ଆଳୁ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ସମସ୍ୟା ଆହୁରି ଗମ୍ଭୀର ହେଉଛି : ବିଜେଡି

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ଆଳୁ ସମସ୍ୟା। ପ୍ରାୟ ୨ ସପ୍ତାହ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ସରକାର କିଛି ଠୋସ ପଦକ୍ଷେପ ନ ନେବା କାରଣରୁ ଏହା ଆହୁରି ଗମ୍ଭୀର ହେଉଛି। ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, […]

ଆଳୁ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ସମସ୍ୟା ଆହୁରି ଗମ୍ଭୀର ହେଉଛି : ବିଜେଡି
BJd targets the government regarding potato prices

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ଆଳୁ ସମସ୍ୟା। ପ୍ରାୟ ୨ ସପ୍ତାହ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ସରକାର କିଛି ଠୋସ ପଦକ୍ଷେପ ନ ନେବା କାରଣରୁ ଏହା ଆହୁରି ଗମ୍ଭୀର ହେଉଛି। ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି।

ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଗତ ପ୍ରାୟ ଏକ ମାସ ଧରି ରାଜ୍ୟରେ ଆଳୁ ସମସ୍ୟା ଦେଖା ଦେଇଛି ଯାହା ଥମିବାର ନା ନେଉନାହିଁ । ରାଜ୍ୟ ସରକାରଙ୍କ ଆଳୁ ମହଜୁତକାରୀଙ୍କ ଉପରେ କୋହଳ ମନୋଭାବ ଓ ଆଳୁ ସମସ୍ୟାର ସମାଧାନ ପାଇଁ ଆନ୍ତରିକତାର ଅଭାବ ଯୋଗୁ ସମସ୍ୟା ଯେଉଁଠିକୁ ସେଇଠି ରହିଛି। ସରକାର ଆଳୁ ଦର ନିୟନ୍ତ୍ରଣରେ ରହିଥିବା ଦାବି କରୁଥିଲେ ମଧ୍ୟ ଆଳୁ ଦର କିଲୋ ପଚାଶ ଟଙ୍କା ରହିଛି। ଅନ୍ୟ ରାଜ୍ୟରୁ ଆଳୁ ଆଣିବା ନେଇ ସମସ୍ୟା ଥିବା କଥା କୁହା ଯାଉଥିଲେ ମଧ୍ୟ କିଛି ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଆଳୁ ମହଜୁତ ରଖାଯାଇ ବଜାରରେ କୁତ୍ରିମ ଅଭାବ ସୃଷ୍ଟି କରାଯାଉଛି।

ଏହି ସମସ୍ୟା ପ୍ରତି ବିଜେପି ସରକାରଙ୍କ ଉଦାସିନତା ପରିସ୍ଥିତିକୁ ଅଧିକ ଗମ୍ଭୀର କରିଛି। ଆଳୁ ମହଜୁତ ରଖୁଥିବା ଅସାଧୁ ବ୍ୟବସାୟୀଙ୍କ ଭାରତୀୟ ଜନତା ପାର୍ଟି ସହିତ ନିବିଡ଼ ସମ୍ପର୍କ ରହିଥିବାରୁ, ସରକାର ଏ ପର୍ଯ୍ୟନ୍ତ ଏହି ଅସାଧୁ ବ୍ୟବସାୟୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ବିଜେପି ସରକାର ଓଡ଼ିଶାରେ ନାଫେଡର ସହଯୋଗରେ ଆଳୁ ସପ୍ତାହକ ଭିତରେ ଉପଲବ୍ଧ କରିବାକୁ କହୁଛନ୍ତି, କିନ୍ତୁ ଏବେ ପରିସ୍ଥିତିରେ ଲାଗୁଛି ଯେ ଆଗାମୀ ୧୫ ଦିନ ମଧ୍ୟରେ ସ୍ଥିତି ସାଧାରଣ ହେବ ନାହିଁ ଏବଂ ଓଡ଼ିଶାର ସାଧାରଣ ଲୋକ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ସମସ୍ୟା ଭୋଗିବେ।

ସେହିପରି ବଜାରରେ ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ଆକାଶ ଛୁଆଁ  ହୋଇଛି। ପନିପରିବା ଦର ନିୟନ୍ତ୍ରଣ ପ୍ରତି ସରକାରଙ୍କ ନିଘା ନାହିଁ । ଓଲଟା ମନ୍ତ୍ରୀ ପନିପରିବା ଦର ନିୟନ୍ତ୍ରଣ କରିବାରେ ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି ଦେଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ। ବିଜେପି ସରକାର ତୁରନ୍ତ ଆଳୁ ସମସ୍ୟାର ସମଧାନ ପାଇଁ ପଦକ୍ଷେପ ନିଅନ୍ତୁ। ଆବଶ୍ୟକ ଅନୁସାରେ, ଏସମା ଆଇନ ଲାଗୁକରିବା କଥା ଚିନ୍ତା କରନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।