‘ଲକି’କୁ ରୀତିନୀତିରେ ଅନ୍ତିମ ବିଦାୟ : ୧୦ ଫୁଟ ତଳେ ଦିଆଗଲା ସମାଧି, ୧୫୦୦ ଲୋକ ଖାଇଲେ ଭୋଜି

ଅମରେଲି : ସାଧୁ-ସନ୍ଥ କିମ୍ବା କୌଣସି ବ୍ୟକ୍ତିଙ୍କୁ ସମାଧି ଦିଆଯାଉଥିବା ସମସ୍ତେ ଶୁଣିଛନ୍ତି। ହେଲେ ପ୍ରଥମ ଥର ପାଇଁ ଏକ କାର୍‌କୁ ସମାଧି ଦିଆଯାଇଛି। ଏଭଳି ସୌଭାଗ୍ୟ ପାଇଥିବା କାର୍‌ର ନାମ ହେଉଛି ‘ଲକି’। ଧୂମ୍‌ଧାମରେ ଏହି କାର୍‌ର ବାହାରି ଥିଲା ଶେଷ ଯାତ୍ରା। ଆଉ ଏହି ଶେଷ ଯାତ୍ରାକୁ ସମସ୍ତ ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟଙ୍କ ଡକା ଯାଇଥିଲା। ଲକିକୁ ଫୁଲରେ ସଜା ଯାଇଥିଲା। ଡିଜେ ଏବଂ ଅନ୍ୟ ବାଦ୍ୟଯନ୍ତ୍ର ବାଜିଥିଲା। ଏହାର ତାଳେତାଳେ ନାଚିନାଚି ଲୋକେ […]

‘ଲକି’କୁ ରୀତିନୀତିରେ ଅନ୍ତିମ ବିଦାୟ : ୧୦ ଫୁଟ ତଳେ ଦିଆଗଲା ସମାଧି, ୧୫୦୦ ଲୋକ ଖାଇଲେ ଭୋଜି
Gujarat family holds funeral for their ‘lucky car

ଅମରେଲି : ସାଧୁ-ସନ୍ଥ କିମ୍ବା କୌଣସି ବ୍ୟକ୍ତିଙ୍କୁ ସମାଧି ଦିଆଯାଉଥିବା ସମସ୍ତେ ଶୁଣିଛନ୍ତି। ହେଲେ ପ୍ରଥମ ଥର ପାଇଁ ଏକ କାର୍‌କୁ ସମାଧି ଦିଆଯାଇଛି। ଏଭଳି ସୌଭାଗ୍ୟ ପାଇଥିବା କାର୍‌ର ନାମ ହେଉଛି ‘ଲକି’। ଧୂମ୍‌ଧାମରେ ଏହି କାର୍‌ର ବାହାରି ଥିଲା ଶେଷ ଯାତ୍ରା। ଆଉ ଏହି ଶେଷ ଯାତ୍ରାକୁ ସମସ୍ତ ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟଙ୍କ ଡକା ଯାଇଥିଲା। ଲକିକୁ ଫୁଲରେ ସଜା ଯାଇଥିଲା। ଡିଜେ ଏବଂ ଅନ୍ୟ ବାଦ୍ୟଯନ୍ତ୍ର ବାଜିଥିଲା। ଏହାର ତାଳେତାଳେ ନାଚିନାଚି ଲୋକେ ପହଞ୍ଚି ଥିଲେ ସମାଧିସ୍ଥଳରେ। ଏଠାରେ ରୀତିନୀତିର ସହ ଗ୍ରାମବାସୀ ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ଲକିକୁ ୧୦ ଫୁଟ ତଳେ ଦିଆଯାଇଛି ସମାଧି। ଏଥିପାଇଁ ଖର୍ଚ୍ଚ ହୋଇଥିଲା ଚାରି ଲକ୍ଷ ଟଙ୍କା। ୧୫୦୦ ଲୋକଙ୍କୁ ଦିଆଯାଇଥିଲା ଭୋଜି। ଗୁଜରାଟ ଅମରେଲି ଜିଲ୍ଲା ପାଡରସିଙ୍ଗା ଗ୍ରାମର ଏହି ଘଟଣା ଏବେ ଖୁବ୍‌ ଭାଇରାଲ ହେଉଛି।

ଏହି ଗ୍ରାମର ଚାଷୀ ସଞ୍ଜୟ ପୋରଲା ନିଜ କାର୍‌କୁ କବାଡ଼ କରିବା ପରିବର୍ତ୍ତେ ଏଭଳି ବିଦାୟ ଦେଇଛନ୍ତି। କେବଳ ସେତିକି ନୁହେଁ, ସମାଧି ସ୍ଥଳରେ ଚାଷୀ ଏକ ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସଞ୍ଜୟ କହିଛନ୍ତି ଯେ ୨୦୧୪ରେ କିଣିଥିବା ଏହି ସେକେଣ୍ଡ ହାଣ୍ଡ କାର୍‌କୁ ସେ ୧୦ ବର୍ଷ ହେଲା ଚଳାଉ ଥିଲେ। ଏହି ଲକି ତାଙ୍କ ପାଇଁ ‘ଲକି’ (ସୌଭାଗ୍ୟଶାଳୀ) ସାବ୍ୟସ୍ତ ହୋଇଥିଲା। କାର୍‌ ଆସିବା ପରେ ତାଙ୍କ ସ୍ଥିତି ବଦଳିବାରେ ଲାଗିଥିଲା। ଚାଷବାସ ସହିତ ତାଙ୍କ ବ୍ୟବସାୟ ବଢ଼ିବାରେ ଲାଗିଥିଲା। ତେଣୁ ସେ ଲକିକୁ କବାଡିବାଲାକୁ ଦେବା ପରିବର୍ତ୍ତେ ସମାଧି ଦେବାକୁ ଉଚିତ ମଣିଥିଲେ।

ସମାଧି ପୂର୍ବରୁ ଚାଷୀ ବୁଧବାର ରାତିରେ ରାତ୍ରିଭୋଜନ ଆୟୋଜନ କରିଥିଲେ। ଏଥିପାଇଁ ସେ ସମ୍ପୂର୍ଣ୍ଣ ଗାଁକୁ ଆମନ୍ତ୍ରଣ କରିଥିଲେ। ଅତିଥି, ସମ୍ପର୍କୀୟଙ୍କୁ ମିଶାଇ ପ୍ରାୟ ୧୫୦୦ ଲୋକ ଭୋଜିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ସୁରଟ ହରେଶ କାରକ କହିଛନ୍ତି ଯେ ସେ ଜୀବନରେ ଏଭଳି କେବେ ଦେଖି ନ ଥିଲେ କି ଶୁଣି ନ ଥିଲେ।