ପାଦନରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରିଥିଲେ। ଖାଦ୍ୟଶସ୍ୟ ଯେତେବେଳେ ୫୦ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହେଉଥିଲା ତାକୁ ୧୫୦ ଲକ୍ଷ ମେଟ୍ରିକଟନରେ ପହଞ୍ଚାଇଥିଲେ। ବହୁତ କ୍ଷେତ୍ରରେ ଆହୁକୁ ଯାଇଛି ରାଜ୍ୟ। ଆଳୁ ଯେଉଁଠି ଅଧିକ ଉତ୍ପାଦନ ହେଉଛି ସେଠୁ ଆସି ରାଜ୍ୟରେ କେମିତି ବିକ୍ରି ବଟା ହେବ ସେ ଦିଗରେ ପଦକ୍ଷେପ ନିଅନ୍ତୁ। ଓଡ଼ିଶାରେ ଆଳୁ ଯେତିକି ଉତ୍ପାଦନ ହେଉଛି। ତାହା ବର୍ଷକୁ ପାଖାପାଖି ୭ରୁ ୮ ମାସ ଚାଲିବା ପାଇ ଯଥେଷ୍ଟ। ୪ରୁ ୫ ମାସ ବାହାର ରାଜ୍ୟରେ ଆମଦାନୀ ହୁଏ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ।

 

The post ଆଳୁ ସମସ୍ୟା ନେଇ ରାଜ୍ୟ ସରକାରକୁ ଘେରିଲା ବିଜେଡି appeared first on .